ସମାଲୋଚନା ପରେ ବି କାହିଁକି ଆକ୍ରମଣାତ୍ମକ ବ୍ୟାଟିଂରେ ପରିବର୍ତ୍ତନ କରି ନଥିଲେ ରୋହିତ: ଟ୍ରଫି ଜିତିବା ପରେ କଲେ ଖୁଲାସା

Published By : Prameya-News7 Bureau | March 09, 2025 IST

indiatoday

ନୂଆଦିଲ୍ଲୀ: ୧୨ ବର୍ଷର ଅପେକ୍ଷା ଶେଷ ହୋଇଛି। ଶେଷରେ ଟିମ୍ ଇଣ୍ଡିଆ ତୃତୀୟ ଥର ପାଇଁ ହୋଇଛି ବିଶ୍ୱ ଚାମ୍ପିୟନ। ରବିବାର (ମାର୍ଚ୍ଚ ୯) ଦୁବାଇରେ ଚାମ୍ପିୟନ ଟ୍ରଫି ଫାଇନାଲ୍‌ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୪ ୱିକେଟ୍‌ରେ ପରାସ୍ତ କରି ଟ୍ରଫି ହାତେଇଛି ଭାରତ। ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ୮୩ ବଲ୍‌ରେ ୭୬ ରନ୍‌ର ଲଢ଼ୁଆ ଇନିଂସ୍‌ ଖେଳିଥିଲେ। ଯେଉଁଥିପାଇଁ ତାଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଛି। ପୁରସ୍କାର ନେବା ପରେ ରୋହିତ ନାନା ସମାଲୋଚନାର ଶିକାର ହେବା ସତ୍ତ୍ୱେ କାହିଁକି ବ୍ୟାଟିଂ ଶୈଳୀ ବଦଳାଇ ନଥିଲେ ତାର ଖୁଲାସା କରିଛନ୍ତି। 
ଚାମ୍ପିୟନ ଟ୍ରଫିରେ ରୋହିତଙ୍କ ଫିଟ୍‌ନେସ ନେଇ ଅନେକ ସମୟରେ ସମାଲୋଚନା ହେଉଥିଲା। ସେ ତାଙ୍କ ପୁରୁଣା ଷ୍ଟାଇଲ୍‌ରେ ବିସ୍ଫୋରକ ବ୍ୟାଟିଂ କରୁଥିଲେ, ଆଉ ଯଦି ରନ୍‌ ନ ହେଲା ତେବେ ତାଙ୍କୁ କ୍ରିକେଟ ଟିମ୍ ଭିତରୁ ତାଗିଦ ସହିତ ବାହାରୁ ତାଙ୍କ ଫିଟ୍‌ନେଶ ନେଇ ଅନେକ ସମୟ ସମାଲୋଚନା କରାଯାଉଥିଲା। ଏହା ପୂର୍ବରୁ ଦୁଇଟି ଟେଷ୍ଟ ସିରିଜ୍ ବି ହାରି ସେ ସମାଲୋଚିତ ହୋଇଥିଲେ। କିନ୍ତୁ ତଥାପି ସେ ତାଙ୍କ ବ୍ୟାଟିଂ ଶୈଳୀରେ କୌଣସି ପରିବର୍ତ୍ତନ କରିଥିଲେ।

ପଢନ୍ତୁ- Champions Trophy: ୧୨ ବର୍ଷ ପରେ ଚାମ୍ପିୟନ ଟିମ୍ ଇଣ୍ଡିଆ: ରୋହିତ-କୋହଲିଙ୍କ ଦାଣ୍ଡିଆ ଡାନ୍ସ, ଦେଖନ୍ତୁ ଭିଡିଓ

ତେବେ କାହିଁକି ସେ ତାଙ୍କ ବ୍ୟାଟିଂ ଶୈଳୀ ପରିବର୍ତ୍ତନ କରିନଥିଲେ, ଆଜି ତାହାର ଖୁଲାସା କରିଛନ୍ତି ରୋହିତ। ରୋହିତ ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଭାରତର ଅଭିଯାନ ବିଷୟରେ କହିଥିଲେ।ଏଥର ଦଳ ଗୋଟିଏ ବି ମ୍ୟାଚ ନ ହାରି ଟୁର୍ଣ୍ଣାମେଣ୍ଟ ବିଜୟୀ ହୋଇଛି। ତେବେ ଗତ କିଛି ମ୍ୟାଚ୍‌ରେ ଖରାପ ପ୍ରଦର୍ଶନ କରିବା ପରେ ଫାଇନାଲ୍‌ରେ ରୋହିତ ଭଲ ପ୍ରଦର୍ଶନ କରିଥିଲେ। ନ୍ୟୁଜିଲାଣ୍ଡର ୨୫୨ ରନ୍‌ର ପିଛା କରି ଭାରତ ପ୍ରଥମ ୧୦ ଓଭରରେ ଦ୍ରୁତ ଗତିର ରନ୍ ଆଗକୁ ନେଇ ପ୍ରତିପକ୍ଷ ଉପରେ ଚାପ ସୃଷ୍ଟି କରିଥିଲା। ଏହାପରେ ୧୧- ୨୦ ଓଭର ମଧ୍ୟରେ ରୋହିତ ଭଲ ପ୍ରଦର୍ଶନ କରିଥିଲେ। 
ରୋହିତ ତାଙ୍କର ଆକ୍ରମଣାତ୍ମକ ବ୍ୟାଟିଂ ଶୈଳୀ ନେଇ କହିଛନ୍ତି ଏହା ତାଙ୍କ ପାଇଁ ଆଦୌ ସାଧାରଣ କଥା ନୁହେଁ, କିନ୍ତୁ ସେ ଦଳକୁ ଏକ ଷ୍ଟାଣ୍ଡାର୍ଡକୁ ନେଇଯିବା ପାଇଁ ସେ ଏପରି ଆକ୍ରମଣାତ୍ମକ ବ୍ୟାଟିଂ କରନ୍ତି। ରୋହିତ କହିଛନ୍ତି "ଆକ୍ରମଣାତ୍ମକ ହୋଇ ବ୍ୟାଟିଂ କରିବା ମୋ ପାଇଁ ସ୍ୱାଭାବିକ କଥା ନୁହେଁ, କିନ୍ତୁ ମୁଁ ପ୍ରକୃତରେ ଏମିତି ହିଁ ବ୍ୟାଟିଂ କରିବାକୁ ଚାହୁଁଥିଲି। ଯେତେବେଳେ ଆପଣ କିଛି ଭିନ୍ନ କରିବାକୁ ଚେଷ୍ଟା କରୁଛନ୍ତି, ଆପଣଙ୍କୁ ଦଳର ସମର୍ଥନ ଆବଶ୍ୟକ, ଏବଂ ସେମାନେ ମୋତେ ସପୋର୍ଟ କରିଥିଲେ। ୨୦୨୩ ବିଶ୍ୱକପରେ ରାହୁଲ ଭାଇ ଏବଂ ଏବେ ଗୌତି(ଗୌତମ ଗମ୍ଭୀର) ଭାଇ, ମୁଁ ଏହିସବୁ ବର୍ଷଗୁଡ଼ିକର ଭିନ୍ନ ଶୈଳୀରେ କ୍ରିକେଟ ଖେଳିଛି। ମୁଁ ଦେଖିବାକୁ ଚାହୁଁଥିଲି ଯେ ଆମେ ଭିନ୍ନ ଭାବରେ ଖେଳି ଫଳାଫଳ ପାଇପାରିବା କି ନାହିଁ।" 
ପଢନ୍ତୁ- ବିଜୟ ପରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛାର ସୁଅ, ପ୍ରଧାନମନ୍ତ୍ରୀ କହିଲେ-ଆମେ ଗର୍ବିତ
ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଟି ଶୋଚନୀୟ ଟେଷ୍ଟ ସିରିଜ ପରାଜୟ ପରେ ରୋହିତଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା। ରୋହିତ ଶର୍ମା ଦଳ ପାଇଁ ଉତ୍ତରଦାୟୀ ହେବା ଦରକାର ବୋଲି ସମାଲୋଚକମାନେ କହିଥିଲେ। ଏହାପରେ ରୋହିତ ବିସିସିଆଇ କଡ଼ା ନିୟମର ଅଧୀନରେ ଆସିବା ପରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟ ମ୍ୟାଚ୍‌ରୁ ଓହରି ଯାଇଥିଲେ।  ନିଜର ଫର୍ମ ଫେରି ପାଇବାକୁ ସେ ରଣଜୀ ଟ୍ରଫିକୁ ଫେରିଯାଇଥିଲେ। ହ୍ୱାଇଟ୍ ବଲ୍ ମ୍ୟାଚ୍‌କୁ ଫେରିବା ପରେ, ରୋହିତ ଆରମ୍ଭରେ ସତର୍କତାର ଖେଳ ପ୍ରଦର୍ଶନ କରିଥିଲେ।
ସୂଚନା ଥାଉକି ଫାଇନାଲ ମ୍ୟାଚ୍‌ରେ ଭାରତ ହାତରେ ୪ ୱିକେଟ୍ ଓ ଗୋଟିଏ ଓଭର ଥାଇ ମ୍ୟାଚ୍ ଜିତି ନେଇଛି। ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମର ଡ୍ରାଇ ପିଚ୍‌ରେ ୨୫୨ ରନ୍ ଟାର୍ଗେଟକୁ ପିଛା କରିବା କଷ୍ଟକର ଥିଲେ ବି ଟିମ୍‌ର ଅନ୍ୟ ଖେଳାଳି- ଶ୍ରେୟସ ଆୟର, ଅକ୍ଷର ପଟେଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା ଏବଂ ସର୍ବୋପରି କେଏଲ୍ ରାହୁଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ମ୍ୟାଚ୍‌ ଜିତାଇବାରେ ସହଯୋଗ ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.