ହିଟ୍‌ ମ୍ୟାନ୍‌ଙ୍କ ସୁପର ଶୋ’; ୭୦୦୦ ରନ୍‌, ୩୦୦ ଛକ୍କା, IPLରେ ଏକାଧିକ ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା

Published By : Prameya-News7 Bureau | May 30, 2025 IST

indiatoday

ଚଣ୍ଡିଗଡ଼: ଶୁକ୍ରବାର ଖେଳା ଯାଉଥିବା ଏଲିମିନେଟର ମ୍ୟାଚ୍‌ରେ ରୋହିତଙ୍କ ବ୍ୟାଟ୍‌ରୁ ଛକ୍କା ଚୌକାର ବର୍ଷା ଦେଖି ଫ୍ୟାନ୍‌ଙ୍କର ହିଟ୍ ମ୍ୟାନ୍‌ଙ୍କ ସୁପର ଶୋଗୁଡ଼ିକୁ ପୁଣିଥରେ ମନେ ପଡ଼ିଯାଇଛି। ଶୁକ୍ରବାର ରୋହିତ ଗୁଜରାଟ ବିପକ୍ଷରେ ମାତ୍ର ୫୦ ବଲ୍‌ରେ ୯ଟି ଚୌକା ଓ ୪ଟି ଛକ୍କା ସହିତ ୮୧ ରନ୍ କରିଛନ୍ତି। ଏହି ବିସ୍ଫୋରକ ଇନିଂସ ସହ ରୋହିତ ଆଜି ଏକାଧିକ ରେକର୍ଡ କରିଛନ୍ତି। ଆଇପିଏଲରେ ୩୦୦ ଛକା ମାରିବାରେ ପ୍ରଥମ ଭାରତୀୟ ବ୍ୟାଟର ହୋଇଛନ୍ତି ରୋହିତ ଶର୍ମା। ୨୭୧ତମ ମ୍ୟାଟଚ୍‌ରେ ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି ହିଟ୍ ମ୍ୟାନ୍।

ଆଇପିଏଲ୍‌ରେ ଇତିହାସରେ ସର୍ବାଧିକ ୬ ମାରିବାର ରେକର୍ଡ କ୍ରିସ୍ ଗେଲ୍‌ଙ୍କ ନାଁରେ ରହିଛି। ଗେଲ୍ ସର୍ବାଧିକ ୩୫୭ ଛକ୍କା ମାରିଥିବା ବେଳେ ଆଜି ୩୦୦ ଛକ୍କା ପୂରା କରିବା ସହିତ ତାଙ୍କ ପଛକୁ ରହିଛନ୍ତି ରୋହିତ ଶର୍ମା। ସେହିପରି ବିରାଟ କୋହଲି ୨୯୧, ଏମ୍‌ଏସ୍ ଧୋନୀ ୨୬୪ ଓ ଏବି ଡିଭିଲିୟର୍ସ ୨୫୧ ଟି ଛକ୍କା ମାରି କ୍ରମାନ୍ୱୟରେ ରହିଛନ୍ତି।

ପଢନ୍ତୁ- ହିଟ୍‌ମ୍ୟାନଙ୍କ ପାଓ୍ଵାର ଶୋ, ଗୁଜରାଟକୁ ବିଶାଳ ଟାର୍ଗେଟ୍ ଦେଲା ମୁମ୍ବାଇ

ଛକ୍କାରେ ରେକର୍ଡ କରିବା ପରେ ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ କରିବାରେ ମଧ୍ୟ ରୋହିତ ନୂଆ ଦ୍ୱିତୀୟ ବ୍ୟାଟର ହୋଇଛନ୍ତି। ବିରାଟଙ୍କ ପରେ ରୋହିତ ଆଇପିଏଲ୍‌ କ୍ୟାରିୟରରେ ୭ ହଜାର ରନ୍ ପୂରା କରିବାରେ ଦ୍ୱିତୀୟ ବ୍ୟାଟର ହୋଇଛନ୍ତି।  

IPLରେ ସର୍ବାଧିକ ରନ

ବିରାଟ କୋହଲି - ୨୬୬ ମ୍ୟାଚ୍‌ରେ ୮୬୧୮ ରନ୍‌
ରୋହିତ ଶର୍ମା - ୨୭୧ ମ୍ୟାଚ୍‌ରେ ୭୦୦୦ ରନ୍‌*
ଶିଖର ଧାୱନ - ୨୨୨ ମ୍ୟାଚ୍‌ରେ ୬୭୬୯ ରନ୍‌
ଡେଭିଡ୍‌ ୱାର୍ଣ୍ଣର - ୧୮୪ ମ୍ୟାଚ୍‌ରେ ୬୫୬୫ ରନ୍‌
ସୁରେଶ ରୈନା - ୨୦୫ ମ୍ୟାଚ୍‌ରେ ୫୫୨୮ ରନ୍‌

ରୋହିତ ପ୍ରଥମେ ବର୍ତ୍ତମାନ ବନ୍ଦ ହୋଇଯାଇଥିବା ଡେକାନ ଚାର୍ଜର୍ସ ଦଳରୁ ଆଇପିଏଲ୍ କ୍ୟାରିୟର ଆରମ୍ଭ କରି ପରେ ମୁମ୍ବାଇରେ ଯୋଗ ଦେଇଥିଲେ। ମୁମ୍ବାଇରେ ତାଙ୍କ କ୍ୟରିୟର ଖୁବ୍ ଚମକିଥିଲା। ତାଙ୍କ ଅଧିନାୟକତ୍ୱରେ, ମୁମ୍ବାଇ ୫ଟି ଟାଇଟଲ ଜିତିଥିଲା। ଯାହା ଆଇପିଏଲ୍‌ ଇତିହାସରେ ସର୍ବାଧିକ। ତେବେ ୨୦୨୪ ସିଜିନ୍ରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇରେ କ୍ୟାପ୍ଟେନ୍ ହୋଇଛନ୍ତି। ହେଲେ ଏବେ ଦଳରେ ରୋହିତଙ୍କ ଚମକ ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.