ଆଗରୁ ବିଧାୟକ ଯାଉଥିଲେ ବକ୍ତା ହିସାବରେ, ଏବେ କିନ୍ତୁ ବକ୍ତା ଓ ଦାତା ହିସାବରେ ନିମନ୍ତ୍ରଣ କରାଯାଉଛି

NEWS7
report-warns-lifestyle-diseases-epidemic-among-indians

ଭୁବନେଶ୍ବର ୧୨।୧୨: ବିଧାୟକ ହେଇଗଲା ପରେ ସାଧାରଣ ଜନତା ଦାୟିତ୍ଵ ବଢାଇ ଦେଉଛନ୍ତି । ଦଳୀୟ କର୍ମୀ ବି ଦାୟିତ୍ଵ ବଢାଇ ଦେଉଛନ୍ତି । ଘଟଣା ଦୁର୍ଘଟଣାରେ ବିଧାୟକ ଯାଇ ପହଞ୍ଚିବେ ଆଉ ଆର୍ଥିକ ସାହାଯ୍ୟ କରିବେ । ଆର୍ଥିକ ସାହାଯ୍ୟ ନକଲେ ଆପଣ ଭଲ ନେତା ନୁହଁନ୍ତି । ଲୋକଙ୍କ ମାନସିକତା ସେହିଭଳି ହୋଇଗଲାଣି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଏକୋଇଶିଆ ଠାରୁ ଆରମ୍ଭ କରି ଶୁଦ୍ଧିଘର, କ୍ରିକେଟ୍ ଖେଳାଯାଏ ବିଧାୟକ ଯାଇ ପହଞ୍ଚିବେ । ଆଗରୁ ବିଧାୟକ ଯାଉଥିଲେ ବକ୍ତା ଭାବେ ଆଉ ଜଣେ ବ୍ୟବସାୟୀ କି ଅଫିସରଙ୍କୁ ଡାକୁଥିଲେ କିଛି ଆର୍ଥିକ ସାହାଯ୍ୟ ପାଇଁ । ବର୍ତ୍ତମାନ କିନ୍ତୁ ବିଧାୟକଙ୍କୁ ବକ୍ତା ଓ ଦାତା ହିସାବରେ ନିମନ୍ତ୍ରଣ କରାଯାଉଛି ।

ବିଧାୟକଙ୍କ ଦରମା ବଢିବା ସ୍ଵାଗତ ଯୋଗ୍ୟ । ଗୋଟେ ଗୋଟେ ଗାଁରେ ଗଣେଶ ପୂଜା, ଲକ୍ଷ୍ମୀ ପୂଜା ୩୦ରୁ ୩୫, ସବୁ ସାହିରେ କ୍ରିକେଟ୍ ମ୍ୟାଚ୍ । ଟେଣ୍ଟ ଖର୍ଚ୍ଚ, କ୍ୟାସ୍ ପ୍ରାଇଜ୍, ଖାସି ଖର୍ଚ୍ଚ ଚିଠା ଦେଖାଇ ଆୟୋଜକ ମାନେ ବିଧାୟକଙ୍କ ଉପରେ ଦାୟିତ୍ଵ ଲଦୁଛନ୍ତି । ଆମେ ଯଦି ଖର୍ଚ୍ଚ ରିପୋର୍ଟ କାର୍ଡ ଦେବୁ ତାହେଲେ ସରକାର ଆହୁରି ଅଧିକ ଅର୍ଥ ଦେବେ ବୋଲି ମନ୍ତ୍ରୀ କହିଛନ୍ତି ।