ରିଷଭ ପନ୍ତଙ୍କ ଧୂଆଁଧାର ଶତକ, RCBକୁ ୨୨୮ ରନ୍ ଟାର୍ଗେଟ୍ ଦେଲା ଲକ୍ଷ୍ନୌ

Published By : Prameya-News7 Bureau | May 27, 2025 IST

bcci

ଲକ୍ଷ୍ନୌ: ରିଷଭ ପନ୍ତଙ୍କ ଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଗରେ ୨୨୮ ରନର ଟାର୍ଗେଟ୍  ରଖିଛି ଲକ୍ଷ୍ନୌ ସୁପରଜାଏଣ୍ଟ୍ସ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବା ପରେ ଲକ୍ଷ୍ନୌ ୨୦ ଓଭରରେ ତିନି ୱିକେଟ୍ ହରାଇ ୨୨୭ ରନ୍ କରିଛି । ସୁପରଜାଏଣ୍ଟ୍ସ ପାଇଁ ଅଧିନାୟକ ରିଷଭ ପନ୍ତ ୬୧ ବଲ୍‌ରେ ୧୧ ଚୌକା ଏବଂ ୮ ଛକା ସହାୟତାରେ ୧୧୮ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ । ମିଚେଲ ମାର୍ଶ ୩୭ ବଲ୍‌ରେ ୬୭ ରନ୍ ଯୋଗଦାନ ଦେଇଥିଲେ । ସେହିପରି ଆରସିବି ପକ୍ଷରୁ ନୁୱାନ ତୁଷାରା, ଭୁବନେଶ୍ୱର କୁମାର ଏବଂ ରୋମାରିଓ ସେଫର୍ଡ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଓହ୍ଲାଇଥିବା ଲକ୍ଷ୍ନୌକୁ ୨୫ ରନରେ ପ୍ରଥମ ଝଟକା ଲାଗିଥିଲା । ମାଥ୍ୟୁ ବ୍ରିଟଜ୍‌କେଙ୍କୁ ନୁୱାନ ତୁଷାରା ବୋଲ୍ଡ କରିଥିଲେ । ସେ ୧୪ ରନ୍ କରିବା ପରେ ଆଉଟ ହୋଇଥିଲେ । ଏହାପରେ ତୃତୀୟ ନମ୍ବରରେ ଆସିଥିବା ଅଧିନାୟକ ରିଷଭ ପନ୍ତ ପାଳି ସମ୍ଭାଳିଥିଲେ । ସେ ମିଚେଲ୍ ମାର୍ଶଙ୍କ ସହ ଦ୍ୱିତୀୟ ୱିକେଟ ପାଇଁ ୧୫୨ ରନର ଏକ ବିଶାଳ ଭାଗିଦାରୀ କରିଥିଲେ । ମାର୍ଶ ୩୭ ବଲ୍‌ରେ ୪ଟି ଚୌକା ଏବଂ ୫ଟି ଛକା ସହାୟତାରେ ୬୭ ରନ୍ କରି ଆଉଟ୍ ହୋଇଥିଲେ । ଅନ୍ୟପଟେ ରିଷଭ ପନ୍ତ 54 ବଲରେ ତାଙ୍କ IPL କ୍ୟାରିୟରର ଦ୍ୱିତୀୟ ଶତକ ହାସଲ କରିଥିଲେ । ସେ ୬୧ ବଲ୍‌ରେ ୧୧ ଚୌକା ଏବଂ ୮ ଛକା ସହାୟତାରେ ୧୧୮ ରନ୍ କରିବା ପରେ ଅପରାଜିତ ଫେରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.