ବାପା-ପୁଅ ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାଶ, ୨ ବର୍ଷ ପରେ ପୋଲିସ ହାତରେ ଧରା ପଡ଼ିଲେ

NEWS7
saharanpur-couple-suicide-in-haridwar-ganga-debt-ridden-husband

ବଲାଙ୍ଗୀର: ବଲାଙ୍ଗୀରରେ ବାପା ପୁଅ ଡକାୟତ ଗ୍ୟାଙ୍ଗର କଳା କାରନାମା । ବର୍ଷବର୍ଷ ଧରି ଜିଲ୍ଲାରେ ରହି କରୁଥିଲେ ଲୋକଙ୍କ ଘରେ ଚୋରି ଲୁଟ ଓ ଡକାୟତି। ଦୁଇ ବର୍ଷ ପରେ ଧରିଲା ବଲାଙ୍ଗୀର ପୋଲିସ। ଧରିବା ପରେ ଆଜି ଲୁଟ କରିଥିବା ଘଟଣାସ୍ଥଳ ସହ ଘରେ ସିନରିକ୍ରିଏସନ କରିଛି ପୋଲିସ। ତେବେ ଗିରଫ ଲୁଟେରା ମାନେ ହେଲେ ବାପା ରମେଶ ଓରଫ ଗଜପତି ସୁନା , ବଡ଼ପୁଅ ସମୀର ଓରଫ ରବି ସୁନା ଓ ସାନ ପୁଅ ଅର୍ଜୁନ ଓରଫ ସୁଭମ ସୁନା। ତିନି ବାପା ପୁଅ ମିଶି ବଲାଙ୍ଗୀର ଟାଉନ ଥାନା ୭ଟି ସ୍ଥାନ, ପୁଇଁନ୍ତଳା ଥାନାର ୩ ଟି ଓ ଲକ୍ଷ୍ମୀଜୋର ଥାନାର ଗୋଟିଏ ସ୍ଥାନରେ ମୋଟ ୧୧ଟି ସ୍ଥାନରେ କରିଥିଲ ଲୁଟ ଚୋରି।

ଗାନ୍ଧୀନଗର ପଡା ଶୁଭଶ୍ରୀ ପାଢ଼ୀଙ୍କ ଘରେ ବାହାରକୁ କାମ ଯାଇଥିବା ବେଳେ ଘର ତାଲା ଭାଙ୍ଗି ସୁନା ଗହଣା, ସମସ୍ତ ସାମଗ୍ରୀ , କପଡା ସହ ନଗଦ ଟଙ୍କା ଯାହାର ଯାହା କି ୧ କୋଟି ରୁ ଉର୍ଦ୍ଧ୍ବ ହେବ ସବୁ ନେଇ ଫେରାର ମାରିଥିଲେ ୨୦୨୪ ମସିହା ଫେବ୍ରୁଆରୀ ମାସରେ। ତେବେ ସିସିଟିଭି ଓ ଅତ୍ୟାଧୁନିକ ଫିଙ୍ଗର ପ୍ରିଣ୍ଟ ଚୋରଙ୍କୁ ଧରିବାରେ ପୋଲିସକୁ ସହଯୋଗ କରିଛି। ସେହିପରି ଏଭଳି କୁଖ୍ୟାତ ଡ଼କାୟତଙ୍କୁ ଧରିବା ପାଇଁ ପୋଲିସକୁ ୨ ବର୍ଷ ସମୟ ଲାଗିଛି। ସେହିପରି ଅନ୍ୟ ଜିଲ୍ଲାରେ ମଧ୍ୟ ରହିଛି ମାମଲା। କାରଣ ଏମାନଙ୍କ ସ୍ଥାୟୀ ଘର କଉଠି ନଥିଲା। ଯାହାକୁ ନେଇ ପୋଲିସ ଧରିବାରେ ବିଳମ୍ବ ହୋଇଥିବା ସୂଚନା।