ସାଲେପୁର: ସାଲେପୁର ପୋଲିସ ପଞ୍ଝାରେ ସାତ ଆନ୍ତଜିଲ୍ଲା ଡକାୟତ। ସେମାନଙ୍କ ଠାରୁ ୫୦ଗ୍ରାମ ସୁନା, ୫୦୦ ଗ୍ରାମ ରୁପା, ଗୋଟିଏ ମୋବାଇଲ, ୮୨ ହଜାର ଟଙ୍କା ସହ ATM କାର୍ଡ ଜବତ ହୋଇଛି। ଏନେଇ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଏସପି।
ସୂଚନା ଅନୁଯାୟୀ, ନେମାଳ ଥାନା ମଙ୍ଗଳପୁର ଗ୍ରାମର ମାନଗୋବିନ୍ଦ ଦାସ ନିଜ ଘରେ ଚୋରି ହୋଇଥିବା ନେଇ ନେମାଳ ଥାନାରେ ମାମଲା ରୁଜୁ କରାଇଥିଲେ। ଏହି ମାମଲାର ତଦନ୍ତ ପାଇଁ କଟକ ଗ୍ରାମଞ୍ଚଳ ଏସ୍ପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ସାଲେପୁର ଏସଡିପିଓଙ୍କ ନେତୃତ୍ୱରେ ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି, ନେମାଲ ଥାନା ଆଇଆଇସି ଏକ ଟିମ ଗଠନ କରାଯାଇ ୭ଜଣ ଆନ୍ତଜିଲ୍ଲା ଡକାୟତଙ୍କୁ ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତ ମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଆଳିଥାନା ଅଞ୍ଚଳର ସଜନ ଦାସ, ରଂଜନ ଦାସ, ପଦ୍ମନାଭ ସାହୁ, ପାଟାମୁଣ୍ଡାଇ ଥାନା ଅଞ୍ଚଳର ଅର୍ଜୁନ ଦାସ, ଆକାଶ ଦାସ, ଟୁନା ଦାସ, ବଳିଆ ଦାସ। ଏମାନେ ଦିନରେ ରେକି କରୁଥିଲେ ଆଉ ରାତିରେ ଚୋରି କରୁଥିଲେ। ଏହି ଚୋରିରେ ମୁଖ୍ୟ କାର୍ପଟଦାର ଥିଲା ସଜନ ଦାସ। ତେବେ ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।