ସରକାରୀ ଜମିରେ ଲାଗିଲା ନାଲି ପତାକା, ଅନାଧିକାର ପ୍ରବେଶ ନ କରିବାକୁ ପୋଷ୍ଟରରେ ଉଲ୍ଲେଖ

Published By : Prameya-News7 Bureau | August 06, 2025 IST

ପାଟଣା ୬।୮: କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଟାଙ୍ଗରପଡା ଆର୍‌ଆଇ ସର୍କଲ ଟାଙ୍ଗରପଡା ମୌଜାରେ ଥିବା ମୂଲ୍ୟବାନ ସରକାରୀ ଜମି ଗୁଡିକୁ ଚିହ୍ନଟ କରି ରାଜସ୍ୱ ପ୍ରଶାସନ ନିଜ ଦଖଲକୁ ନେଇଛନ୍ତି । ଜବରଦଖଲକାରୀଙ୍କୁ ଚେତାବନୀ ଦେଇ ଉକ୍ତ ଜାଗାରେ ନାଲି ପତାକା ଲଗାଇବା ସହ ସରକାରୀ ଜମିରେ ଅନାଧିକାର ପ୍ରବେଶ ଆଇନତଃ ଦଣ୍ଡନୀୟ ବୋଲି ଲେଖାଯାଇ ପୋଷ୍ଟର ଲଗାଯାଇଛି । ଏଠାରେ ଥିବା  ୪ ଏକର ୨୬ ଡ଼ିସିମିଲ ମୂଲ୍ୟବାନ ସରକାରୀ ଜମିକୁ ଜବରଦଖଲ କରି ଚାଷ ପାଇଁ ଉଦ୍ୟମ କରାଯାଉଥିଲା । ଏହି ସମୟରେ ପାଟଣା ତହସିଲ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ମୂଲ୍ୟବାନ ସରକାରୀ ଜମିକୁ ଜବରଦଖଲ କଲେ ଓଡ଼ିଶା ଭୂ-ଅବୈଧ ଦଖଲ ନିରାକାରଣ ନିୟମ ୧୯୭୨ ଅନୁସାରେ ଦଣ୍ଡନୀୟ କରାଯିବ ବୋଲି ତହସିଲଦାର ଅଶ୍ୱିନୀ କୁମାର ନାଏକ କହିଛନ୍ତି ।

You Can Read:

ଆନ୍ଧ୍ରପ୍ରଦେଶରୁ ଏମ୍‌ପିଭି-୬୫ ଗାଁକୁ ଚାଲାଣ ହେଉଥିଲା କଇଁଛ, ୩ ଅଭିଯୁକ୍ତ କୋର୍ଟ ଚାଲାଣ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.