ବିବାହ ପୂର୍ବରୁ ବାପା ହେଲେ ହଲିଉଡ୍ ଅଭିନେତା Robert Pattinson, ସାମ୍ନାକୁ ଆସିଲା ଫଟୋ

Published By : Prameya-News7 Bureau | March 28, 2024 IST

ମୁମ୍ଵାଇ ୨୮।୦୩: ୨୦୨୪ ବର୍ଷ ବଲିଉଡ ଏବଂ ହଲିଉଡ ପାଇଁ ବହୁତ ଖୁସି ଆଣିଦେଇଛି। ଏହି ବର୍ଷ କ୍ରମାଗତ ଭାବରେ ଭଲ ଖବର ଶୁଣିବାକୁ ମିଳୁଛି । ବର୍ତ୍ତମାନ ହଲିଉଡର ଲୋକପ୍ରିୟ କପଲଙ୍କ ଘରେ କୁନି ଅତିଥିଙ୍କ ଆଗମନ ହୋଇଛି । 'ଦି ଟ୍ୱିଲାଇଟ୍ ସାଗା' ଫେମ୍‌ ଅଭିନେତା ରବର୍ଟ ପାଟିନ୍ସନ୍ ପିତା ହୋଇଛନ୍ତି। ଅଭିନେତାଙ୍କ ଗର୍ଲଫ୍ରେଣ୍ଡ ତଥା ଜଣାଶୁଣା ଅଭିନେତ୍ରୀ-ଗାୟିକା ସୁକି ୱାଟରହାଉସ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ରୋବର୍ଟ ପାଟିନ୍ସନ୍ ଏବଂ ସୁକି ସେମାନଙ୍କର ପିତାମାତା ହେବା ବିଷୟରେ ଏପର୍ଯ୍ୟନ୍ତ ସୂଚନା ଦେଇ ନାହାଁନ୍ତି। କିନ୍ତୁ କପଲଙ୍କ ଛୁଆ ସହିତ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।


ଖବର ଅନୁଯାୟୀ, ରୋବର୍ଟ ଗର୍ଲଫ୍ରେଣ୍ଡ ସୁକି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ନିକଟରେ ଏହି କପଲ ଲସ୍ ଆଞ୍ଜେଲସରେ ବୁଲୁଥିବାର ନଜର ଆସିଥିଲେ। ସେତେବେଳେ କପଲ ପିଙ୍କ କଲର ବେବି ଷ୍ଟ୍ରୋଲରରେ ନିଜ ପିଲାକୁ ଧରି ବୁଲୁଥିଲେ। ହେଲେ ଶିଶୁର ଚେହେରା ଦୃଶ୍ୟମାନ ହେଉ ନଥିଲା । ଅଭିନେତା ଏକ ହୁଡି ପିନ୍ଧିଛନ୍ତି ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ସୁକି ଏକ କଳା ଓଭରକୋଟ୍ ରେ ନଜର ଆସିଥିଲେ। 'X' ଆକାଉଣ୍ଟରେ ନିଜ ଶିଶୁ ସହିତ କପଲଙ୍କ ଫଟୋ ଆସିବା ପରେ ପ୍ରଶଂସକମାନେ ଖୁସି ହୋଇ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।



୨୦୧୮ରୁ ଏକାଠି ଅଛନ୍ତି

୩୭ବର୍ଷିୟ ରୋବର୍ଟ ପାଟିନ୍ସନ୍ ଏବଂ ୩୧ ବର୍ଷର ସୁକି ୱାଟରହାଉସ୍ ଜୁଲାଇ ୨୦୧୮ରେ ପ୍ରଥମ ଥର ପାଇଁ ଡେଟିଂ ଆରମ୍ଭ କରିଥିଲେ। ଦୁହେଁ ଦୀର୍ଘ ବର୍ଷ ଧରି ନିଜ ସମ୍ପର୍କକୁ ବ୍ୟକ୍ତିଗତ ରଖିଥିଲେ । ଏହି କପଲ ପ୍ରଥମ ଥର ପାଇଁ ଡିସେମ୍ବର ୨୦୨୨ରେ ମିଶ୍ରର ଗିଜାରେ ଥିବା ଡାୟର ମେନ ଫଲ ୨୦୨୩ ଶୋ’ରେ ଏକାଠି ହୋଇଥିଲେ। ପ୍ରକାଶ ଥାଉକି, ୨୦୧୯ ମସିହାରେ, ଏକ ସାକ୍ଷାତକାର ସମୟରେ, ରବର୍ଟ ବ୍ୟକ୍ତିଗତ ପ୍ରେମ ବିଷୟରେ ନିଜର ମତାମତ ଦେଇଥିଲେ ଏବଂ କହିଥିଲେ ଯେ 'ଯଦି ତୁମେ ତୁମର ସମ୍ପର୍କ ବିଷୟରେ ଲୋକମାନଙ୍କୁ କୁହ, ତେବେ ସେମାନେ ତୁମର ପ୍ରେମକୁ ବିଚାର କରନ୍ତି ।



ଗର୍ଲଫ୍ରେଣ୍ଡ ରବର୍ଟଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବରେ କହିଥିଲେ

ଏଥି ସହିତ, ଫେବୃଆରୀ ୨୦୨୩ରେ ଏକ ମିଡିଆ ସାକ୍ଷାତକାରରେ, ଗାୟିକା ସୁକି ପ୍ରେମିକ ରବର୍ଟଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ପ୍ରଥମ ଥର ପାଇଁ ଖୋଲାଖୋଲି ଭାବରେ କହିଥିଲେ। ସେହି ସମୟ ମଧ୍ୟରେ, ଗାୟିକା କହିଥିଲେ ଯେ ସେ ଗତ ପାଞ୍ଚ ବର୍ଷ ଧରି ଖୁସି ଅଛନ୍ତି ଏବଂ ଯେତେବେଳେ ଆମେ ଦୁହେଁ ନିଜ ଫୋନରେ ପରସ୍ପରର ନାମ ଦେଖୁ, ସେତିକି ଖୁସି ଆଜି ମଧ୍ୟ ହୁଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.