ନୂଆଦିଲ୍ଲୀ: ଯୁଦ୍ଧ ପାଇଁ ରୁଷ ଶତାଧିକ ଅପରାଧୀ, ହତ୍ୟାକାରୀ, ଡକାୟତ ଓ ନରଭକ୍ଷକଙ୍କୁ ନିଜ ସେନାରେ ଭର୍ତ୍ତି ଥିବା ୟୁକ୍ରେନ ଦାବି କରିଛି । ୟୁକ୍ରେନ ସେନାର ଗୁଇନ୍ଦା ବିଭାଗ ଦାବି କରିଛି ଯେ ରୁଷ ସୈନିକ ନିଜକୁ ବଞ୍ଚାଇବା ପାଇଁ ଏବେ ସାଥୀଙ୍କୁ ମାରି ମଣିଷ ମାଂସ ଖାଇବାକୁ ବି ପଛାଉ ନାହାନ୍ତି । ୟୁକ୍ରେନ କହିଛି ଯେ ଡେନିସ ଗୋରେନ ନାମକ ଜଣେ ବ୍ୟକ୍ତି ଚାରି ଜଣଙ୍କୁ ହତ୍ୟା କରଥିଲା ଓ ପରେ ମାଂସ ଖାଇଥିଲା । ୨୦୧୨ରେ ତାକୁ ଗିରଫ କରାଯାଇଥିଲା । ୨୨ ବର୍ଷ ଜେଲ ଦଣ୍ଡ ଶୁଣାଯାଇଥିଲା । ଏହା ବ୍ୟତୀତ ନିକୋଲେ ଓକୋଲୋବିୟାକ ନାମକ ଜଣେ ବ୍ୟକ୍ତି ମଧ୍ୟ ଦୁଇ ମହିଳାଙ୍କୁ ହତ୍ୟା କରିଥିଲେ । ଏହାପରେ ମହିଳାଙ୍କ ମାଂସ ଖାଇଥିଲା । ଏପରି କୁଖ୍ୟାତ ଅପରାଧୀଙ୍କୁ ମୁକ୍ତ କରି ରୁଷ ନିଜ ସେନାରେ ସାମିଲ କରି ୟୁକ୍ରେନ ସଂଘର୍ଷରେ ଓହ୍ଲାଇଛି ।
ଡେଲି ମେଲ୍ ରିପୋର୍ଟରେ ଦାବି କରାଯାଇଛି ଯେ ଦମିତ୍ରି ମଲିସିଭ ନାମକ ଜଣେ ବ୍ୟକ୍ତିକୁ ତିନି ଜଣଙ୍କ ହତ୍ୟା ଓ ଏକ ହୃତପିଣ୍ଡକୁ ଫ୍ରାଏ କରି ଖାଇବା ଅଭିଯୋଗରେ ଗିରଫ କରାଯାଇଥିଲା । ଏହି କୁଖ୍ୟାତ ଅପରାଧୀକୁ ଯୁଦ୍ଧ ପାଇଁ ପଠାଇଛି । ରୁଷ ହତ୍ୟାକାରୀ ଓ ଦୁଷ୍କର୍ମକାରୀକୁ ଜେଲରୁ ମୁକ୍ତ କରି ୨୦୨୪ରେ ସମ୍ମୁଖ ଯୁଦ୍ଧକୁ ପଠାଇଛି ।
ଉଲ୍ଲେଖଯୋଗ୍ୟ ଯେ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ତିନି ବର୍ଷରୁ ଅଧିକ ସମୟ ହୋଇସାରିଛି । ଏବେ ବି ୟୁକ୍ରେନ ଉପରେ ରୁଷ ବଡ଼ ଧରଣର ଆକ୍ରମଣ କରୁଛି । ରୁଷ ଗତ ୨୪ ଘଣ୍ଟାରେ ୟୁକ୍ରେନର ୪୦୦ରୁ ଅଧିକ ସୈନିକଙ୍କୁ ନିହତ କରିଥିବା ଦାବି କରିଛି । ରୁଷ ଦାବି କରିଛନ୍ତି ଯେ ୟୁକ୍ରେନ ସୀମା ବର୍ତ୍ତି କିଛି ସ୍ଥାନ ଉପରେ କବଜା କରିଛି । କ୍ରାସ୍ନୋଓର୍ମିଇସ୍କ, ଦିମିତ୍ରୋଭ, ନୋଭୋସେର୍ଗେୟେବକା ତଥା ମୁରାବକା କ୍ଷେତ୍ରରେ ଚାରୋଟି ମେସିନଯୁକ୍ତ ଦୁଇଟି ଏୟାରବର୍ଣ୍ଣ ଆସଲ୍ଟ ଓ ଦୁଇଟି ମରିନ ବ୍ରିଗେଡକୁ ନଷ୍ଟ କରିଥିବା ରୁଷ ଦାବି କରିଛି । ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ସାମ୍ୱାଦିକଙ୍କୁ କହିଛନ୍ତି, ସୈନିକଙ୍କ ଦକ୍ଷିଣ ସମୁହ ୧୯୦ ୟୁକ୍ରେନୀ ସୈନିକ ଓ ତିନି ଯୁଦ୍ଧ ବାହାନ ଓ ଦୁଇଟି ତୋପୋକୁ ନଷ୍ଟ କରିଛନ୍ତି ।