ଭୁବନେଶ୍ବର ୧୬।୦୪ : ଭୁବନେଶ୍ୱର ଆର୍ଟିଓ-୨ ନିକଟରେ ଭୟଙ୍କର ଦୁର୍ଘଟଣା । ଟ୍ରାକ୍ଟରକୁ ପିଟିଲା ଟ୍ରାଭେଲର୍ । ଯେଉଁଥିରେ ଦୁଇଟି ଗାଡ଼ି ଭାଙ୍ଗି ଚୁର୍ମାର୍ ହୋଇଯାଇଛି । ଏହାବ୍ୟତୀତ ଏହି ଦୁର୍ଘଟଣାରେ ଦୁଇ ଜଣ ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ବୁଧବାର ସକାଳୁ ସକାଳୁ ଭୁବନେଶ୍ୱର ଇନ୍ଫୋସିଟି ଥାନା ଅଞ୍ଚଳରେ ଥିବା ଆର୍ଟିଓ-୨ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଟ୍ରାକ୍ଟରକୁ ଧକ୍କା ଦେଇଛି ଟ୍ରାଭେଲର । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଦୁଇଟି ଗାଡ଼ି ଭାଙ୍ଗି ଚୁର୍ମାର୍ ହୋଇଛି । ଏହାସହିତ ଗାଡ଼ିରେ ଥିବା ଦୁଇ ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଦୁର୍ଘଟଣା ସଂପର୍କରେ ଖବର ପାଇ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛନ୍ତି । ଏହାସହିତ ଇନ୍ଫୋସିଟି ଥାନା ପୋଲିସକୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।