ନୂଆଦିଲ୍ଲୀ: ଆଇନଗତ କାରଣ ଯୋଗୁଁ ଭାରତରେ ବନ୍ଦ ହେଲା ନ୍ୟୁଜ ଏଜେନ୍ସି ରୟଟର୍ସର ଏକ୍ସ ଆକାଉଣ୍ଟ। ସାମାଜିକ ଗଣମାଧ୍ୟମ ମଞ୍ଚ ପକ୍ଷରୁ ଏକ ନୋଟିସ୍ରେ ଏହାର ସୂଚନା ଦିଆଯାଇଛି। କିନ୍ତୁ ରୟଟର୍ସ ବିରୋଧରେ ଏମିତି କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା ସରକାରୀ ସୂତ୍ରରୁ ପ୍ରକାଶ। ଏ ନେଇ ରୟଟର୍ସର ଆକାଉଣ୍ଟକୁ ଭାରତରେ କାହିଁକି ବନ୍ଦ କରାଯାଇଛି ସେ ନେଇ ଏକ୍ସକୁ ଜବାବ ମଗା ଯାଇଛି।
ଜୈନକ ଅଧିକାରୀ କହିଛନ୍ତି, ଅପରେସନ ସିନ୍ଦୂର ସମୟରେ ଶତାଧିକ ଆକାଉଣ୍ଟ ସହିତ ରୟଟର୍ସର ଏକ୍ସ ଆକାଉଣ୍ଟକୁ ଉପରେ କଟକଣା ଲଗାଇବାକୁ କରିବାକୁ ଦାବି କରାଯାଇଥିଲା। ସେହି ସମୟରେ ଅନେକ ଆକାଉଣ୍ଟକୁ ଭାରତରେ ବ୍ୟାନ କରାଯାଇଥିଲା। କିନ୍ତୁ ରୟଟର୍ସର ଆକାଉଣ୍ଟକୁ ବ୍ୟାନ କରାଯାଇ ନ ଥିଲା।
Also read: ପଛରେ ପଡ଼ିଲେ ଆପଲ- ମାଇକ୍ରୋସଫ୍ଟ, ଏନଭିଡିଆ ହେଲା ବିଶ୍ବର ସବୁଠାରୁ ମୂଲ୍ୟବାନ କମ୍ପାନି
ସୂତ୍ର ଅନୁସାରେ ଏଲନ ମସ୍କଙ୍କ ସ୍ଵାମିତ୍ଵରେ ଥିବା ଏକ୍ସ ଏବେ ଉକ୍ତ ଅପିଲ୍ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ଏବଂ ଭାରତରେ ରୟଟର୍ସର ଏକ୍ସ ହ୍ୟାଣ୍ଡେଲକୁ ବନ୍ଦ କରି ଦେଇଛି। ତେବେ ସରକାର ଏକ୍ସକୁ ଏହି ପଦକ୍ଷେପ ବିଷୟରେ ସଫେଇ ଦେବାକୁ କହିଛି। ଏହା ସହିତ ରୟଟର୍ସ ଉପରେ ଲଗାଇଥିବା କଟକଣା ହଟାଇବାକୁ କୁହାଯାଇଛି।
ଏହି ସମ୍ବନ୍ଧରେ ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି, ମେ ୭ ତାରିଖ ଅପରେସନ ସିନ୍ଦୂର ସମୟରେ ଏକ ଆଦେଶ ଜାରି କରାଯାଇିଲା। ମାତ୍ର ସେହି ସମୟରେ ଏକ୍ସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯା ନ ଥିଲା।ଲାଗୁଛି ଏକ୍ସ ଏବେ ସରକାରଙ୍କ ଉକ୍ତ ଆଦେଶ ଲାଗୁ କରି କରିଛି, ଯାହା ସଂପୂର୍ଣ୍ଣ ଭାବେ ଭୁଲ୍। ଏହି ସମସ୍ୟାର ସମାଧାନ ଶୀଘ୍ର କରିବାକୁ ଏକ୍ସରେ ସରକାର କହିଛନ୍ତି।