LIVE TV

ପୋଲିସ SI ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲା : ୧୧୪ ଜଣଙ୍କୁ ଜାମିନ ଦେଲେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ

NEWS7
sahinbaga-ru-hatiba-dharana

ବ୍ରହ୍ମପୁର ୨୧୦: ପୋଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା ଜାଲିଆତି ମାମଲାରେ ୧୧୪ ଜଣଙ୍କୁ ମିଳିଲା ଜାମିନ । ଏହି ଘଟଣାରେ ୧୨୦ ଜଣଙ୍କୁ ଗିରଫ କରାଯାଇଥିଲା ।  ସେମାନଙ୍କ ମଧ୍ୟରୁ ୧୧୪ ଜଣଙ୍କ ଜାମିନ ମଞ୍ଜୁହୋଇଛି । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ଜାମିନ ପ୍ରଦାନ କରିଛନ୍ତି । ୫୦ ହଜାର ଟଙ୍କା ଓ ଦୁଇ ଜାମିନଦାରଙ୍କ ମୁଚାଲିକାରେ ଜାମିନ ମିଳିଛି । ଏ ନେଇ ହାଇକୋର୍ଟ ଓକିଲ ବିରଞ୍ଚି ନାରାୟଣ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି ।

ତେବେ ଓଡ଼ିଶାରୁ ବିଜୟୱାଡା ଯିବାବେଳେ ସମସ୍ତଙ୍କୁ ଗିରଫ କରିଥିଲା ବ୍ରହ୍ମପୁର ପୋଲିସ । ମୁଖ୍ୟ ଅଭିଯୁକ୍ତ ମୁନ୍ନା ମହାନ୍ତିଙ୍କ ସମେତ ୯ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ସୂଚନା ରହିଛି ।