ମୁମ୍ଵାଇ ୦୩।୦୪: ପ୍ରସିଦ୍ଧ ସିଙ୍ଗର ତଥା ପୂର୍ବତନ ବିଜେପି ସାଂସଦ ହଂସରାଜ ହଂସ। ତାଙ୍କ ପତ୍ନୀ ରେଶମ କୌରଙ୍କର ଦେହାନ୍ତ ହୋଇଛି ।ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ଜଳନ୍ଧରର ଟାଗୋର ହସ୍ପିଟାଲରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ରେଶମଙ୍କ ବିୟୋଗରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ଏହି ଦୁଃଖଦ ମୂହୁର୍ତ୍ତରେ ସମ୍ପର୍କୀୟଙ୍କ ସୁଅ ଛୁଟିଛି।
ହଂସରାଜଙ୍କ ପତ୍ନୀ ରେଶମ କୌର ୫ଦିନ ଧରି ଅସୁସ୍ଥ ଥିଲେ । ଚିକିତ୍ସା ନିମନ୍ତେ ଜଳନ୍ଧରର ଟାଗୋର ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ବୁଧବାର ପ୍ରାୟ ଦିନ ୧ଟା ସମୟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ରେଶମ । ତାଙ୍କର କିଛି ଦିନ ପୂର୍ବରୁ ହୃଦଘାତ ଭଳି ସମସ୍ୟା ଦେଖାଦେଇଥିଲା । ତାଙ୍କ ସୁସ୍ଥ ଜୀବନ ପାଇଁ ଡାକ୍ତରମାନେ ମଧ୍ୟ ଅନେକ ପ୍ରଚେଷ୍ଟା କରିଥିଲେ । କିନ୍ତୁ ଶେଷରେ ଡାକ୍ତର ବିଫଳ ହୋଇଥିଲେ । ରେଶମଙ୍କ ମୃତ୍ୟୁ ଖବରକୁ ତାଙ୍କ ଭାଇ ଜଣାଇଛନ୍ତି । ରେଶମଙ୍କ ମୃତ୍ୟୁ ଖବର ପାଇବା ପରେ ପରିବାର ଲୋକଙ୍କୁ ସମବେଦନା ଜଣାଇବା ପାଇଁ ହଂସରାଜଙ୍କ ଘରେ ପହଞ୍ଚିଛନ୍ତି ସେଲିବ୍ରିଟି।
ସୂଚନାନୁଯାୟୀ, ହଂସରାଜ ରେଶମଙ୍କୁ ୧୯୮୪ ମସିହା ୧୮ଏପ୍ରିଲରେ ଦ୍ବିତୀୟ ବିବାହ କରିଥିଲେ । ଅନ୍ୟପଟେ ଆସନ୍ତାକାଲି ଅର୍ଥାତ୍ ଗୁରୁବାର ସକାଳ ୧୧ଟା ସମୟରେ ହଂସରାଜଙ୍କ ପୈତୃକ ସ୍ଥାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।