ପ୍ରକାଶ ପାଇଲା JEE ମେନ୍ସ ରେଜଲ୍ଟ: ୧୨ ଜଣଙ୍କ ସ୍କୋର ୧୦୦ ପ୍ରତିଶତ, ଦିଲ୍ଲୀର ଶ୍ରେୟାସ ମିଶ୍ରା ଟପ୍ପର

NEWS7
ri-suspend-for-for-500-commission

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଜେଇ ମେନ୍ସ ୨୦୨୬ର ସେସନ୍-୧ ଫଳାଫଳ ପ୍ରକାଶ କରିଛି । ଚଳିତ ବର୍ଷ JEE ମେନ୍ସ ପରୀକ୍ଷାରେ ମୋଟ ୧୨ ଜଣ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ସ୍କୋର କରିଛନ୍ତି । ରାଜସ୍ଥାନରେ ସର୍ବାଧିକ ଟପର୍ ଅଛନ୍ତି । ତେବେ ବଡ଼ କଥା ହେଉଛି ଚଳିତ ଥର ତାଲିକାରେ କୌଣସି ଝିଅ ନାହାନ୍ତି । ଶ୍ରେୟସ ମିଶ୍ରା (ଦିଲ୍ଲୀ), ନରେନ୍ଦ୍ର ବାବୁ (ଆନ୍ଧ୍ର ପ୍ରଦେଶ), ଶୁଭମ କୁମାର (ବିହାର), କବୀର ଛିଲ୍ଲର (ରାଜସ୍ଥାନ), ଚିରଞ୍ଜୀବ କର (ରାଜସ୍ଥାନ), ଭବେଶ ପାତ୍ର (ଓଡ଼ିଶା) ପରୀକ୍ଷାରେ ଟପ୍ପର ହୋଇଛନ୍ତି।

ଶ୍ରେୟାସ ମିଶ୍ରା - ଦିଲ୍ଲୀ

ନରେନ୍ଦ୍ର ବାବୁ - ଆନ୍ଧ୍ରପ୍ରଦେଶ

ଶୁଭମ୍ କୁମାର - ବିହାର

କବୀର ଛିଲ୍ଲର - ରାଜସ୍ଥାନ

ଚିରଞ୍ଜୀବ କର - ରାଜସ୍ଥାନ

ଭବେଶ ପାତ୍ର- ଓଡ଼ିଶା

ଅନୟ ଜୈନ- ହରିୟାଣା

ଅର୍ଣ୍ଣବ ଗୌତମ - ରାଜସ୍ଥାନ

ପାସଲା ମୋହିତ – ଆନ୍ଧ୍ର ପ୍ରଦେଶ

ମାଧବ ବିରାଦିଆ-ମହାରାଷ୍ଟ୍ର

ପୁରୋହିତ ନିୟମ-ଗୁଜରାଟ

ଭିଭାନ ଶରଦ ମାହେଶ୍ୱରୀ-ତେଲଙ୍ଗାନା