ଜାପାନରେ ଆସିପାରେ ମହାପ୍ରଳୟ, ସୁନାମିରେ ଛରାଖାର ହୋଇଯିବ ଟୋକିଓ ! ଭୟରେ ୮୦% ଲୋକେ

NEWS7
road-block-for-water-problem

ଟୋକିଓ, ୧୩ /୦୩: ମାତ୍ର ଦୁଇ ମାସ ସରିଛି । ଜାନୁଆରୀ-ଫେବ୍ରୁଆରୀ ପରେ ମାର୍ଚ୍ଚ ଚାଲିଛି । ଦୁଇ ମାସରେ ଅନେକ କିଛି ଦେଖି ସାରିଲାଣି ବିଶ୍ୱ । ପ୍ରଥମେ ବର୍ଷ ଆରମ୍ଭରୁ ଅନେକ ବିମାନ ଦୁର୍ଘଟଣା ସାମ୍ନାକୁ ଆସିଥିଲା । ଏହାପରେ ବିଭିନ୍ନ ଦେଶ ମଧ୍ୟରେ ଯୁଦ୍ଧ । ଭେନେଜୁଏଲାଠୁ ଇରାନ । ଆଫଗାନିସ୍ତାନରୁ ପାକିସ୍ତାନ । ସବୁଠି ଯୁଦ୍ଧ ପରିସ୍ଥିତି । ଯାହା ବିଶ୍ୱବାସୀଙ୍କୁ ଭୟଭୀତ କରି ରହିଛି । ଏସବୁ ଭିତରେ ଏକ ଅଜଣା ଭୟ ଘାରିଛି ଜାପାନବୀସୀଙ୍କୁ । ତାହା ହେଲା ଭୂମିକମ୍ପ ଏବଂ ସୁନାମିର ଭୟ ।

୨୦୧୧ ମସିହା । ଥରି ଉଠିଥିଲା ପ୍ରଶାନ୍ତ ମହାସାଗର ତଥା ଚୀନର ଦକ୍ଷିଣରେ ଥିବା ଜାପାନ । ଯାହା ନେଇଥିଲା ଶହ ଶହ ଜୀବନ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୯.୦ । ପ୍ରଥମେ ଥରିଥିଲା ମାଟି । ଏହାପରେ ଆସିଥିଲା ସୁନାମି । ତୋହାକୁ ଅଞ୍ଚଳରେ ମାଡ ହୋଇଥିବା ବଡ ଲହରି । ଯେଉଁଥିରେ ପ୍ରାଣ ହରାଇଥିଲେ ୨୦ ହଜାର ଲୋକ । ଇଓ୍ୱାତେ, ମିୟାଗି, ଫୁକୁସୀମା ସହର ଧ୍ୱଂସ ହୋଇଯାଇଥିଲା ।

ୟୁନେସ୍କୋ ହିସାବରେ ୨୦୧୦ରେ ଜାପାନରେ ଆସିଥିବା ଭୂମିକମ୍ପ ଶତାବ୍ଦୀର ଅନ୍ୟତମ ଶକ୍ତିଶାଳୀ ବିପର୍ଯ୍ୟୟ । ଯାହା ଏବେବି ଜାପାନବୀସୀଙ୍କ ମନରୁ ଲିଭିନି । ଏନେଇ ଏକ ସର୍ଭେରେ ପ୍ରକାଶ ପାଇଛି ରିପୋର୍ଟ । ପ୍ରାୟ ୮୦ ପ୍ରତିଶତରୁ ଅଧିକ ଜାପାନବାସୀ ଆଉ ଏକ ଏପରି ଭୟଙ୍କର ବିପର୍ଯ୍ୟୟ ଭବିଷ୍ୟତରେ ଆସିବ ବୋଲି ଆଶଙ୍କା କରୁଛନ୍ତି । ସେମାନଙ୍କ ମନରେ ସମ୍ଭାବ୍ୟ ଭୂମିକମ୍ପ ନେଇ ଭୟ ରହିଛି ।

ଜାପାନ୍ ରେଡକ୍ରସ୍ ସୋସାଇଟିର ସର୍ଭେ

ଜାପାନ ରେଡ୍ କ୍ରସ୍ ସୋସାଇଟି ଅନୁସାରେ, ପ୍ରାୟ ୧୨୦୦ ବ୍ୟକ୍ତିଙ୍କୁ ନେଇ ଅଲାଇନରେ ଏକ ସର୍ଭେ କରାଯାଇଥିଲା । ସର୍ଭେରେ ଭାଗ ନେଇଥିବା ସମସ୍ତଙ୍କ ବୟସ ୧୦ରୁ ଅଧିକ ଥିଲା । ସେମାନଙ୍କ ମଧ୍ୟରୁ ୮୦.୩ ପ୍ରତିଶତ ଆକ ଏକ ଭୂମିକମ୍ପ ପାଇଁ ଭୟଭୀତ ଅଛନ୍ତି । ସେମାନେ ପ୍ରକୃତିର ଏତେ ବଡ ତାଣ୍ଡବକୁ ଭୁଲି ନାହାଁନ୍ତି । ସେହିପରି ୭୦ ପ୍ରତିଶତ କୈଣସି ଭୂମିକମ୍ପ ଆସିଲେ ସେମାନେ ପ୍ରସ୍ତୁତ ନଥିବା ପ୍ରକାଶ କରିଛନ୍ତି । ଯଦି କିଛି ବଡ ବିପତ୍ତି ଆସେ ତେବେ ସେମାନେ ଏହାର ମୁକାବିଲା କରିପାରିବେ ନାହିଁ ବୋଲି କହିଛନ୍ତି ।

ବିଶେଷଜ୍ଞଙ୍କ କହିବାନୁସାରେ, ଏହା ସାଧାରଣ କଥା । ଲୋକେ କୌଣସି ବିପର୍ଯ୍ୟୟର ଭୟାବହତାକୁ ଗୁରୁତ୍ୱ ଦିଅନ୍ତି ନାହିଁ । ନିଜର କ୍ଷତି ହେଲା ପରେ ହିଁ ସେମାନେ ବୁଝିଥାନ୍ତି । ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ଅଛି ବୋଲି ସେମାନେ ଭାବିଥାନ୍ତି । କିନ୍ତୁ ଭୂମିକମ୍ପ କିମ୍ବା ସୁନାମି ବିନା କୌଣସି ସତର୍କ ସୂଚନା ଦେଇ ଆସିଥାଏ ।

ବିପର୍ଯ୍ୟୟରୁ ମିଳିନି ଶିକ୍ଷା

ସବୁଠାରୁ ବଡ କଥା ହେଉଛି ଯେ, ୨୦୧୧ ମସିହା ପରେ ଜନ୍ମ ନେଇଥିବା ଶିଶୁମାନେ ସେତେବେଳର ତାଣ୍ଡବକୁ ପାଖରୁ ଦେଖି ନାହାଁନ୍ତି । ଘଟଣାକୁ ୧୫ ବର୍ଷ ବିତି ଗଲାଣି । ତେଣୁ ସେମାନେ ଗୁରୁତର ସହ ନେଉ ନାହାଁନ୍ତି । ସେମାନଙ୍କୁ ସତର୍କ କରିବାର ଆବଶ୍ୟକତା ରହିଛି । ଜାପାନ ସରକାର ସୁନାମି ରୋକିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ଏପରିକି ବିପର୍ଯ୍ୟୟ ଶିକ୍ଷାରେ ମଧ୍ୟ ଅର୍ଥ ବ୍ୟୟ କରୁଛନ୍ତି । ହେଲେ ଯୁବପୀଢିଙ୍କ ଉପରେ ଏହାର ପ୍ରଭାବ ଅଧିକ ପଡୁନାହିଁ ।

ସବୁଠାରୁ ବଡ କଥା ହେଉଛି ଯେ, ଭୂମିକମ୍ପ କିମ୍ବା ସୁନାମିର ଆଗୁଆ ସୂଚନା ପାଇଁ ସମ୍ଭବ ନୁହେଁ । କିନ୍ତୁ ସତର୍କ ରହିଲେ ହିଁ ସମାଧାନର ରାସ୍ତା ବାହାରିପାରିବ । ଧନଜୀବନ ହାନୀ କମ୍ ହେବ । ପୂର୍ବରୁ ପ୍ରସ୍ତୁତ ଥିଲେ କୌଣସି ପ୍ରତିକୂଳ ପରିସ୍ଥିତିର ଉଚିତ ମୁକାବିଲା କରାଯାଇପାରିବ ।