ପପ୍ ସେନସେସନଙ୍କୁ ଡେଟ୍ କରୁଛନ୍ତି ଟ୍ରୁଡୋ, କାନାଡା ରେଷ୍ଟୁରାଣ୍ଟରେ ସିକ୍ରେଟ୍ ଡିନର

Published By : Prameya-News7 Bureau | July 30, 2025 IST

ନୂଆଦିଲ୍ଲୀ ୩୦/୦୭: କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ । ନୂଆ ପ୍ରେମରେ ପଡିଛନ୍ତି ସେ । ପପ୍ ସେନସେସନ୍ କେଟି ପେରିଙ୍କୁ ଡେଟ୍ କରିଥିବାର ନଜର ଆସିଛନ୍ତି । ଏକାଠି ଦୁହେଁ ରାତ୍ରୀଭୋଜନର ମଜା ନେଉଥିବାର ଦେଖିବାକୁ ମିଳିଛି । କାନାଡାର ଏକ ରେଷ୍ଟୁରାଣ୍ଟରେ ଦୁହେଁ ଏକାଠି ରାତ୍ରୀଭୋଜନ ଏବଂ ଗପସପ କରୁଥିବାର ଫଟୋ-ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 

ଟ୍ରୁଡୋ ଓ ପେରିଙ୍କ ଏହି ଗୁପ୍ତ ରାତ୍ରୀଭୋଜନ ସେମାନଙ୍କ ଡେଟିଂକୁ ନେଇ ଅନେକ ଚର୍ଚ୍ଚା । ରେଷ୍ଟୁରାଣ୍ଟରେ ଉପସ୍ଥିତ ଲୋକେ କୁହନ୍ତି ଯେ ଦୁହେଁ ପରସ୍ପର ସହିତ ବହୁତ କମ୍ଫଟେବଲ ଥିଲେ । ଦୁହେଁ କକଟେଲ, ଆପେଟାଇଜର ଓ ଲବଷ୍ଟର ଉପଭୋଗ କରୁଥିବାର ଦେଖାଯାଇଥିଲା। କେଟି ଏବଂ ଟ୍ରୁଡୋ ଯେଉଁ ରେଷ୍ଟୁରାଣ୍ଟରେ ରାତ୍ରୀଭୋଜନ କରୁଥିଲେ । ଯେଉଁଠାରେ ସୁରକ୍ଷା ଦଳ ଉପସ୍ଥିତ ଥିଲେ। ରାତ୍ରୀଭୋଜନ ପରେ, ଉଭୟେ ରେଷ୍ଟୁରାଣ୍ଟର ରୋଷେଇ ଘରକୁ ମଧ୍ୟ ଯାଇଥିଲେ । ଉତ୍କୃଷ୍ଟ ଖାଦ୍ୟ ପାଇଁ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଥିଲେ।


କହିବାକୁ ଗଲେ କେଟି ପେରି ତାଙ୍କ ନୂତନ ଆଲବମ୍ ପାଇଁ କାନାଡାରେ ଅଛନ୍ତି । ସେ ଖୁବ୍ ଶୀଘ୍ର ଓଟାୱାରେ ମଧ୍ୟ ପ୍ରଦର୍ଶନ କରିବାକୁ ଯାଉଛନ୍ତି । ସେହିପରି, ଜାନୁଆରୀ ୨୦୨୫ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରଠାରୁ ଟ୍ରୁଡୋ ବହୁତ କମ୍ ପ୍ରୋଫାଇଲ୍ ଅଛନ୍ତି । ୧୮ ବର୍ଷର ବିବାହ ଭାଙ୍ଗି ସେ ୨୦୨୩ରେ ପତ୍ନୀ ସୋଫିଙ୍କଠାରୁ ଅଲଗା ହୋଇଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.