ରେକର୍ଡ ଭାଙ୍ଗୁଛି ଗ୍ରୀଷ୍ମ ପ୍ରବାହ, ୨ ଦିନ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି

Published By : Prameya-News7 Bureau | April 25, 2024 IST

ଭୁବନେଶ୍ବର ୨୫।୪: ରେକର୍ଡ ଭାଙ୍ଗୁଛି ଗ୍ରୀଷ୍ମ ପ୍ରବାହ । ନୂଆ ରେକର୍ଡ ସୃଷ୍ଟି କଲାଣି ଏପ୍ରିଲ ମାସ  । ଲଗାତର ୧୨ ଦିନ ଧରି ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସ୍ଥିତି ହେବ ଅସମ୍ଭାଳ । ଆକାଶରୁ ବର୍ଷିବ ନିଆଁ । ଦୁଇ ଦିନ ପର୍ଯ୍ୟନ୍ତ ରେଡ୍ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର । ୪୫ ରୁ ୪୮ ଡିଗ୍ରୀ ଛୁଇଁବ ତାପମାତ୍ରା। ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ ପିକ୍ ଆଓ୍ବାର ଘୋଷଣା। ଶିଶୁ, ବୟସ୍କ, ରୋଗୀ ଓ ଗର୍ଭବତୀଙ୍କୁ ଘରୁ ନ ବାହାରିବାକୁ ପରାମର୍ଶ। ସାରା ରାଜ୍ୟରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ମେ’ ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଶୁକ୍ରବାର ସଭିୟରରୁ ସିଭିୟର ହିଟ୍ ଓ୍ବେଭ୍ ପାଇଁ ୯ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ବିଶେଷକରି ବାଲେଶ୍ବର, ମୟୁରଭଞ୍ଜ, ଢେଙ୍କାନାଳ, ଝାରୁସୁଗୁଡା, ଗଞ୍ଜାମ, ଗଜପତି, ବଲାଙ୍ଗିର, ନୂଆପଡା ଏବଂ କଳାହାଣ୍ଡି ଜିଲ୍ଲାକୁ ସତର୍କ କରାଯାଇଛି। ପ୍ରବଳ ଗ୍ରୀଷ୍ମପ୍ରବାହ ପାଇଁ ୧୮ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। 

୨୭ ତାରିଖରେ ମଧ୍ୟ ରାଜ୍ୟରେ ଅସହ୍ୟ ସ୍ଥିତି ଦେଖାଦେବ । ଏଥିପାଇଁ ୧୫ଟି ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୮ ଏବଂ ୨୯ ତାରିଖରେ ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହବ। ଏଥିପାଇଁ ୩୦ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ୩୦ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ କାଳବୈଶାଖୀ ଜନିତ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ହେଲେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ସେପଟେ ଆଜି ଆଇଏମ୍‌ଡି ପକ୍ଷରୁ ଜାରି କରାଯାଇଥିବା ବିସ୍ତାରିତ ଆକଳନ ଅନୁସାରେ ମେ’ ୩ ରୁ ୯ ତାରିଖ ପର୍ଯ୍ୟନ୍ତ ଆଉ ଏକ ସ୍ପେଲ୍ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିବ। ବିଶେଷ କରି ପଶ୍ଚିମ ଓଡ଼ିଶାର ଜିଲ୍ଲା ଗୁଡିକରେ ୪୨ ରୁ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି । 

ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଏଭଳି ଗ୍ରୀଷ୍ମ ପ୍ରବହାର କାରଣ ଜଳବାୟୁ ପରିବର୍ତ୍ତନ । ଉତ୍ତର ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ ଦିଗରୁ ଯେଉଁ ସାମୁଦ୍ରିକ ପବନ ଆସୁଛି ତାହା ବାଷ୍ପୀକରଣ କରୁଛି । ଫଳରେ ଅଧିକାଂଶ ଦିନ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହୁଛି । ତେବେ ଗତ ୧୧ ମାସ ଧରି ପାକିସ୍ଥାନ ଓ ଆଫଗାନିସ୍ଥାନରେ ଗୋଟେ ପରେ ସିଷ୍ଟମ ଫର୍ମ ହେଉଥିବା ବେଳେ ସେଠି ବନ୍ୟା ପରିସ୍ଥିତି ଉପୁଜିଛି ଓଡ଼ିଶାରେ କିନ୍ତୁ ଗ୍ରୀଷ୍ମ ପ୍ରବାହ ସ୍ଥିତି ଦେଖା ଦେଇଥିବା କହିଛନ୍ତି । 

 You Can Read :

ମାଲବାହୀ ଟ୍ରେନ୍‌ର ୬ଟି ବଗି ଲାଇନଚ୍ୟୁତ, ରେଳ ଧାରଣା ଉପରେ ଓଲଟିଲା ୩ଟି ବଗି

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.