ଲିଥିୟମ ଭଣ୍ଡାର ଥିବା ୟୁକ୍ରେନ ସହର ଉପରେ କବଜା କଲା ରୁଷ, 3 ବର୍ଷର ଯୁଦ୍ଧରେ ସବୁଠୁ ବଡ଼ ସଫଳତା

Published By : Prameya-News7 Bureau | June 26, 2025 IST

ନୂଆଦିଲ୍ଲୀ: ରୁଷ ସେନା ପୂର୍ବ ୟୁକ୍ରେନର ଡୋନେଟସ୍କରେ ଥିବା ସେବଚୋଙ୍କୋ ଗାଁରେ କବଜା କରିଛି । ଏହି ଅଞ୍ଚଳ ୟୁକ୍ରେନର ଲିଥିୟମ ଭଣ୍ଡାର ନିକଟରେ ଅଛି ଓ ରଣନୈତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତିନି ବର୍ଷର ଯୁଦ୍ଧରେ ଏହାକୁ ରୁଷର ସବୁଠୁ ବଡ଼ ସଫଳତା ବୋଲି କୁହାଯାଉଛି । ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ପଷ୍ଟ କରି କହିଛି ଯେ ସେବଚେଙ୍କୋ ଓ ନୋବୋସେରହିବକା ନାମକ ଦୁଇଟି ସ୍ଥାନ ଉପରେ ତାଙ୍କ ସେନା କବାଜ କରିଛି । ତେବେ, ୟୁକ୍ରେନ ସରକାର ପକ୍ଷରୁ ଏହା ଉପରେ କୌଣସି ଆନୁଷ୍ଠାନିକ ବୟାନ ଦିଆଯାଇନାହିଁ । 

ଡୋନେଟସ୍କ ଓ ଡନିପ୍ରୋପେତ୍ରୋବସ୍କ ମଧ୍ୟରେ ସେବଚୋଙ୍କେ ଗାଁ ରହିଛି । ୪୦ ହେକ୍ଟରରେ ବ୍ୟାପ୍ତ ଏହି ଅଞ୍ଚଳ ପ୍ରମୁଖ ଲିଥିୟମ ଖଣିଜ ଭଣ୍ଡାର ନିକଟରେ ରହିଛି । ୧୯୮୨ରେ ସୋଭିଏତ ଭୂବିଜ୍ଞାନୀ ଏଠାରୁ ଲିଥିୟମର ବିଶାଳ ଭଣ୍ଡାର ଖୋଜି ପାଇଥିଲେ । ଏହାର ଗଭୀରତା ବାଣିଜ୍ୟିକ ଖନନ ପାଇଁ ଉପଯୁକ୍ତ ଅଟେ ।

ରୁଷ ଦ୍ୱାରା ନିଯୁକ୍ତ ଡୋନେଟସ୍କ ଅଧିକାରୀ ଇଗୋର କ୍ଲିମାକୋବକସ୍କି କହିଛନ୍ତି, ସେବଚେଙ୍କୋ ଗାଁରେ ଲିଥିୟମ ଭଣ୍ଡାର ଯୋଗୁ ୟୁକ୍ରେନ ଏଠାରେ ଅଧିକ ସୈନିକ ମୁତୟନ କରିଥିଲା । ଅଞ୍ଚଳରେ ପରିସ୍ଥିତି ସୁଧୁରିଲେ, ଖନନ ପାଇଁ ଏହାକୁ ବିକଶିତ କରାଯିବ । ଜାନୁଆରୀରେ ରୁଷ ମିଡିଆ ସେବଚେଙ୍କୋର ଲିଥିୟମ କ୍ଷେତ୍ର ଉପରେ କବଜା କରାଯାଇଥିବା ଦାବି କରିଥିଲା । କିନ୍ତୁ ପରେ ଏହି ଖବର ମିଛ ବାହାରିଥିଲା । ଉଲ୍ଲେଖଯୋଗ୍ୟ ଯେ ଆଜିର ସମୟରେ ଲିଥିୟନ ଦୁନିଆ ସବୁଠୁ ମୂଲ୍ୟବାନ ଖଣିଜ ଧାତୁ ମଧ୍ୟରେ ଗୋଟିଏ । ମୋବାଇଲ୍ ଫୋନ୍, ଇଲେକ୍ଟ୍ରିକ ଗାଡ଼ି, ବ୍ୟାଟେରି ସମୟରେ ହାଇଟେକ୍ ଉପକରଣ ନିର୍ମାଣରେ ଏହାକୁ ବ୍ୟବହାର କରାଯାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.