Live Live
LIVE

ICC Men's T20 World Cup 2026: ଫାଇନାଲରେ ସଞ୍ଜୁ ସାମସନଙ୍କ ବଡ଼ ସ୍କୋର, ଭାଙ୍ଗିଲେ ମାର୍ଲନ ସାମୁଏଲ୍ସଙ୍କ ୧୦ ବର୍ଷ ପୁରୁଣା ରେକର୍ଡ

NEWS7
rss-chief-mohan-bhagwat-on-indias-identity

ନୂଆଦିଲ୍ଲୀ: ଟି୨୦ ବିଶ୍ବ କପ୍ରେ ଫାଇନାଲରେ ନିଜ କ୍ୟାରିୟର ସବୁଠୁ ସ୍ମରଣୀୟ ପାଳି ମଧ୍ୟରୁ ଗୋଟିଏ ଖେଳିଛନ୍ତି ଭାରତୀୟ ଟିମର ଓପନିଂ ବ୍ୟାଟ୍ସମାନ ସଞ୍ଜୁ ସାମସନ । ଆଉ ଏହି ମ୍ୟାଚ ସହ ସେ ଟି୨୦ ବିଶ୍ବ କପ୍ ଫାଇନାଲ ଇତିହାସରେ ସବୁଠୁ ଅଧିକ ରନ୍ କରିଥିବା ବ୍ୟାଟର ହୋଇଛନ୍ତି। ସେ ଓ୍ବେଷ୍ଟଇଣ୍ଡିଜର ମାର୍ଲନ ସାମୁଏଲ୍ସଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି। ସାମୁଏଲ୍ସ ୨୦୧୬ ଟି୨୦ ବିଶ୍ବ କପ୍ ଏହି ରେକର୍ଡ ନିଜ ନାଁରେ କରିଥିଲେ।

ସଞ୍ଜୁ ସାମସନ ଟି୨୦ ବିଶ୍ବକପ୍ ଇତିହାସରେ ଫାଇନାଲରେ ସବୁଠୁ ଅଧିକ ରନ କରିଥିବା ବ୍ୟାଟର ହୋଇଛନ୍ତି। ସଞ୍ଜୁ ସାମସନ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଅଭିଷେକ ଶର୍ମାଙ୍କ ସହ ରୋମାଞ୍ଚକର ପାଳି ଆରମ୍ଭ କରିଥିଲେ। ଉଭୟଙ୍କ ମଧ୍ୟରେ ୯୮ ରନ୍ର ପାର୍ଟନରସିପ୍ ଥିଲା। ସଞ୍ଜୁ ୪୬ ରନରେ ୮ ଛକ୍କା ଏବଂ ୫ ଚୌକା ମାରି ୮୯ ରନ୍ କରିଥିଲେ। ଆଉ ଏହି ସ୍କୋର ସହ ସେ ଟି୨୦ ବିଶ୍ବକପ ଫାଇନାଲରେ ସର୍ବାଧିକ ରନ୍ କରିଥିବା ବ୍ୟାଟର ମାର୍ଲନ ସାମୁଏଲ୍ସଙ୍କୁ ପଛରେ ପକାଇଛନ୍ତି।

ପୂର୍ବରୁ ମାର୍ଲନ ସାମୁଏଲ୍ସ ଅପରାଜିତ ୮୫ ରନ୍ କରିଥିଲେ। ଓ୍ବେଷ୍ଟଇଣ୍ଡିଜର ଦମଦାର ବ୍ୟାଟର ମାର୍ଲନ ସାମୁଏଲ୍ସ ୨୦୧୬ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଏହି ସ୍କୋର କରିଥିଲେ। ତୃତୀୟ ନମ୍ବରରେ କେନ ଓ୍ବିଲିୟମସନ ଅଛନ୍ତି। ସେ ୨୦୨୧ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ୮୫ ରନ୍ କରିଥିଲେ। ମାର୍ଲେନ ସାମୁଅଲ୍ସ ୨୦୧୨ରେ ଖେଳାଯାଇଥିବା ବିଶ୍ବକପରେ ଶ୍ରୀଲଙ୍କା ବିରୋଧରେ ଟି୨୦ ବିଶ୍ବକପ ଫାଇନାଲ ୭୮ ରନ୍ କରିଥିଲେ।