କୋଚ୍ଚି –‘ଭାରତ’ର ଅନୁବାଦ କରାଯିବ ଉଚିତ ନୁହେଁ , ଅନ୍ୟଥା ଏହା ତାର ପରିଚୟ ଓ ବିଶ୍ୱରେ ଏହାକୁ ଯେଉଁ ସମ୍ମାନ ପ୍ରାପ୍ତ ହୋଇଛି , ତାହା ହରାଇ ଦେବ। ଏହିକଥା ରବିବାର କହିଥିଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ। ସେ କହିଥିଲେ , ଇଣ୍ଡିଆ ତ ‘ଭାରତ’ , ହେଲେ ଯେତେବେଳେ ଆମେ ଏ ବିଷୟରେ କଥାବାର୍ତ୍ତା କରୁ, ଲେଖୁ କିମ୍ୱା କହୁ ଏହାକୁ ଏହି ରୂପରେ ରଖିବା ଉଚିତ , ତାହା ସାର୍ବଜନୀନ ଭାବେ ହେଉ ବା ବ୍ୟକ୍ତିଗତ ଭାବେ।
ମୋହନ ଭାଗବତ କହିଥିଲେ ଯେ, “କାରଣ ଏହା ଭାରତ ”ଏଥିପାଇଁ ଭାରତର ପରିଚୟର ସମ୍ମାନ କରାଯାଏ। ସେ କହିଛନ୍ତି, ଭାରତ ଏକ ବ୍ୟକ୍ତିବାଚକ ସଂଜ୍ଞା। ଏହାର ଅନୁବାଦ କରାଯିବା ଉଚିତ ନୁହେଁ। ଏହା ସତ ଯେ, ‘ ଇଣ୍ଡିଆ ଭାରତ’ । କିନ୍ତୁ ଭାରତ, ଭାରତ। ଏଥିପାଇଁ କଥାବାର୍ତ୍ତା, ଲେଖା ଓ ଭାଷଣ ବେଳେ , ତାହା ବ୍ୟକ୍ତିଗତ ହେଉ ବା ସାର୍ବଜନିନ ଆମକୁ ଭାରତକୁ ଭାରତ ହିଁ ରଖିବା ଉଚିତ।
ସେ କହିଥିଲେ , ଭାରତକୁ ଭାରତ ହିଁ ରହିବା ଉଚିତ। ଭାରତର ପରିଚୟର ସମ୍ମାନ କରାଯାଏ, କାରଣ ଏହା ଭାରତ। ଯଦି ଆପଣ ନିଜର ପରିଚୟ ହରାଇ ଦିଅନ୍ତି ତ ତେବେ ଆପଣଙ୍କର ଯେତେ ଭଲ ଗୁଣ ଥିଲେ ମଧ୍ୟ , ଆପଣଙ୍କୁ ଏ ଦୁନିଆରେ କେବେ ବି ସମ୍ମାନ କିମ୍ୱା ସୁରକ୍ଷା ମିଳିବ ନାହିଁ। ଏହା ହେଉଛି ମୌଳିକ ସିଦ୍ଧାନ୍ତ , ସେ ଆରଏସଏସ- ସମ୍ୱନ୍ଧିତ ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସ ଦ୍ୱାରା ଆୟୋଜିତ ଜାତୀୟ ଶିକ୍ଷା ସମ୍ମିଳନୀ ଜ୍ଞାନ ସଭାରେ ଏହି କଥା କହିଥିଲେ।
ନିଜର ଭାଷଣରେ ଭାଗବତ ଏହା ମଧ୍ୟ କହିଥିଲେ - ବିଶ୍ୱ ଶକ୍ତିର ଭାଷା ବୁଝେ , ତେଣୁ ଭାରତକୁ ଆର୍ଥିକ ଦୃଷ୍ଟିରୁ ମଧ୍ୟ ଶକ୍ତିଶାଳୀ ଓ ସମୃଦ୍ଧ ହେବାକୁ ପଡ଼ିବ। ଭାଗବତ କହିଥିଲେ ଯେ, ଭାରତକୁ ଆଉ ସୁନା ପକ୍ଷୀ ହେବାର ଆବଶ୍ୟକତା ନାହିଁ , ବରଂ ଏବେ ସିଂହ ହେବାର ସମୟ ଆସି ଯାଇଛି। ସେ କହିଥିଲେ ଏହା ଆବଶ୍ୟକ , କାରଣ ବିଶ୍ୱ ଶକ୍ତିକୁ ବୁଝେ । ତେଣୁ ଭାରତକୁ ଶକ୍ତିଶାଳୀ ହେବାକୁ ପଡ଼ିବ। ଏହାକୁ ଆର୍ଥିକ ଦୃଷ୍ଟିରେ ମଧ୍ୟ ସମୃଦ୍ଧ ହେବାକୁ ହେବ। ସେ ସ୍ପଷ୍ଟ କରି କହିଛନ୍ତି ଯେ, ଅନ୍ୟ ଉପରେ ଶାସନ କରିବା ପାଇଁ ନୁହେଁ , ବରଂ ବିଶ୍ୱର ସହାୟତା କରିବା ପାଇଁ ଶକ୍ତିଶାଳୀ ହେବା ଉଚିତ୍।
ଭାଗବତ ଭାଷଣରେ ଏହା ମଧ୍ୟ କହିଥିଲେ ଯେ, ଏମିତି ହେବା ଉଚିତ୍ ଯାହା ଜଣେ ବ୍ୟକ୍ତିଙ୍କୁ ଯେକୌଣସି ସ୍ଥାନରେ ନିଜସ୍ୱ ଭାବରେ ବଞ୍ଚିବାକୁ ସାହାଯ୍ୟ କରି ପାରିବ। ଭାରତୀୟ ଶିକ୍ଷା ଅନ୍ୟମାନଙ୍କ ପାଇଁ ତ୍ୟାଗ ଓ ବଞ୍ଚିବା ଶିଖାଏ ।