ଲକ୍ଷ୍ନୌ ୨୪।୦୭: ଉତ୍ତର ପ୍ରଦେଶର ଗୋରଖପୁରରେ ଅବସ୍ଥିତ ବିଛିୟା ପିଏସି ତାଲିମ କେନ୍ଦ୍ରରୁ ଆସିଛି ଆଶ୍ଚର୍ଯ୍ୟଜନକ ଘଟଣା । ଯାହା ମହିଳା ସୁରକ୍ଷା ବ୍ୟବସ୍ଥା ଉପରେ ଉଠାଇଛି ଗମ୍ଭୀର ପ୍ରଶ୍ନ । ବୁଧବାର ସକାଳେ ପ୍ରାୟ ୬୦୦ ମହିଳା ଟ୍ରେନିଂ କନଷ୍ଟେବଳ ହଠାତ୍ ତାଲିମ କେନ୍ଦ୍ରରୁ ବାହାରକୁ ଆସି କାନ୍ଦିବାକୁ ଲାଗିଲେ ଏବଂ ପ୍ରଶାସନିକ ଅବହେଳା ବିରୋଧରେ କରିଥିଲେ ତୀବ୍ର ପ୍ରତିବାଦ ।
ଜମେ ମହିଳା କନେଷ୍ଟବଳ କହିଥିଲେ କି ଟ୍ରେନିଂ ସେଣ୍ଟରର ବାଥରୁମରେ କ୍ୟାମେରା ଲାଗିଛି । ଆମର ଭିଡିଓ ହୋଇସାରିଛି । ସେହି ଭିଡିଓ ଗୁଡିକ କଣ ଫେରାଯିବ । ଅନ୍ୟଜଣେ କନେଷ୍ଟବଳ କହିଛନ୍ତି କି ଟ୍ରେନିଂ ସେଣ୍ଟରରେ ୩୬୦ ଜଣ ଝିଅ ରହିବାର ବ୍ୟବସ୍ଥା ରହିଛି । କିନ୍ତୁ ଏଥିରେ ୬୦୦ ରହିବାକୁ ହେଉଛନ୍ତି ବାଧ୍ୟ । ଟ୍ରେନିଂ ସେଣ୍ଟରରେ ମୌଳିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି ।
ଜଣେ କନେଷ୍ଟବଳ କାନ୍ଦି କାନ୍ଦି କହିଥିଲେ, "ଯେତେବେଳେ ଆମେ ଅଧିକାରୀମାନଙ୍କୁ ଏହି ବିଷୟରେ ଅଭିଯୋଗ କରିଥିଲୁ, ସେମାନେ ଏହାକୁ ଅଣଦେଖା କରିଥିଲେ । କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ସେମାନେ ଆମକୁ ଚୁପ୍ କରିବାକୁ ଚେଷ୍ଟା କରିଥିଲେ । ଅଧିକାରୀମାନେ ସେମାନଙ୍କୁ ସହାୟତା କରିବା ବଦଳରେ କେବଳ ଗାଳି କରୁଥିବା ସେମାନେ କହିଥିଲେ ।
ଏହାବ୍ୟତୀତ ଟ୍ରେନିଂ ମହିଳା କନଷ୍ଟେବଳମାନେ ବିଦ୍ୟୁତ୍ ଏବଂ ପାଣି ନଥିବାର ତୀବ୍ର ଅଭିଯୋଗ କରିଥିଲେ । ଲକ୍ଷ୍ନୌରୁ ଆସିଥିବା ଜଣେ କନଷ୍ଟେବଳ କହିଛନ୍ତି, "ରାତି ସାରା ବିଦ୍ୟୁତ୍ ନାହିଁ, ଜେନେରେଟର ମଧ୍ୟ ଚାଲୁନି । ସକାଳେ ଶୌଚାଳୟରେ ପାଣି ନାହିଁ ଏବଂ ଦିନସାରା କେବଳ ଅଧ ଲିଟର ପାନୀୟ ଜଳ ଦିଆଯାଉଛି। ଖାଦ୍ୟ ମଧ୍ୟ ଅତ୍ୟନ୍ତ ନିମ୍ନମାନର ମିଳୁଛି ।"
ସେମାନେ କହିଛନ୍ତି ଯେ ଯେପର୍ଯ୍ୟନ୍ତ ଏହି ସମସ୍ୟାଗୁଡ଼ିକର ସମାଧାନ ନହୁଏ, ସେପର୍ଯ୍ୟନ୍ତ ସେମାନେ ତାଲିମ ନେବେ ନାହିଁ। ଏହାପରେ ଟ୍ରେନିଂ ସେଣ୍ଟରର ଟ୍ରେନର ଏଡିଜିଙ୍କ ସମେତ ପୁଲିସର ବରିଷ୍ଠ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଶ୍ଳୀଳ ଭାଷା ବ୍ୟବହାର ନେଇ ଟ୍ରେନିଂ ସେଣ୍ଟରର ଫିଜିକାଲ୍ ଇନ୍ଷ୍ଟ୍ରକଟରଙ୍କୁ ସସ୍ପେଣ୍ଡ କରାଯାଇଛି ।