ରାଞ୍ଚିରେ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ବିମାନରେ ଥିଲେ ରୋଗୀଙ୍କ ସମେତ ୭ ଜଣ

NEWS7
road-accident-at-bhubaneswar-rto-front

ରାଞ୍ଚି: ଝାଡ଼ଖଣ୍ଡର ରାଞ୍ଚିରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଏକ ଏୟାର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଦିଲ୍ଲୀ ଅଭିମୁଖେ ଯାଉଥିଲା। ବିମାନ ସହିତ ଶେଷ ସମ୍ପର୍କ ସନ୍ଧ୍ୟା ୭:୩୪ ରେ ହୋଇଥିଲା। ଏହା ଏକ ଏୟାର ଆମ୍ବୁଲାନ୍ସ ଥିଲା । ଏହା ଜଣେ ରୋଗୀଙ୍କୁ ଦିଲ୍ଲୀ ନେଇ ଯାଉଥିଲା। ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଚତରା ଏବଂ ସିମାରିଆ ସୀମାରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେହି ସମୟରେ ବର୍ଷା ହେଉଥିବାର ସୂଚନା ମିଳିଛି।

ବିମାନଟି ଖରାପ ପାଗରେ ଫସି ଯାଇଥିଲା। ଏଥିରେ ୭ ଜଣ ଲୋକ ଥିଲେ। ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ଏହା ସହିତ ଯୋଗଯୋଗ ସ୍ଥାପନ କରିବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ସମୟରେ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ବିମାନଟି ରାଞ୍ଚି ବିମାନବନ୍ଦର ସହିତ ଯୋଗାଯୋଗ କରି ପାରିନଥିଲା। ତେବେ ବିମାନ ଦୁର୍ଘଟଣା ସଂପର୍କରେ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ସମସ୍ତ SOP ପାଳନ କରାଯାଉଛି ବୋଲି ରାଞ୍ଚି ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ରେଡବର୍ଡ ଏୟାରୱେଜର କିଙ୍ଗ ଏୟାର B90L ମେଡିକାଲ ଚାର୍ଟର ବିମାନରେ ଜଣେ ରୋଗୀ, ଜଣେ ଡାକ୍ତର, ଜଣେ ପାରାମେଡିକ୍, ଜଣେ ଆଟେଣ୍ଡାଣ୍ଟ ଏବଂ ଜଣେ କ୍ରୁ ସଦସ୍ୟ ସମେତ ସାତ ଜଣ ଲୋକ ଥିଲେ। ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ପାଲାମୁ ନିକଟରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। କିଛି ସମୟ ପରେ ଝାଡ଼ଖଣ୍ଡର ଚତ୍ରା ଜିଲ୍ଲାର ସାମାରିଆରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।