LIVE TV

ଦିନେ ଚା’ ବିକୁଥିଲେ, ଏବେ IAS ଅଫିସର ହୋଇ କରୁଛନ୍ତି ଦେଶ ସେବା

NEWS7
road-durghatana-in-berhmapur-2

​​​​​​​ନୂଆଦିଲ୍ଲୀ ୨୪।୧୦: ଦିନେ ଚା ଦୋକାନରେ କରୁଥିଲେ କାମ । ୩ଥର ହୋଇଥିଲେ ବିଫଳ । ବିନା କୋଚିଂରେ କ୍ରାକ୍‌ କଲେ UPSC । ବର୍ତ୍ତମାନ କରୁଛନ୍ତି ଦେଶ ସେବା । ଏ ହେଉଛନ୍ତି ହିମାଂଶୁ ଗୁପ୍ତା । ଉତ୍ତର ପ୍ରଦେଶ ବରେଲିର ବାସିନ୍ଦା । ହିମାଂଶୁ UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ୨୦୧୯ରେ ୩୦୪ ରାଙ୍କ ହାସଲ କରିଥିଲେ । ବାସ୍ତବରେ ହିମାଂଶୁଙ୍କ ଏକ ଗରିବ ପରିବାରରେ ଜନ୍ମ ହୋଇଥିଲେ । ତାଙ୍କ ବାପାଙ୍କର ଏକ ଛୋଟ ଚା ଦୋକାନ ଥିଲା ।

ହିମାଂଶୁ ତାଙ୍କ ବାପାଙ୍କ ଦୋକାନରେ ପିଲାବେଳୁ ହିଁ ଚା ବିକ୍ରି କରୁଥିଲେ । ଖୁବ କମ ବୟସରୁ ହିମାଂଶୁ ଆର୍ଥିକ ଅନଟନ ଦେଖିଥିଲେ । ହିମାଂଶୁ ଦୋକାନରେ କାମ କରିବା ସହିତ UPSC ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ଏବଂ ଖାଲି ସମୟରେ ଖବରକାଗଜ ପଢୁଥିଲେ।  ଯେତେବେଳେ ଦୋକାନକୁ ଗ୍ରାହକ ଆସି ନଥାଆନ୍ତି ବା ଖାଲି ସମୟ ଥାଏ ହିମାଂଶୁ ପଢ଼ିବା ଆରମ୍ଭ କରି ଦେଉଥିଲେ ।

ପରିବେଶ ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ଏହି ସମୟରେ ସେ ତାଙ୍କ ଶ୍ରେଣୀରେ ଟପ୍ କରିଥିଲେ । ଏହା ପରେ ତାଙ୍କ ପାଖରେ ବିଦେଶରେ ପିଏଚଡି କରିବାର ବିକଳ୍ପ ଥିଲା । କିନ୍ତୁ ସେ ଭାରତରେ ରହି ସିଭିଲ ସର୍ଭିସେସ୍ ପାଇଁ କାମ କରିବାକୁ ନିଷ୍ପତ୍ତି ନେଇଥିଲେ । ପରିବାରକୁ ସାହାଯ୍ୟ କରିବା ପାଇଁ ହିମାଂଶୁ ଏକ ସରକାରୀ କଲେଜରେ ଗବେଷଣା ଛାତ୍ର ଭାବରେ ନାମ ଲେଖାଇଥିଲେ । ଯାହା ତାଙ୍କୁ ଷ୍ଟାଇପେଣ୍ଡ ଏବଂ ସିଭିଲ ସର୍ଭିସ୍ ପାଇଁ ପ୍ରସ୍ତୁତ ପାଇଁ ଏକ ନୂଆ ବାଟ ଦେଖାଇଥିଲା ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ହିନ୍ଦୁ କଲେଜରୁ ସ୍ନାତକୋତ୍ତର ପାଠପଢ଼ା ଶେଷ କରିଥିରେ । ଏହାପରେ ହିମାଂଶୁଙ୍କୁ ଏକ ଭଲ ଚାକିରିର ସୁଯୋଗ ମିଳିଥିଲା । କିନ୍ତୁ ହିମାଂଶୁଙ୍କ ଦେଶ ସେବା ପ୍ରତି ଇଚ୍ଛା ହେତୁ ସେ ୟୁପିଏସସି ପାଇଁ ପ୍ରସ୍ତୁତ ହେବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମ ପ୍ରୟାସରେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ, କିନ୍ତୁ କମ୍ ରାଙ୍କ ଯୋଗୁଁ ତାଙ୍କୁ ଭାରତୀୟ ରେଳ ଟ୍ରାଫିକ୍ ସେବା ପାଇଁ ଚୟନ କରାଯାଇଥିଲା ।

ଏଥିରେ ତାଙ୍କ ମନ ବୁଝି ନଥିଲା । ସେ ପୁନର୍ବାର ୟୁପିଏସସି ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ । ନିରନ୍ତର ପ୍ରୟାସ ଏବଂ କଠିନ ପରିଶ୍ରମ ପରେ ଶେଷରେ ସେ ସଫଳ ଆଇଏଏସ ଅଧିକାରୀ ହୋଇଥିଲେ । ସବୁଠାରୁ ବଡ଼ କଥା ହେଉଛି ହିମାଂଶୁ କୌଣସି କୋଚିଂ ନନେଇ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ ଏବଂ ୨୦୧୯ରେ ୩୦୪ ତମ ସ୍ଥାନ ହାସଲ କରି ହୋଇଥିଲେ ଆଇଏସ୍ । ଏବେ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା ହିମାଂଶୁ । ସେ ପ୍ରମାଣ କରି ଦେଖାଇଛନ୍ତି ଯେ କଠିନ ପରିଶ୍ରମ ବଳରେ କୌଣସି ବି ସଫଳତାକୁ ହାସଲ କରିହେବ ।