‘ଦି କେରଳ ଷ୍ଟୋରୀ-୨’କୁ ନେଇ ଆସିଲା ପ୍ରିୟଙ୍କା ଗାନ୍ଧିଙ୍କ ପ୍ରତିକ୍ରିୟା, ଜାଣନ୍ତୁ କହିଲେ କ’ଣ?

NEWS7
robert-vadra-reached-at-office-shikohpur-land-deal-case

ନୂଆଦିଲ୍ଲୀ ୨୭।୨: କଂଗ୍ରେସ ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧି ଶୁକ୍ରବାର ଫିଲ୍ମ ‘ଦି କେରଳ ଷ୍ଟୋରୀ-୨ ଗୋଜ୍ ବେୟଣ୍ଡ’ ଉପରେ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଲୋକଙ୍କୁ ନିଜକୁ ଅଭିବ୍ୟକ୍ତ କରିବାର ଅଧିକାର ଦିଆଯିବା ଦରକାର, ତେବେ ଭଲ ହେବ ସେମାନେ ଏମିତି ଜିନିଷ କରିବେ ଯାହା ଲୋକଙ୍କୁ ଖୁସି ଦେବ ଓ ଶାନ୍ତି, ପ୍ରେମ ଏବଂ କଲ୍ୟାଣକୁ ପ୍ରୋତ୍ସାହିତ କରିବ। ହେଲେ ସମୟ ସହିତ ସବୁ ବଦଳିବାରେ ଲାଗିଛି ଲୋକେ ଜଣେ ଜଣକ ପ୍ରତି ଏପରି ବୟାନବାଜୀ, ଆକ୍ରୋଷ ଓ ଘୃଣା କରିବା ବାସ୍ତବିକ ଦୁଃଖଦ।

କଂଗ୍ରେସ ସାଂସଦ କହିଛନ୍ତି ଯେ ୱାୟନାଡରେ ଭୂ-ସ୍ଖଳନ ପରେ ଲୋକେ ଜଣେ ଜଣକୁ ସହାୟତା କଲେ, ସେତେବେଳ ଲୋକେ ନିଜର ଧର୍ମ ଓ ଜାତିକୁ ଖାତିର କରିନଥିଲେ ଓ ପରସ୍ପରକୁ ସହାୟତା ଜାରି ରଖିଥିଲେ। ପ୍ରିୟଙ୍କା କହିଛନ୍ତି ଯେ ‘ମୋତେ ଲାଗୁଛି ଏହା ହିଁ ଭାବନା, ଭାରତୀୟତାର ସାର ଓ କେରଳର ଭାବନା। ଏହା ହିଁ ବାସ୍ତବିକ ସୁନ୍ଦର, କେରଳ ଉଚ୍ଚନ୍ୟାୟାଳ ଗୁରୁବାର ‘ଦି କେରଳ ଷ୍ଟୋରୀ-୨’ର ପ୍ରଦର୍ଶନ ଉପରେ ନିଷେଧାଦେଶ ଜାରି କରିଛନ୍ତି। ପରେ ଫିଲ୍ମ ନିର୍ମାତା କୋର୍ଟଙ୍କ ଏହି ରାୟକୁ ସର୍ବୋଚ୍ଚନ୍ୟାୟାଳୟରେ ଚ୍ୟାଲେଞ୍ଜ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ‘ଦି କେରଳ ଷ୍ଟୋରୀ-୨’କୁ ନେଇ ଏବେ ଆଇନଗତ ଲଢେଇ ଆରମ୍ଭ ହୋଇଯାଇଛି। କାମାକ୍ଷା ନାରାୟଣ ସିଂହଙ୍କ ନିର୍ଦ୍ଦେଶିତ ତଥା ବିପୁଲ ଅମୃତଲାଲ ଶାହଙ୍କ ପ୍ରଯୋଜିତ ଏହି ସିନେମା ଏକ ସମ୍ବେଦନଶୀଳ କାହାଣୀକୁ ନେଇ ନିର୍ମିତ ହୋଇଛି। ହିନ୍ଦୁ ଯୁବତୀଙ୍କୁ କିପରି ଅନ୍ୟ ଧର୍ମରେ ବିବାହ ପାଇଁ ପ୍ରଲୋଭିତ କରାଯାଏ, ତା ପରେ ସେମାନଙ୍କ ଅଧିକାର ଛଡେଇ ନିଆଯାଏ ଏବଂ ଇସ୍ଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଏ ଏହି ସବୁ ବିଷୟ ବସ୍ତୁ କୁ ନେଇ ଫିଲ୍ମ ତିଆରି ହୋଇଛି। ତେବେ ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଏହା ବିବାଦୀୟ ହୋଇ ପଡିଛି।

Also Read..

The Kerala Story 2 ସିନେମାକୁ ନେଇ କୋର୍ଟରେ ମହାଲଢ଼େଇ: ରିଲିଜ୍ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ, ଚ୍ୟାଲେଞ୍ଜ କରିବେ ପ୍ରଯୋଜକ