ବାଲିଯାତ୍ରା ୨୦୨୫
LIVE TV

ଅପରେସନ ସିନ୍ଦୂର ଭୟରେ ପାକିସ୍ତାନ : ୟୁକ୍ରେନଠୁ କିଣିବ ଡ୍ରୋନ୍

NEWS7
state-president-election-in-final-stages-announcement-can-be-made-at-any-moment-suresh-pujari-

ନୂଆଦିଲ୍ଲୀ, ୧୪|୧୧: ନୂଆଦିଲ୍ଲୀ ବିସ୍ଫୋରଣ ପରେ ଚିନ୍ତାରେ ପାକିସ୍ତାନ ସରକାର । ଆଉ ଏକ ଅପରେସନ ସିନ୍ଦୂର ଭୟରେ ପାକିସ୍ତାନ ରଣନୀତି ଆରମ୍ଭ କରିଦେଇଛି । ତେଣୁ ଅନ୍ୟ ଦେଶଠୁ ଡ୍ରୋନ୍ କିଣିବା ପାଇଁ ଚେଷ୍ଟା ଆରମ୍ଭ କରିଦେଇଛି ପାକ୍ । କୁହାଯାଉଛି ଯେ, ୟୁକ୍ରେନଠାରୁ ଶେହଓ୍ୱାଜ ସରକାର ଅସ୍ତ୍ରସସ୍ତ୍ର କ୍ରୟ ପାଇଁ ଡିଲ୍ କରିଛନ୍ତି ।

ପ୍ରତିରକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପାକିସ୍ତାନ ଏବଂ ୟୁକ୍ରେନ ମଧ୍ୟରେ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟା ଅଦଳବଦଳ ପାଇଁ କଥାବାର୍ତ୍ତା ଆରମ୍ଭ ହୋଇଛି । ଏହା ଉପରେ ଭାରତ ପକ୍ଷରୁ କଡା ନଜର ରଖାଯାଇଛି । ଏକ ୟୁରୋପୀୟ ଡ୍ରୋନ୍ କମ୍ପାନୀ ଏବଂ ପାକିସ୍ତାନର ପ୍ରତିରକ୍ଷା କମ୍ପାନୀ ଏବାବଦରେ ଆଲୋଚନା କରିଛନ୍ତି । ପାକ୍ ଏହାକୁ ଗେପନୀୟ ରଖିବାକୁ ଚେଷ୍ଟା କରୁଛି ।

୨୦୨୫ ମେ ମାସରେ ହୋଇଥିବା ଅପରେସନ ସିନ୍ଦୂର ପରେ ୟୁକ୍ରେନ, ଋଷ ଏବଂ ୟୁରୋପର ଅନେକ ଡ୍ରୋନ୍ କମ୍ପାନୀ ସହ ପାକିସ୍ତାନ ସମ୍ପର୍କ ସ୍ଥାପନ କରିଥିଲା । ଏହି ସବୁ ଡ୍ରୋନ୍ ଅଧିକ ଉଚ୍ଚତା ବିଶିଷ୍ଟ ନୁହେଁ । ଯଦି ଡିଲ୍ ଚୂଡାନ୍ତ ହୁଏ ତାହାଲେ ପାକିସ୍ତାନର ଶକ୍ତି ବୃଦ୍ଧି ହେବ ।

ସୂଚନାଯୋଗ୍ୟ, ଅପରେସନ ସିନ୍ଦୂରରେ ପାକିସ୍ତାନ ନିଜ ପଶ୍ଚିମ ସୀମାରେ ଭାରତ ଉପରେ ଡ୍ରୋନ୍ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିଥିଲା । କିନ୍ତୁ ଭାରତୀୟ ସେନା ସମସ୍ତ ଆକ୍ରମଣର କଡା ଜବାବ ଦେଇଥିଲା । ବିନା ପାଇଲଟ ବିଶିଷ୍ଟ ଡ୍ରୋନ୍ ଏହି ଯୁଦ୍ଧରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।