ନୂଆଦିଲ୍ଲୀ : ପ୍ରସିଦ୍ଧ ଅର୍ଥନୀତିଜ୍ଞ ତଥା ବ୍ରିଟେନର ପ୍ରତିଷ୍ଠିତ ହାଉସ୍ ଅଫ୍ ଲର୍ଡ୍ସର ସଦସ୍ୟ ମେଘନାଦ ଦେଶାଇଙ୍କ ମଙ୍ଗଳବାର ( ୨୯ଜୁଲାଇ) ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ମୂଳତଃ ଗୁଜରାଟରେ ଜନ୍ମିତ ମେଘନାଦ ଦେଶାଇ ବମ୍ୱେ ବିଶ୍ୱବିଦ୍ୟାଳୟରୁ ନିଜର ମାଷ୍ଟର ଡିଗ୍ରୀ ସାରିଥିଲେ। ଏହାପରେ ଲଣ୍ଡନ ସ୍କୁଲ ଅଫ୍ ଇକୋନମିକ୍ସରେ ଅଧ୍ୟାପନା କରିଥିଲେ। ସେ ନିଜର ଜୀବନକାଳରେ ଗୋଟିଏ ପରେ ଗୋଟିଏ ପୁସ୍ତକ ଲେଖିଛନ୍ତି।
Anguished by the passing away of Shri Meghnad Desai Ji, a distinguished thinker, writer and economist. He always remained connected to India and Indian culture. He also played a role in deepening India-UK ties. Will fondly recall our discussions, where he shared his valuable… pic.twitter.com/q1cv3DAXaw
— Narendra Modi (@narendramodi) July 29, 2025
ପିଏମ ମୋଦି ସୋସିଆଲ ମିଡ଼ିଆ ସାଇଟ୍ ଏକ୍ସରେ କରିଥିବା ପୋଷ୍ଟରେ ଲେଖିଛନ୍ତି - ପ୍ରତିଷ୍ଠିତ ଚିନ୍ତକ , ଲେଖକ ଓ ଅର୍ଥନୀତିଜ୍ଞ ଶ୍ରୀ ମେଘନାଦ ଦେଶାଇ ଜୀଙ୍କ ଦେହାନ୍ତରେ ମୁଁ ଦୁଃଖିତ । ସେ ସର୍ବଦା ଭାରତ ଓ ଭାରତୀୟ ସଂସ୍କୃତି ସହ ଜଡ଼ିତ ଥିଲେ। ସେ ଭାରତ-ୟୁକେ ସଂପର୍କକୁ ମଜବୁତ କରିବାରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମୁଁ ଆମର ଆଲୋଚନାକୁ ମନେ ରଖିବି , ଯେଉଁଠାରେ ସେ ତାଙ୍କର ମୂଲ୍ୟବାନ ମତାମତ ବାଣ୍ଟିଥିଲେ।