ପ୍ରଶାସନକୁ ଲୋକାଭିମୁଖୀ କରିବାକୁ ଅନେକ ସଂସ୍କାରର ଆବଶ୍ୟକତା ଅଛି : ରାଜସ୍ବ ମନ୍ତ୍ରୀ

Published By : Prameya-News7 Bureau | January 11, 2025 IST

ଭୁବନେଶ୍ବର ୧: ରାଜସ୍ବ ଅଧିକାରୀ ଆଉ କରିପାରିବେନି ଅଣ ରାଜସ୍ୱ କାମ । ସବୁ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ଅବଗତ କଲେ ରାଜସ୍ୱ ବିଭାଗ । ଏ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି । ପ୍ରଶାସନକୁ ଲୋକାଭିମୁଖୀ କରିବା ପାଇଁ ଅନେକ ସଂସ୍କାର କରିବାର ଆବଶ୍ୟକତା ଅଛି । ରାଜସ୍ବ ବିଭାଗର କାମକୁ ଆହୁରି ଶାଣିତ କରିବା ଅନେକ ପଦକ୍ଷେପ ନିଆଯାଉଛି । ଯାହାଦ୍ବାରା ରାଜସ୍ବ ବିଭାଗର ଦାୟିତ୍ବରେ ଥିବା ରାଜସ୍ୱ ଅଧିକାରୀ ମାନେ ବିଭାଗ ପ୍ରତି କେମିତି ସଂପୂର୍ଣ୍ଣ ନ୍ୟାୟ କରିପାରିବେ । ରାଜସ୍ବ ସେବା ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ରାଜସ୍ୱ ଅଧିକାରୀ ମାନେ କମିଟି ଆହୁରି ପ୍ରତିବଦ୍ଧତା ସହ କାମ କରିବେ ସେଥିପାଇଁ ଅନେକ ସଂସ୍କାର ଅଣାଯାଉଛି ।

ରାଜସ୍ବ ବିଭାଗର ମୂଳ ରାଜସ୍ୱ ଅଧିକାରୀ ମାନେ ରାଜସ୍ୱ ବିଭାଗରେ କାମ କରି ଥାଆନ୍ତି । ଏହାସହ ରାଜସ୍ୱ ବିଭାଗର ଅଧିକାରୀ ମାନଙ୍କୁ ଅନ୍ୟ ବିଭାଗକୁ କାମ କରିବା ପାଇଁ ପଠାଯାଇଥାଏ । ତେଣୁ ଏହାଦ୍ୱାରା ସୃଷ୍ଟି ହେଉଥିବା ଦ୍ବନ୍ଦ୍ବରେ ସ୍ପଷ୍ଟତା ଆଣିବା ପାଇଁ ଚାହୁଁଛି ରାଜସ୍ୱ ବିଭାଗ । ଯେଉଁ ଅଧିକାରୀ ମାନେ ରାଜସ୍ୱ ବିଭାଗର ORS ଭାବେ ପଦୋନ୍ନତି ପାଉଥିଲେ, ସେମାନଙ୍କର ରାଜସ୍ୱ କାମ ବିଷୟରେ ଅନୁଭବ ନଥିଲା । ସେହିପରି ଅନେକ ପୁରୁଣା ଆଇନ ଗୁଡ଼ିକୁ ସଂଶୋଧନ କରାଯିବ, ଯେଉଁ ଆଇନର ଆବଶ୍ୟକ ନାହିଁ, ରଦ୍ଦ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି । 



You Can Read:

ବାଲି ହାଇଓ୍ବାକୁ ଢେଲାମାଡ଼ରୁ ଉତ୍ତେଜନା, ଗୋଷ୍ଠୀ ସଂଘର୍ଷରେ ୪ ଆହତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.