ଫାଷ୍ଟ୍ୟାଗ ୟୁଜର୍ସଙ୍କୁ ଆଶ୍ବସ୍ତି, ଫେବ୍ରୁଆରୀରୁ କାର ପାଇଁ ରହିବନି KYV କରିବା ଟେନସନ

NEWS7
riyaz-naikoo-killed-in-encounter-terrorist-jammu-kashmir-security-forces

ନୂଆଦିଲ୍ଲୀ: ଫାଷ୍ଟ୍ୟାଗ୍ ପାଇଁ ନ୍ୟାସନାଲ ହାଇଓ୍ବେ ଅଥରିଟି ଅଫ୍ ଇଣ୍ଡିଆ (NHAI) ଏକ ବଡ଼ ନିଷ୍ପତ୍ତି ନେଇଛି। ବନ୍ଦ ହେବ କାର, ଜିପ୍ ଏବଂ ଭ୍ୟାନ ଭଳି ଚାରି ଚକିଆ ଗାଡ଼ି ପାଇଁ ନୂଆ ଫାଷ୍ଟ୍ୟାଗ ଜାରି ସମୟରେ ଆବଶ୍ୟକ ହେଉଥିବା ‘ନୋ ୟୋର ଭେଇକିଲ’ ବା KYV ପ୍ରକ୍ରିୟା । ଏହି ପରିବର୍ତ୍ତନ ୨୦୨୬ ଫ୍ରେବ୍ରୁଆରୀ ୧ରୁ ଲାଗୁ ହେବ। ଏହାଦ୍ବାରା ହାଇଓ୍ବେରେ ଯାତ୍ରା କରୁଥିବା ଲକ୍ଷ ଲକ୍ଷ ଲୋକଙ୍କୁ ସୁବିଧା ହେବ ଏବଂ ଫାଷ୍ଟ୍ୟାଗ ଆକ୍ଟିଭ ହେବା ପରେ ହେଉଥିବା ଅସୁବିଧା ଦୂର ହୋଇଯିବ।

KYV କ’ଣ ?

କେଓ୍ବାଇଭି ଏକ ପ୍ରକାର ଯାଞ୍ଚ ପ୍ରକ୍ରିୟା। ଯାହା ଫାଷ୍ଟ୍ୟାଗ ଜାରି କରିବା ଏବଂ ବ୍ୟବହାର କରିବା ସହ ଜଡ଼ିତ। ଏହାର ଉଦ୍ଦେଶ୍ୟ, ଫାଷ୍ଟ୍ୟାଗ ଠିକ୍ ଗାଡ଼ିରେ ଲଗାଯାଇଛି ଏବଂ ଏହାର ପ୍ରକୃତ ମାଲିକଙ୍କ ସହ ଜଡ଼ିତ ରହିଛି କି’ ନାହିଁ ତାହା ସୁନିଶ୍ଚିତ କରିବା। ଏହାଦ୍ବାରା ଭୁଲ ବ୍ୟବହାର, ଡୁପ୍ଲିକେଟ ଟ୍ୟାଗ କିମ୍ବା ଭୁଲ ଗାଡ଼ି ଦ୍ବାରା ଲିଙ୍କ୍ ହେବା ଭଳି ଅସୁବିଧା ହୋଇନଥାଏ। ତେବେ ଏହି ଯାଞ୍ଚ ବାହାନ ପୋର୍ଟାଲରେ ପଞ୍ଜିକୃତ ଥିବା ଗାଡ଼ିର ରେଜିଷ୍ଟ୍ରେସନର ଡିଟେଲ ଅନୁସାରେ ହୋଇଥାଏ। ଏସବୁ ଯାଞ୍ଚ ବାଦ୍ ଗାଡ଼ିରେ ପୂର୍ବରୁ କୌଣସି ଆକ୍ଟିଭ ଫାଷ୍ଟ୍ୟାଗ ଅଛି କି ନାହିଁ ? ଯଦି ଅଛି ତାହା ବ୍ଲାକଲିଷ୍ଟେଡ ହୋଇନାହିଁ ତ ? ତାହାର ମଧ୍ୟ ଯାଞ୍ଚ କରାଯାଇଥାଏ।

ନୂଆ ନିୟମରେ କ’ଣ ବଦଳିବ ?

ପୂର୍ବରୁ ଫାଷ୍ଟ୍ୟାଗ ଆକ୍ଟିଭ ହୋଇଯିବା ପରେ ବେଳେ ବେଳେ କେଓ୍ବାଇଭିର ଯାଞ୍ଚ କରିବାକୁ ପଡ଼ୁଥିଲା। ଏହାଦ୍ବାରା ୟୁଜର୍ସଙ୍କୁ ପରେ ଡକ୍ୟୁମେଣ୍ଟ ଦେବାକୁ ପଡ଼ୁଥିଲା। କିନ୍ତୁ ଏବେ ଏହି ନୂଆ ପଦକ୍ଷେପ କେଓ୍ବାଇଭିର ଆବଶ୍ୟକତାକୁ ଶେଷ କରିଦିଆଯାଇଛି।

ପୁରୁଣା ଫାଷ୍ଟ୍ୟାଗ ଥିବା ବ୍ୟକ୍ତି କରିବେ ?

ଯେଉଁ ଗାଡ଼ିରେ ପୂର୍ବରୁ ଫାଷ୍ଟ୍ୟାଗ ରହିଛି। ସେମାନଙ୍କ ପାଇଁ ମଧ୍ୟ ରୁଟିନ କେଓ୍ବାଇଭିର ଆବଶ୍ୟତା ରହିବନି। ଏହି ଯାଞ୍ଚ କେବଳ ସ୍ବତନ୍ତ୍ର ମାମଲାରେ ହେବ, ଯେମିତିକି ଫାଷ୍ଟ୍ୟାଗ୍ ଭୁଲ ଉପାୟରେ ଜାରି ହୋଇଥିଲେ କିମ୍ବା ଅନୁଚିତ ବ୍ୟବହାର ହୋଇଥିବା ଅଭିଯୋଗ ଆସିଥିଲେ। ଯଦି କୌଣସି ଅଭିଯୋଗ ହୋଇନାହିଁ, ତେବେ ପୁରୁଣା କାର୍ର ଫାଷ୍ଟ୍ୟାଗ ଉପରେ କୌଣସି କେଓ୍ବାଇଭି କରିବାକୁ ପଡ଼ିବନି।

ସୁରକ୍ଷା ବ୍ୟବସ୍ଥା କିପରି କରାଯିବ?

ବ୍ୟବହାରକାରୀଙ୍କ ପାଇଁ ପ୍ରକ୍ରିୟାକୁ ସରଳ କରିବା ସହ NHAI ତ୍ରୁଟି ରୋକିବା ଏବଂ ଫ୍ରଡ୍ ରୋକିବା ପାଇଁ ଫାଷ୍ଟ୍ୟାଗ ଆକ୍ଟିଭ କରିବା ନିୟମକୁ କଡ଼ାକଡ଼ି କରିଛି। ବ୍ୟାଙ୍କଗୁଡ଼ିକ ଏବେ ବାହନ ପୋର୍ଟାଲରେ ଗାଡ଼ିର ବିବରଣୀ ଯାଞ୍ଚ କରିବା ପରେ ହିଁ ଫାଷ୍ଟ୍ୟାଗ୍ ଆକ୍ଟିଭ କରିପାରିବେ। ଏବେ ଆକ୍ଟିଭ କରିବା ଏବଂ ତା’ ପରେ ଯାଞ୍ଚ ସିଷ୍ଟମ ବନ୍ଦ କରାଯାଇଛି।

ତେବେ ଯଦି ଗାଡ଼ିର ବିବରଣୀ ବାହନ ପୋର୍ଟାଲରେ ଉପଲବ୍ଧ ନାହିଁ। ତା’ହେଲେ ବ୍ୟାଙ୍କକୁ ଗାଡ଼ିର ପଞ୍ଜୀକରଣ ପ୍ରମାଣପତ୍ର (RC) ଦେଖି ଯାଞ୍ଚ କରିବାକୁ ପଡ଼ିବ ଏବଂ ଏଥିପାଇଁ ବ୍ୟାଙ୍କ ସମ୍ପୂର୍ଣ୍ଣ ଭାବରେ ଦାୟୀ ରହିବ। ଏହି ନିୟମଗୁଡ଼ିକ ଅନଲାଇନରେ କିଣାଯାଇଥିବା ଫାଷ୍ଟ୍ୟାଗ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ଏହାର ଅର୍ଥ ହେଉଛି ଏବେ ପ୍ରଥମେ ସଂପୂର୍ଣ୍ଣ ଯାଞ୍ଚ ହେବ ଆଉ ତାହା ପରେ ଆକ୍ଟିଭେସନ ହେବ।

ଏହି ପରିବର୍ତ୍ତନର କାରଣ କ'ଣ?

ସମସ୍ତ ବୈଧ ଡକ୍ୟୁମେଣ୍ଟ ଥିଲେ ମଧ୍ୟ ଫାଷ୍ଟ୍ୟାଗ ଆକ୍ଟିଭ ପରେ ମଧ୍ୟ KYV ଯାଞ୍ଚ ଯୋଗୁ ଲକ୍ଷ ଲକ୍ଷ ଲୋକ ବିଳମ୍ବ ଏବଂ ଅସୁବିଧାର ସମ୍ମୁଖୀନ ହେଉଥିଲେ।ଏହି ସମସ୍ୟାର ସମାଧାନ ପାଇଁ NHAI ଏହି ପଦକ୍ଷେପ ନେଇଛି।

ଆକ୍ଟିଭ ପୂର୍ବରୁ ସମସ୍ତ ସୂଚନା ଯାଞ୍ଚ କରିବା ଦାୟିତ୍ୱ ବର୍ତ୍ତମାନ ଫାଷ୍ଟ୍ୟାଗ ଜାରି କରୁଥିବା ବ୍ୟାଙ୍କଗୁଡ଼ିକୁ ଦିଆଯାଇଛି। ଏହା ଫାଷ୍ଟ୍ୟାଗ୍ ସିଷ୍ଟମକୁ ଅଧିକ ସରଳ, ସ୍ୱଚ୍ଛ ଏବଂ ଉନ୍ନତ ଟେକ୍ନୋଲୋଜି ସହ ଯୋଡ଼ିବ। ଉପଭୋକ୍ତାଙ୍କ ଅଭିଯୋଗ କମିବ।