News7 Logo

ଦୁର୍ଘଟଣା ପରେ ଉତ୍ତେଜନା, ଟାୟାର ଜାଳି ରାସ୍ତା ଅବରୋଧ କଲେ ଗାଁ ଲୋକେ

NEWS7
Road

ପାଟଣା ୧୩।୦୯ : ଦୁର୍ଘଟଣା ପରେ ଉତ୍ତେଜନା । କ୍ଷତିପୂରଣ ଦାବିରେ ରାସ୍ତା ରୋକ କରିଛନ୍ତି ଗାଁ ଲୋକେ । ଏହାସହିତ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରୁଛନ୍ତି । କେନ୍ଦୁଝର ଜିଲ୍ଲା ପାଟଣା ଟାଙ୍ଗରପଡ଼ା ରାସ୍ତାରେ ଦେଖିବାକୁ ମିଳିଛି ଏପରି ଘଟଣା ।

ଖବର ଅନୁଯାୟୀ, ଗାଁର ଅନୀଲ ସେଠୀ କୌଣସି କାମରେ ଯାଉଥିଲେ । ଆସିବା ସମୟରେ ଏକ ହାଇଓ୍ୱା ତାଙ୍କ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଅନୀଲ ସେଠୀଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ଅନୀଲଙ୍କ ମୃତ୍ୟୁ ପରେ ଗାଁଲୋକେ ଓ ପରିବାର ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ଟାଙ୍ଗରପଡ଼ାରେ ଗାଁରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ କାଠ ପକାଇଛନ୍ତି । ଯାହାଫଳରେ ରାସ୍ତାର ଉଭୟ ପଟେ ଅନେକ ଗାଡ଼ି ମୋଟର  ଅଟକି ରହିଛି । କ୍ଷତିପୂରଣ ଦାବିରେ ଗାଁ ଲୋକଙ୍କ ପକ୍ଷରୁ ଆନ୍ଦୋଳନ ଚାଲିଥିବା ଜଣାପଡିଛି । ​​​​​​​