ଅଟୋ ଓ ବାଇକକୁ ପିଟିଲା ସିଆର୍‌ପିଏଫ୍ ଭ୍ୟାନ୍, ଡ୍ରାଇଭର ଗୁରୁତର

Published By : Prameya-News7 Bureau | July 12, 2025 IST

ଭୁବନେଶ୍ୱର ୧୨।୦୭ : ପୋଲିସ ଭବନ ସମ୍ମୁଖରେ ଦୁର୍ଘଟଣା । ଅଟୋ ଓ ବାଇକ୍‌କୁ ପିଟିଲା ସିଆର୍‌ପିଏଫ୍‌ ଭ୍ୟାନ୍‌ । ଏହି ଧକ୍କା ପରେ ରାସ୍ତାରେ ଓଲଟି ପଡିଥିଲା ଅଟୋ । ଯେଉଁଥିରେ ଜଣେ ଡ୍ରାଇଭରଙ୍କ ମୁଣ୍ଡ ଫାଟିଛି । ଦୁର୍ଘଟଣା ସଂପର୍କରେ ଖବର ପାଇ ପ୍ରଥମେ ପିସିଆର, ପରେ ଖାରବେଳନଗର ଥାନା ଅଧିକାରୀ ଓ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । 

ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ପୋଲିସ ଭବନ ସମ୍ମୁଖରେ ଏକ ସିରିଜ୍‌ ଦୁର୍ଘଟଣା । ୧୨୦ ବାଟାଲିୟନରୁ ଏକ ଅଟୋ ରିକ୍ସା ପିଏମ୍‌ଜି ଛକ ଆସୁଥିବା ବେଳେ ବିପରୀତ ପଟୁ ଆସୁଥିବା ଏକ ସିଆର୍‌ପିଏଫ୍‌ ଭ୍ୟାନ୍‌ ଭାରସାମ୍ୟ ହରାଇ ଜୋରଦାର ଧକ୍କା ଦେଇଥିଲା । ଯାହାଫଳରେ ଅଟୋ ଓଲଟିବା ସହିତ ଆଗରେ ଥିବା ବାଇକ୍‌ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା । ଅନ୍ୟପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ଚାରୋଟି ପିସିଆର୍‌ ଭ୍ୟାନ୍‌ ପହଞ୍ଚିବା ସହ ଖାରବେଳ ନଗର ଥାନାକୁ ଖବର ଦେଇଥିଲେ । ଏହାପରେ ଖାରବେଳ ନଗର ଥାନା ଅଧିକାରୀ ଓ କର୍ମଚାରୀ ପହଞ୍ଚି ଅଟୋ ଚାଳକଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ । ଅଟୋ ଡ୍ରାଇଭର ଜଣକ ଚିକିତ୍ସିତ ହେଉଥିବା ବେଳେ ସ୍ଥାନୀୟ ପୋଲିସ ସିଆରପିଏଫ୍ ଭ୍ୟାନ୍‌ ଓ ଅଟୋ ଜବତ କରିବା ଭ୍ୟାନ୍‌ ଚାଳକଙ୍କୁ ଅଟକ ରଖି ଜେରା କରୁଛି । 

 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.