ନୂଆଦିଲ୍ଲୀ: ଅଗଷ୍ଟରେ ସାମାନ୍ୟ ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି। ଜୁଲାଇର ୧.୬୧ ପ୍ରତିଶତ ତୁଳନାରେ ଅଗଷ୍ଟ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୨.୦୭ ପ୍ରତିଶତକୁ ବୃଦ୍ଧି ପାଇଛି। ତେବେ ଏହା ରିଜର୍ଭ ବ୍ୟାଙ୍କର ମାପଦଣ୍ଡ ଭିତରେ ରହିଛି। ଗ୍ରାହକ ମୂଲ୍ୟ ସୂଚକାଙ୍କ (CPI) ଦ୍ୱାରା ଏହି ଖୁଚୁରା ମୁଦ୍ରାସ୍ଫୀତି ମପାଯାଏ। ଅଗଷ୍ଟ ମାସରେ ହୋଇଥିବା ବୃଦ୍ଧି ମୁଖ୍ୟତଃ ପନିପରିବା, ମାଛ, ମାଂସ, ତେଲ, ପର୍ସନାଲ କେୟାର ପ୍ରଡକ୍ଟ ଏବଂ ଅଣ୍ଡାର ମୂଲ୍ୟ ବୃଦ୍ଧି ପାଇବା ଯୋଗୁ ହୋଇଛି। ସରକାରଙ୍କ ଦ୍ୱାରା ଆଜି (ସେପ୍ଟେମ୍ବର ୧୨) ଖୁଚୁରା ମୁଦ୍ରାସ୍ଫୀତିର ସରକାରୀ ତଥ୍ୟ  ଜାରି କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଲକ୍ଷ୍ୟ ମୁଦ୍ରାସ୍ଫୀତିକୁ ୪% ±୨%  ଭିତରେ କାଏମ ରଖିବା। ଲଗାତର ୩ ମାସ ହେଲା ମୁଦ୍ରାସ୍ଫୀତି ନିୟନ୍ତ୍ରଣ ଭିତରେ ରହିଛି। 

​​​​​​​ଏହି ମୁଦ୍ରାସ୍ଥୀତିରେ ଖାଦ୍ୟ ସାମଗ୍ରୀ ମୂଲ୍ୟ ବୃଦ୍ଧିର ୫୦% ଅବଦାନ ରହିଛି। ଏହାର ମାସିକ ମୁଦ୍ରାସ୍ଫୀତି -୧.୭୬% ରୁ -୦.୬୯% କୁ ବୃଦ୍ଧି ପାଇଛି। ଅଗଷ୍ଟ ମାସରେ, ଗ୍ରାମାଞ୍ଚଳ ମୁଦ୍ରାସ୍ଫୀତି ୧.୧୮% ରୁ ୧.୬୯% କୁ ବୃଦ୍ଧି ପାଇଛି। ସେହିପରି ସହରାଞ୍ଚଳ ମୁଦ୍ରାସ୍ଫୀତି ୨.୧୦% ରୁ ୨.୪୭% କୁ ବୃଦ୍ଧି ପାଇଛି। ସୂଚନା ଥାଉକି, ୪ ରୁ ୬ ଅଗଷ୍ଟରେ ହୋଇଥିବା ଆରବିଆଇ ମୁଦ୍ରା ନୀତି କମିଟି ବୈଠକରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ମୁଦ୍ରାସ୍ଫୀତି ପୂର୍ବାନୁମାନକୁ ୩.୭% ରୁ ୩.୧% ହ୍ରାସ କରାଯାଇଛି।