ପ୍ରତିବର୍ଷ ଶହଶହ କୋଟିପତି ଛାଡୁଛନ୍ତି ଭାରତ, କାରଣ କହିଲେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ ସଦସ୍ୟ

NEWS7
rs-2000-notes-worth-rs-6000-crore-are-yet-to-be-returned

ନୂଆଦିଲ୍ଲୀ ୨୯।୧୨: ଭାରତରୁ ଧନୀ ଲୋକେ ଦେଶ ଛାଡି ପଳାଇବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ସଦସ୍ୟ ତଥା ପ୍ରସିଦ୍ଧ ଅର୍ଥ ଶାସ୍ତ୍ରୀ ସଞ୍ଜୀବ ସାନ୍ୟାଲଙ୍କ ଏକ ବୟାନ ସାମ୍ନାକୁ ଆସିଛି। ଏଥିରେ ସେ କୋଟିପତି ଲୋକେ ଭାରତ ଛାଡି କାହିଁକି ଚାଲି ଯାଉଛନ୍ତି ତାର କାରଣ କହିଛନ୍ତି। ସେମାନେ ଉନ୍ନତ ଜୀବନଶୀଳୀ ଯୋଗୁ ଭାରତ ଛାଡି ଯାଉ ନଥିବା ସାନ୍ୟାଲ କହିଛନ୍ତି।

ଏକ ପୋଡକାଷ୍ଟରେ ସାନ୍ୟାଲ କହିଛନ୍ତି ଯେ ଭାରତର ଧନୀ ଲୋକେ ବିଦେଶ ଯିବାର କାରଣ କେବଳ ପ୍ରଦୂଷଣ ନୁହେଁ କି ଉନ୍ନତ ଜୀବନ ଶୈଳୀ ପାଇଁ ନୁହେଁ ବରଂ ଦେଶର ବ୍ୟବସାୟୀକ ଏଲିଟ କ୍ଲାସ୍ ରେ ଜରୁରି ପରିବର୍ତ୍ତନର ଅଭାବ ମଧ୍ୟ ଏକ ବଡ଼ କାରଣ। ସଞ୍ଜୀବ ସାନ୍ୟାଲ କହିଛନ୍ତି ଯେ ଭାରତରେ ବଡ଼ ଉଦ୍ୟୋଗୀ ଓ ବ୍ୟବସାୟୀକ ପରିବାରରେ ଦୀର୍ଘ ସମୟରୁ ଲୋକେ ହାବି ହୋଇ ରହିଛନ୍ତି। ଭାରତରେ ନୂଆ କମ୍ପାନୀ ଓ ନୂଆ ଉଦ୍ୟମୀଙ୍କୁ ଆଗକୁ ବଢିବାର ସୁଯୋଗ ବହୁତ କମ ମିଳୁ ପାରୁଛି।

ଏଣୁ କୌଣସି ଦେଶର ବିଜନେସ ସେକ୍ଟରରେ ନୂଆ ମୁହଁ ଓ ନୂଆ ବିଚାର ଆସୁନଥିବାରୁ ଇନୋଭେସନ ମଧ୍ୟ କମଜୋର ହେଉଛି। ଏପରି ପରିବେଶରେ ଧନୀଲୋକେ ସେମାନଙ୍କ ବିଜନେସ୍ ଓ ନିବେଶକୁ ବିଦେଶ ନେଇଯିବାକୁ ଉତ୍ତମ ମନେ କରୁଛନ୍ତି। ଏଥିରେ ସଞ୍ଜୀବ ସାନ୍ୟାଲ ଭାରତର ଷ୍ଟାର୍ଟଅପ ଇକୋ ସିଷ୍ଟମକୁ ପ୍ରଶଂସା କରିଛନ୍ତି ଓ କହିଛନ୍ତି ଯୁବ ଉଦ୍ୟୋଗୀ ଖାସ କରି ବେଙ୍ଗାଲୁରୁ ଭଳି ସହରରେ ରିସ୍କ ନେବାକୁ ଭୟ କରୁ ନାହାନ୍ତି। ଏହି କାରଣରୁ ଷ୍ଟାର୍ଟଅପ ସେକ୍ଟରରେ ଅଭିବୃଦ୍ଧି ଆସିଥିବା ବେଳେ ନୂଆ ଆଇଡିଆ ଓ ନୂଆ କମ୍ପାନୀ ଆସୁଛନ୍ତି।

ସେ ପୁରୁଣା ବ୍ୟବସାୟୀଙ୍କୁ ନେଇ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ ମଜଭୁତ ଅର୍ଥବ୍ୟବସ୍ଥା ନିମନ୍ତେ ଅସଫଳତାକୁ ମଧ୍ୟ ସ୍ୱୀକାର କରାଯିବା ଦରକାର। ଯେବେ କୌଣସି ବଡ଼ କମ୍ପାନୀ କାମ କରି ପାରୁନି ତେବେ ଏହା ବନ୍ଦ ହୋଇଯିବା ଦରକାର। ଏହା ଦ୍ୱାରା ନୂଆ କମ୍ପାନୀମାନଙ୍କୁ ସୁଯୋଗ ମିଳିପାରିବ।