IPLରେ କାହିଁକି ଲାଗିନି ସଚିନ୍‌ଙ୍କ ନିଲାମୀ ? କାରଣ ଥିଲା ଖୁବ୍ ରୋଚକ...

Published By : Prameya-News7 Bureau | April 24, 2024 IST

ନୂଆଦିଲ୍ଲୀ ୨୪।୦୪: ମାଷ୍ଟରବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର । ଇଣ୍ଟରନ୍ୟାସନାଲ୍‌ କ୍ରିକେଟର ବାଦଶାହା । ୧୦୦ଶତକ ସହ ୨୦୦ ଟେଷ୍ଟ ମ୍ୟାଚ୍‌ ଖେଳିଥିବା ଦୁନିଆର ଏକମାତ୍ର ଖେଳାଳୀ । ପଡିଆକୁ ଓହ୍ଲାଇବା ମାତ୍ରେ ବୋଲରଙ୍କ ଉଡିଯାଏ ହୋସ୍‌ । ୫୧ ବର୍ଷ ବୟସରେ ପାଦ ଦେଇଛନ୍ତି ମାଷ୍ଟରବ୍ଲାଷ୍ଟର । କିନ୍ତୁ ବର୍ତ୍ତମାନ ଚାଲିଛି ଆଇପିଏଲ୍‌ କ୍ରେଜ୍‌ । କ୍ରିକେଟର ଭଗବାନ ଆଇପିଏଲ୍‌ରେ ମଧ୍ୟ ଦେଖାଇଛନ୍ତି ଜଲଓ୍ବା । 

ଆଇପିଏଲ୍‌ ଆରମ୍ଭରୁ ଅର୍ଥାତ୍‌ ୨୦୦୮ରୁ ହିଁ   ଯୋଡି ହୋଇଥିଲେ ମାଷ୍ଟରବ୍ଲାଷ୍ଟର । କିନ୍ତୁ ନିଲାମୀକୁ କେବେ ବି ଓହ୍ଲାଇ ନଥିଲେ ସଚିନ୍‌ । ଏହାର ରହିଛି ଏକ ବଡ କାରଣ । ଆସନ୍ତୁ ଜାଣିବା ଏହା ବିଷୟରେ...ଆଇପିଏଲ୍‌ରେ ନିଲାମ ହୋଇଥାନ୍ତି ଖେଳାଳୀ । ନିଜ ମନପସନ୍ଦର ପ୍ଲେୟରଙ୍କୁ ଟିମ୍‌ରେ ସାମିଲ ହେବା ପାଇଁ ମୋଟା ଅଙ୍କର ବୋଲି ଲଗାଇଥାନ୍ତି ଫ୍ରାଞ୍ଚାଇଜ୍‌ ।

କିନ୍ତୁ IPL ଆରମ୍ଭରୁ ଲଳିତ ମୋଦୀ ଏବଂ BCCIଙ୍କ ବଢିଥିଲା ଟେନସନ୍‌ । କ୍ରିକେଟର ଭଗବାନ ଏବଂ  ଦିଗ୍ଗଜ ଖେଳାଳୀଙ୍କ ନିଲାମୀ କିପରି ହେବ ? ସମସ୍ତଙ୍କ ମନରେ ଡର ଥିଲା କି ଏମାନଙ୍କ ନିଲାମୀ ହେଲେ କ୍ରିକେଟକୁ ଧର୍ମ ମାନୁଥିବା ଫ୍ୟାନ୍ସ ରାଗିଯିବେ । ଏହି ସମୟରେ ଲଳିତ ମୋଦୀ ଆଣିଥିଲେ ଏକ ଉପାୟ । ସେ କହିଥିଲେ କି ସଚିନଙ୍କ ସହ କିଛି ଦିଗ୍ଗଜ ଖେଳାଳୀଙ୍କୁ ନିଲାମୀକୁ ଓହ୍ଲାଯିବ ନାହିଁ । ଏହାକୁ ମଧ୍ୟ ବିସିସିଆଇ ମଞ୍ଜୁରୀ ଦେଇଥିଲା । 

ଏହାପରେ ୫ ଖେଳାଳୀଙ୍କୁ ମାର୍କ ପ୍ଲେୟର୍‌ କରାଯାଇଥିଲା । ଅର୍ଥାତ୍‌ ଏମାନଙ୍କୁ ଫ୍ରାଞ୍ଚାଇଜ୍‌ ନିଜ ଟିମରେ ପୂର୍ବରୁ ସାମିଲ୍‌ କରିଥିଲେ । ସଚିନ୍ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ବିରେନ୍ଦ୍ର ସେହଓ୍ବାଗ୍‌, ରାହୁଲ୍‌ ଦ୍ରାବିଡ୍‌  ଏବଂ ୟୁବରାଜ୍‌ ସିଂ ଲିଷ୍ଟରେ ହୋଇଥିଲେ ସାମିଲ । ସଚିନ୍‌ ମୁମ୍ବାଇ ଇଣ୍ଡିଆନ୍‌, ଗାଙ୍ଗୁଲି କୋଲକତା ନାଇଟ୍‌ ରାଇଡର୍ସ, ସେହଓ୍ବାଗ୍‌ ଦିଲ୍ଲୀ ଡେୟରଡେଭିଲ୍‌, ଦ୍ରାବିଡ୍‌ ରୟାଲ୍‌ ଚ୍ୟାଲେଞ୍ଜର୍‌ ବେଙ୍ଗାଲୁର, ଏବଂ ୟୁବରାଜଙ୍କୁ କିଙ୍ଗ୍ ଇଲେଭେନ୍‌ ପଞ୍ଜାବ ସାଇନ୍‌ କରିଥିଲେ । 

କିନ୍ତୁ ଧୋନୀଙ୍କ ପରି ଅନ୍ୟ ପ୍ଲେୟର ନିଲାମୀରେ ସାମିଲ ହୋଇଥିଲେ ।  ସଚିନ୍‌ ଆଇପିଏଲ୍‌ରେ ୬ଟି ସିଜିନ୍‌ ଖେଳିଛନ୍ତି । ସଚିନ୍ ମୁମ୍ବାଇ ପାଇଁ ସାଇନ୍ କରିଥିଲେ । ଗୋଟିଏ ସିଜିନ୍‌ ପାଇଁ ଫ୍ରାଞ୍ଚାଇଜ୍ ମାଷ୍ଟରବ୍ଲାଷ୍ଟରକୁ ୪ କୋଟି ୪୮ ଲକ୍ଷ ୫୦ ହଜାର ଫି ଦେଇଥିଲା । ୨୦୧୦ ସିଜିନ୍ ଯାଏଁ ସଚିନ୍‌ଙ୍କ ଫି ସମାନ ରହିଥିଲା । ଏହାପରେ ତାଙ୍କ ଫି ୮ କୋଟି ୨୮ ଲକ୍ଷକୁ ବୃଦ୍ଧି କରାଯାଇଥିଲା । 

ତେବେ ସଚିନ୍‌ ତେନ୍ଦୁଲକର ଆଇପିଏଲ୍‌ରୁ ମୋଟ ୩୮ କୋଟି ୨୯ ଲକ୍ଷ ୫୦ ହଜାର ଟଙ୍କା ଫି ଭାବେ ଗ୍ରହଣ କରିଛନ୍ତି । ୨୦୧୩ ସିଜିନ୍‌ ପରେ ସଚିନ ଆଇପିଏଲରୁ ଅବସର ନେଇଥିଲେ । ଆଇପିଏଲରେ ସଚିନ୍ କେବଳ ମୁମ୍ବାଇ ପାଇଁ ହିଁ ଖେଳିଛନ୍ତି । ସଚିନ ତେନ୍ଦୁଲକର ୬୬୪ ଅନ୍ତର୍ଜାତୀୟ ମ୍ୟାଚରେ ୩୪ ହଜାର ୩୫୭ ରନ୍ କରିଥିଲେ । 

ଏହି ସମୟରେ ମାଷ୍ଟରବ୍ଲାଷ୍ଟର ୧୦୦ଶତର ଏବଂ ୧୬୪ଟି ଅର୍ଦ୍ଧଶତକ ଲଗାଇଥିଲେ । ସଚିନ ତେନ୍ଦୁଲକର ବୋଲିଂରେ ମଧ୍ୟ ଉତ୍କର୍ଷ ପ୍ରଦର୍ଶନ କରିଥିଲେ ଏବଂ ତାଙ୍କ ନାଁରେ ୨୦୧ଟି ୱିକେଟ୍ ରହିଛି । ୨୦୧୩ରେ ଓ୍ବାନଖଡେରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ ପରେ ସେ ତାଙ୍କର କ୍ୟାରିଅରରେ ଲଗାଇଥିଲେ ବିରାମ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.