କୋଲ୍ଡ ଷ୍ଟୋରେଜ୍ କନକ୍ଲେଭ୍ ଓ ବାୟର-ସେଲର ମିଟ୍ ୨୦୨୫ ଆୟୋଜିତ

NEWS7
rljp-leader-pashupati-paras-announces-end-of-all-ties-with-nda

ଭୁବନେଶ୍ବର ୧୩।୧୨: ଭୁବନେଶ୍ୱରରେ କୋଲ୍ଡ ଷ୍ଟୋରେଜ୍ କନକ୍ଲେଭ୍ ଓ ବାୟର-ସେଲର ମିଟ୍ ୨୦୨୫ ସଫଳତାର ସହ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଚାଷୀ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇଥିଲେ । ଉଦଘାଟନୀ ଅଧିବେଶନରେ କୋଲ୍ଡ ଷ୍ଟୋରେଜ୍ ଲାଭାର୍ଥୀଙ୍କୁ ଅନୁମୋଦନ ପତ୍ର ବଣ୍ଟନ ମଧ୍ୟ କରାଯାଇଥିଲା ।

୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୫୮ଟି ଉପଖଣ୍ଡରେ କୋଲ୍ଡ ଷ୍ଟୋରେଜ୍ ୟୁନିଟ୍ ସ୍ଥାପନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଯାହାର ପ୍ରସ୍ତାବିତ ବ୍ୟୟ ୨୫୦ କୋଟି ଟଙ୍କାହେବ। ଓଡ଼ିଶା ଗତ ୧୬ରୁ୧୭ ବର୍ଷ ଧରି ଅଧିକ ଉତ୍ପାଦନକାରୀ ରାଜ୍ୟ ହୋଇ ୧୨ରୁ ଅଧିକ ରାଜ୍ୟକୁ ଯୋଗାଣ କରୁଛି । ଗତ କୃଷି ବର୍ଷରେ ପ୍ରାୟ ୧୫ ମିଲିୟନ ଟନ୍ ଖାଦ୍ୟ ଶସ୍ୟ ସହିତ ସମାନ ପରିମାଣର ଉଦ୍ୟାନ କୃଷି ଉତ୍ପାଦନ କରିଛି ।