କୋଟିଆରେ ରଥ ଟାଣିବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ସାମିଲ ହେବେ ଏକାଧିକ ମନ୍ତ୍ରୀ

Published By : Prameya-News7 Bureau | June 26, 2025 IST

ଭୁବନେଶ୍ବର ୨୬।୬: କୋଟିଆରେ ରଥ ଟାଣିବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ପ୍ରଥମ ଥର ପାଇ  କୋଟିଆ ରଥଯାତ୍ରାରେ ସାମିଲ ହେବେ ରାଜସ୍ବ ମନ୍ତ୍ରୀଙ୍କ ସହ ଏକାଧିକ ମନ୍ତ୍ରୀ । ରଥଯାତ୍ରାରେ ସାମିଲ ହେବାକୁ କୋଟିଆବାସୀଙ୍କ ଅନୁରୋଧ ଆସିଥିଲା । ତାକୁ ବିଚାର କରି କାର୍ଯ୍ୟକ୍ରମ ଚୂଡ଼ାନ୍ତ କରାଯାଉଛି । ରାଜସ୍ବ ମନ୍ତ୍ରୀଙ୍କ ସହ ଏକାଧିକ ମନ୍ତ୍ରୀ କୋଟିଆ ଯାଇ ରଥଯାତ୍ରାରେ ସାମିଲ ହେବେ । ଶୁକ୍ରବାର ସୁଦ୍ଧା କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବ । 

ପୁରୀ ରଥଯାତ୍ରା ପରଦିନ କୋଟିଆରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ତେବେ କୋଟିଆ ବିବାଦର ସମାଧାନ ପାଇଁ ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ହୋଇଛି । କମିଟିର ପ୍ରଥମ ବୈଠକ ମଧ୍ୟ ସରିଛି । ରଥଯାତ୍ରାରେ ମନ୍ତ୍ରୀ କୋଟିଆ ଯାଉଥିବା ବେଳେ ସେନେଇ ସମୀକ୍ଷା କରିପାରନ୍ତି ।

You Can Read:

ଖୁବ୍‌ଶୀଘ୍ର ସମାଧାନ ହେବ ଯାତ୍ରା ପାର୍ଟି ମାଲିକ ଓ କଳାକାର ବିବାଦ, ମଧ୍ୟସ୍ଥତା କରିବ ସଂସ୍କୃତି ବିଭାଗ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.