BCCI ରଖିଲା ଅପ୍‌ଡେଟ୍, ୪୨ ଦିନ ପାଇଁ ବାହାର ହୋଇପାରନ୍ତି ପନ୍ତ, ଇଶାନ କିଷନଙ୍କୁ ମିଳିପାରେ ଚାନ୍ସ

Published By : Prameya-News7 Bureau | July 24, 2025 IST

ନୂଆଦିଲ୍ଲୀ ୨୪/୦୭: ଚାଲିଛି ମାଞ୍ଚେଷ୍ଟର ଟେଷ୍ଟ । ମ୍ୟାଚ୍‌ର ପ୍ରଥମ ଦିନରେ, ଟିମ୍ ଇଣ୍ଡିଆକୁ ମିଳିଥିଲା ବଡ଼ ଝଟକା । ଟିମ୍ ଇଣ୍ଡିଆର ୱିକେଟକିପର ତଥା ବ୍ୟାଟର ରିଷଭ ପନ୍ତଙ୍କୁ ଲାଗିଛି ଗଭୀର ଆଘାତ । ଇଂଲଣ୍ଡର ଦ୍ରୁତ ବୋଲର କ୍ରିସ୍ ୱକ୍ସଙ୍କ ଏକ ବଲ୍ ଜୋତାରେ ବାଜିବା ଫଳରେ ତାଙ୍କ ପାଦରେ ଲାଗିଛି ଆଘାତ । ଆଘାତ ଏମିତି ଥିଲା ଯେ, ଯନ୍ତ୍ରଣାରେ ଛଟପଟ ହୋଇ  କାନ୍ଦିଥିଲେ ପନ୍ତ । ଶେଷରେ ତାଙ୍କୁ ଖେଳ ମଝିରେ ରୁଲ୍ଡ ଆଉଟ ହେବାକୁ ପଡିଛି । 

ବିସିସିଆଇ ପକ୍ଷରୁ ବଡ ଅପ୍‌ଡେଟ୍ ସାମ୍ନାକୁ ଆସିଛି, ଯେ ତାଙ୍କ ପାଦ ଆଙ୍ଗୁଠି ଭାଙ୍ଗିଯାଇଛି । ତାଙ୍କୁ ୬ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି । ଫଳରେ ଏହା ଟିମ୍ ଇଣ୍ଡିଆର ଚିନ୍ତାକୁ ଦ୍ୱିଗୁଣିତ କରିଦେଇଛି । ବର୍ତ୍ତମାନ ତାଙ୍କୁ ମାଞ୍ଚେଷ୍ଟର ଟେଷ୍ଟ ମ୍ୟାଚ୍‌ରେ କେବଳ ୯ ବ୍ୟାଟ୍ସମ୍ୟାନ୍ ସହିତ ପଡ଼ିଆକୁ ଏଣ୍ଟ୍ରି କରିବାକୁ ପଡିବ। ରିପୋର୍ଟ ଅନୁଯାୟୀ, ପଞ୍ଚମ ଟେଷ୍ଟ ମ୍ୟାଚ୍‌ ପାଇଁ ୱିକେଟ କିପର ତଥା ବ୍ୟାଟ୍ସମ୍ୟାନ୍ ଭାବେ ଇଶାନ କିଷନ୍ ଦଳକୁ ଫେରିପାରନ୍ତି। ସେ ଗତ ଦୁଇ ବର୍ଷ ଧରି ଦଳରୁ ବାହାରେ ଅଛନ୍ତି।

ପଡିଆରେ ଆଘାତ ହେବା ପରେ ତାଙ୍କର ସିଟି ସ୍କାନ କରାଯାଇଥିଲା । ଯାହା ଜଣାପଡିଥିଲା ଯେ ତାଙ୍କ ପାଦ ଆଙ୍ଗୁଠି ଭାଙ୍ଗିଯାଇଛି । ତାଙ୍କୁ ୬ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। କହିବାକୁ ଗଲେ ରିଷଭ ପନ୍ତ ଏହି ସିରିଜରେ ଏପର୍ଯ୍ୟନ୍ତ ଦୁଇଟି ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ସହାୟତାରେ ୪୬୨ ରନ୍ କରିଛନ୍ତି। ଦଳରୁ ତାଙ୍କର ବାଦ ପଡ଼ିବା ଭାରତୀୟ ଦଳ ପାଇଁ ଏକ ବଡ଼ ଝଟକା ହୋଇଛି। 

ଏଣ୍ଟ୍ରି କରିପାରନ୍ତି ଇଶାନ କିଷନ: 

ଗତ ଦୁଇ ବର୍ଷ ଧରି ଟିମ୍ ଇଣ୍ଡିଆରୁ ବାହାରେ ଥିବା ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଇଶାନ କିଷନଙ୍କୁ ପଞ୍ଚମ ଟେଷ୍ଟ ମ୍ୟାଚ୍ ପାଇଁ ରିଷଭ ପନ୍ତଙ୍କ ସ୍ଥାନରେ ଦଳରେ ସାମିଲ କରାଯାଇପାରେ। ସେ ଜୁଲାଇ ୨୦୨୩ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଇଶାନ କିଷନ ଏପର୍ଯ୍ୟନ୍ତ ୨ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । 

ଯେଉଁଥିରେ ସେ ୩ଟି ଇନିଂସରେ ଏକ ଅର୍ଦ୍ଧଶତକ ସହାୟତାରେ ୭୮ରନ କରିଛନ୍ତି। ଏହି ସିଜନରେ, ଇଶାନ କିଷନ ନଟିଂହାମଶାୟାର ପାଇଁ କାଉଣ୍ଟି କ୍ରିକେଟ ଖେଳିଥିଲେ। ସେ ଦୁଇଟି ମ୍ୟାଚ୍ ରେ ଦୁଇଟି ଅର୍ଦ୍ଧଶତକ କରିଥିଲେ। ହୁଏତ ଏହି କାରଣରୁ ସେ ଟିମ୍ ଇଣ୍ଡିଆକୁ ଫେରି ଆସୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.