LIVE TV
LIVE TV

ପତ୍ନୀ ବଲ୍‌ବ ମାଗିଲେ, ଛାନିଆ ହୋଇ ବିବାହ ରାତିରୁ ଫେରାର ହୋଇଗଲେ ସ୍ୱାମୀ

NEWS7
rrr-actro-ramcharan-promise-if-wins-oscar-will-dance-17-times-on-stage

ଲକ୍ଷ୍ନୌ: ବାଜାବାଣ ରୋଷଣୀ ସହ ବଡ଼ ଧୁମଧାମରେ ପୁଅ ବାହାଘର ହେଲା। ନାଲି ନେଳି ଆଲୋକ ସଜା। ବନ୍ଧୁବାନ୍ଧବଙ୍କ ଭିଡ଼। ଭୋଜି ଖାଇବାକୁ ଆସିଥିବା ପ୍ରତିବେଶୀଙ୍କ ଘୋଘୋ ଶବ୍ଦ। ଉତ୍ସବର ପରିବେଶରେ ସମସ୍ତେ ବେସ୍ ଖୁସୀ ଥିଲେ। ଶେଷରେ ଭୋଜିଭାତର ଆସର ସରି ରାତି କଡ଼ ଲେଉଟିଲା। ବନ୍ଧୁବାନ୍ଧବ ସବୁ ଚାଲିଗଲେ।

ଘରେ ଭିତରେ ଯେତେବେଳେ ବର ପ୍ରବେଶ କରିଥିଲେ, ଅପେକ୍ଷା କରି ବସିଥିବା ପତ୍ନୀ ତାଙ୍କୁ ଗୋଟେ ବଲ୍‌ବ ମାଗିଥିଲେ। ବାସ୍ ଏହାପରେ ସେହି ରାତିରେ ହିଁ ବର ତୁରନ୍ତ ଘର ଛାଡ଼ି ଫେରାର ହୋଇଗଲେ। ଆଉ ୫ ଦିନ ପରେ ହରିଦ୍ୱାରରୁ ତାଙ୍କୁ ଉଦ୍ଧାର କରାଗଲା। ଖବର ପଢ଼ି ଆପଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। ଏମିତି ହେବା ପଛରେ କାରଣ କ’ଣ ବୋଲି ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ? ଏହାର ଉତ୍ତର ପାଇବା ପାଇଁ ଖବରଟି ସମ୍ପୂର୍ଣ୍ଣ ପଢ଼ନ୍ତୁ।  

ଉତ୍ତର ପ୍ରଦେଶର ମୀରଠରେ ଏଭଳି ଘଟଣା ଘଟିଛି। ମୋହସୀନ ୫ ଦିନ ତଳେ ମୁଜାଫରନଗରରେ ବିବାହ କରିଥିଲେ। ଚତୁର୍ଥୀ ରାତିରେ ହିଁ ସେ ପତ୍ନୀଙ୍କୁ ଛାଡ଼ି ଚାଲିଯାଇଥିଲେ। ପରିବାର ଲୋକେ ଭାବିଥିଲେ ପୁଅ ଫେରିଆସିବ। ସମସ୍ତେ ରାତିସାରା ଅପେକ୍ଷା କରି ବସିଥିଲେ। ହେଲେ ସେ ଆସିଲେ ନାହିଁ।

ସେପଟେ ପରିଦିନ ସକାଳେ ମୋହସୀନଙ୍କର ଦୁଇ ଭଉଣୀଙ୍କର ବି ବିବାହ ଆୟୋଜିତ ହେବାର ଥିଲା। ହେଲେ ଘରେ ଭାଇ ନଥିବାରୁ ବିବାହ ଜନିତ ପରମ୍ପରା ବି ହୋଇପାରି ନଥିଲା। ତେବେ ଦୁଃଖରେ ଥାଇ ମଧ୍ୟ ପରିବାର ଲୋକେ ଦୁଇ ଝିଅର ବାହାଘର କରି ଦେଲେ। ହେଲେ ଭାଇ ଫେରିଲା ନାହିଁ।

ପୁଲିସ ସିସିଟିଭି ଫୁଟେଜ୍ ଚେକ୍ କରିବାରୁ ମୋହଶନୀ ଗଙ୍ଗା କେନାଲ କୂଳେ କୂଳେ ଯାଉଥିବାର ଭିଡିଓ ଦେଖିବାକୁ ପାଇଥିଲା। ଏହାପରେ କାଳେ ସେ ପାଣିରେ ପଡ଼ିଯାଇଥିବେ ଏଥିପାଇଁ ପୁଲିସ ପାଣି ଭିତରେ ବି ଖୋଜାଖୋଜି କରିଥିଲେ। କିନ୍ତୁ ମୋହଶୀନିଙ୍କର କୌଣସି ପତ୍ତା ମିଳି ନଥିଲା।

ତେବେ ସୋମବାର ସକାଳେ ହଠାତ୍ ମୋହଶୀନ ତାଙ୍କର ଜଣେ ସମ୍ପର୍କୀୟକୁ ଫୋନ୍‌ କରିଥିଲେ। ଏବଂ ସେ ହରିଦ୍ୱାରରେ ଅଛନ୍ତି ବୋଲି ଜଣାଇଥିଲେ। ଏହାପରେ ପରିବାର ପକ୍ଷରୁ ତୁରନ୍ତ ପୁଲିସକୁ ଫୋନ୍ କରି ଜଣାଇ ଦିଆଯାଇଥିଲା। ପୁଲିସ ଟିମ ଗଠନ କରି ପରିବାର ଲୋକଙ୍କ ସହିତ ମୋହଶୀନଙ୍କୁ ଆଣିବାକୁ ହରିଦ୍ୱାର ଯାଇଥିଲା। ଏବଂ ତାଙ୍କୁ ସେଠାରୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।

ପୁଲିସ ଘଟଣାରେ ମୋହଶୀନଙ୍କୁ ପଚରାଉଚରା କରିବାରୁ ସେ ପତ୍ନୀଙ୍କ ସମ୍ମୁଖରେ ନର୍ଭସ ହୋଇପଡ଼ିଥିଲେ। ଏବଂ ମାନସିକ ଚାପରେ ସେ ଘର ଛାଡ଼ି ଚାଲିଯାଇଥିଲେ ବୋଲି କହିଥିଲେ। ତେଣୁ ସେ କାହାକୁ କିଛି ନକହି ହରିଦ୍ୱାରରେ ନ ପହଞ୍ଚିବା ପର୍ଯ୍ୟନ୍ତ  ଚାଲିଥିଲେ ବୋଲି ମୋହଶନୀ ପୁଲିସକୁ କହିଛନ୍ତି।

ତେବେ ତାଙ୍କ ନିଖୋଜ ହେବା ପରେ ପରିବାର ଭାଙ୍ଗିପଡ଼ିଥିଲେ। କାଳେ ସେ କେନାଲ୍‌ରେ ପଡ଼ିଯାଇଥିବେ ବୋଲି ଘରେ କାନ୍ଦବୋବାଳି ପଡ଼ି ଯାଇଥିଲା। ହେଲେ କାହାଣୀ ଓଲଟା ବାହାରିଲା। ତେବେ ପଚରାଉଚରା ପରେ ପୁଲିସ ମୋହଶନୀଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।