ନୂଆଦିଲ୍ଲୀ ୨୪/୦୭: ମଝି ଆକାଶରେ ଗାୟବ ହୋଇଗଲା ବିମାନ। ୫୦ ଯାତ୍ରୀଙ୍କୁ ନେଇ ଉଡାଣ ଭରିଥିବା ଯାତ୍ରୀବାହୀ ବିମାନର ମିଳୁନି ପତ୍ତା । ବିମାନ କୁଆଡେ ଉଭାନ ହୋଇଯାଇଛି । ଗୁଜରାଟ ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ଋଷରୁ ନଜର ଆସିଛି ଏମିତି ଅଭାବନୀୟ ଘଟଣା । ଯେଉଁଠି ଗୋଟିଏ ଯାତ୍ରୀବାହୀ ବିମାନକୁ ନେଇ ଯାଉଥିବା ଖବର ସାମ୍ନାକୁ ଆସିଛି । ଯାହା ଜଣାପଡିଛି କି, ୫୦ ଜଣଙ୍କୁ ନେଇ ଉଡାଣ ଭରିଥିବା ବିମାନ କୁଆଡେ ଗାଏବ ହୋଇଯାଇଛି ।
୫୦ ଜଣ ଯାତ୍ରୀଙ୍କୁ ନେଇ ଉଡାଣ ଭରିଥିବା ଏହି ବିମାନଟି ଚୀନ ସୀମାବର୍ତ୍ତୀ ଅଞ୍ଚଳରେ ନିଖୋଜ ହୋଇଯାଇଥିବା କୁହାଯାଉଛି । ଅଧିକାରୀମାନେ କହିଛନ୍ତି ବିମାନ ଟ୍ରାଫିକ୍ ନିୟନ୍ତ୍ରକମାନେ ଉଡ଼ାଣ ମଝିରେ ବିମାନ ସହିତ ଯୋଗାଯୋଗ କରିବାରେ ବିଫଳ ହୋଇଥିଲେ । ବିମାନଟି ସାଇବେରିଆ ଅଙ୍ଗାରା ଏୟାରଲାଇନ୍ସ ଦ୍ୱାରା ପରିଚାଳିତ । ଏଏନ-୨୪ ବିମାନଟି ତା'ର ଗନ୍ତବ୍ୟସ୍ଥଳ ପହଞ୍ଚିବା ପୂର୍ବରୁ ରାଡାରରୁ ଅଦୃଶ୍ୟ ହୋଇଯାଇଛି ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବା ଥିବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ମଧ୍ୟ କୁହାଯାଉଛି ।
ସୂଚନା ଥାଉକି, ଗୁରୁବାର An-24 ବିମାନ ଉଡ଼ାଣ ଭରିବା ପରେ ଟ୍ରାଫିକ୍ ନିୟନ୍ତ୍ରକମାନଙ୍କର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ସ୍ଥାନୀୟ ଜରୁରୀକାଳୀନ ମନ୍ତ୍ରଣାଳୟ ଅନୁଯାୟୀ, ସାଇବେରିଆ-ଭିତ୍ତିକ ବିମାନ କମ୍ପାନୀ, ଅଙ୍ଗାରା ଦ୍ୱାରା ପରିଚାଳିତ ବିମାନଟି ଚୀନ୍ ସୀମାବର୍ତ୍ତୀ ସହର ଟାଇଣ୍ଡା ନିକଟରେ ପହଞ୍ଚିବା ସମୟରେ ରାଡାରରୁ ନିଖୋଜ ହୋଇଯାଇଥିଲା। ପ୍ରାଥମିକ ତଥ୍ୟ ଅନୁଯାୟୀ ବିମାନରେ ପାଞ୍ଚ ଜଣ ଶିଶୁ ସମେତ ୪୩ ଜଣ ଯାତ୍ରୀ ଥିଲେ । ଯେଉଁଥିରେ ଛଅ ଜଣ କ୍ରୁ ସଦସ୍ୟ ବି ଥିଲେ। ତେବେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।