ନୂଆଦିଲ୍ଲୀ: ବଲିଉଡ ନବାବ ସୈଫ ଅଲ୍ଲୀ ଖାନଙ୍କୁ ବୁଧବାର ବିଳମ୍ବିତ ରାତିରେ ମରଣାନ୍ତ୍ରକ ଆକ୍ରମଣ ହୋଇଥିଲା । ବାନ୍ଦ୍ରା ବାସଭବନରେ ଚୋରି କରିବା ଉଦ୍ଦେଶ୍ୟରେ ପଶି ଦୁର୍ବୃତ୍ତ, ମିଷ୍ଟର ଖାନଙ୍କୁ ଛୁରିରେ ହମଲା କରିଥିଲା । ଏଥିରେ ଗୁରୁତର ଭାବେ ଆହତ ହୋଇଥିଲେ ସୈଫ୍ । ଅଭିନେତାଙ୍କୁ ମୁମ୍ବାଇ ସ୍ଥିତି ଲୀଳାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନ୍ୟୁରୋ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ପରେ ସୈଫ୍ ଅଲ୍ଲୀ ଖାନ ବିପଦ ମୁକ୍ତ ହୋଇଥିବା ଡା. ନୀରଜ ଉତ୍ତମାନି କହିଛନ୍ତି । ଆସନ୍ତା ଦୁଇରୁ ତିନି ଦିନ ମଧ୍ୟରେ ସେ ଡିସଚାର୍ଜ ହେବେ । ସେପଟେ ଅଭିଯୁକ୍ତକୁ ଧରିବାକୁ ମୁମ୍ବାଇ ପୋଲିସର ୩୫ଜଣିଆ ସ୍ବତନ୍ତ୍ର ସ୍କ୍ବାଡ୍ ଲଗାତାର ଉଦ୍ୟମ ଜାରି ରଖିଛନ୍ତି ।
ସୂଚନା ଅନୁଯାୟୀ, ମୁମ୍ବାଇ ପୋଲିସ ସନ୍ଦିଗ୍ଧ ଆକ୍ରମଣକାରୀକୁ ଚିହ୍ନଟ କରିଛି । ମାତ୍ର ଅଭିଯୁକ୍ତ ବାରମ୍ବାର ନିଜର ବେଶ ବଦଳାଇ ବୁଲୁଥିବାର ଫୁଟେଜ ସିସିଟିଭିରୁ ସାମ୍ନାକୁ ଆସିଛି । ଆକ୍ରମଣକାରୀ ବାନ୍ଦ୍ରା ପୋଲିସ ଷ୍ଟେସନ ଏବଂ ରେଳ ଷ୍ଟେସନ ମଧ୍ୟରେ ନଜରକୁ ଆସିଥିଲା । ପ୍ରଥମ ଫୁଟେଜ ସନ୍ଦିଗ୍ଧ ଖାଲି ପାଦରେ ସୈଫ୍ ଅଲ୍ଲୀଙ୍କ ବାସଭବନରେ ପ୍ରବେଶ କରିଥିଲା । ଦ୍ବିତୀୟ ଫୁଟେଜରେ ଘରୁ ବାହାରିଛି ଏବଂ ତୃତୀୟ ଫୁଟେଜରେ ଏକ ନୂଆ ବେଶବୁଶା ସହିତ ବାହାରେ ବୁଲୁଥିବାର ନଜରକୁ ଆସିଛି ।
ପୋଲିସ କହିବା କଥା ସନ୍ଦିଗ୍ଧ ଜଣେ ପ୍ରୋଫେସନାଲ୍ କ୍ରିମିନାଲ ଭଳି ଲାଗୁନାହିଁ । ତାହାର କୌଣସି ଅପରାଧିକ ରେକର୍ଡ ମଧ୍ୟ ନାହିଁ । ସନ୍ଦିଗ୍ଧର ପରିବାର କିମ୍ବା ସାଙ୍ଗସାଥୀଙ୍କର କୌଣସି ସୂଚନା ମିଳୁପାରୁନାହିଁ । ପୋଲିସକୁ ଚକମା ଦେବା ପାଇଁ ସେ ଭିନ୍ନ ଭିନ୍ନ ବେଶ ବଦଳାଉଛି । ଲାଗୁଛି ଯେପରି ଅଭିଯୁକ୍ତ କୌଣସି କ୍ରାଇନ୍ ଓ୍ବେବ୍ ସିରିଜ୍ ଦେଖି ପ୍ରଭାବିତ ହୋଇଛି । ସନ୍ଦିଗ୍ଧକୁ ଧରିବା ପାଇଁ ମୁମ୍ବାଇ ପୋଲିସର ସ୍ବତନ୍ତ୍ର ଟିମ୍ ଦିନ ରାତି ଏକ କରି ଦେଇଛି ।
ସେପଟେ ଶୁକ୍ରବାର ମହାରାଷ୍ଟ୍ର ଗୃହରାଜ୍ୟ ମନ୍ତ୍ରୀ ଯୋଗେଶ କଦମ କହିଛନ୍ତି, ବଲିଉଡ ଅଭିନେତାଙ୍କୁ ମରଣାନ୍ତକ ଆକ୍ରମଣ ପଛରେ କୌଣସି ଅଣ୍ଡରଓ୍ବାର୍ଲ୍ଡର ହାତ ନାହିଁ । ଅନ୍ୟପଟେ ମୁମ୍ବାଇ ପୋଲିସ କହିଛନ୍ତି ଘଟଣା ପଛରେ ଜଣେ ମାତ୍ର ବ୍ୟକ୍ତି ରହିଛି । ସନ୍ଦିଗ୍ଧ ଏକାକୀ ଘରେ ପଶି ସୈଫ ଅଲ୍ଲୀଙ୍କୁ ଆକ୍ରମଣ କରିଥିଲେ । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ କୌଣସି ଅଭିଯୁକ୍ତ ଗିରଫ ହୋଇନାହାନ୍ତି ....