ଆଇପିଏଲ୍ ବିରାଟଙ୍କ ଆଉ ଏକ ସଫଳତା: ପ୍ରଥମ ଖେଳାଳି ଭାବେ ଗୋଟିଏ ଦଳ ପାଇଁ ପୂରା କଲେ ୯ ହଜାର ରନ୍

Published By : Prameya-News7 Bureau | May 27, 2025 IST

INDIATODAY

ନୂଆଦିଲ୍ଲୀ: ମଙ୍ଗଳବାର ଆଇପିଏଲ୍‌ କ୍ୟରିୟର ଆଉ ଏକ ଉଲ୍ଲଖନୀୟ ଅଧ୍ୟାୟ ଯୋଡ଼ିଛନ୍ତି ବିରାଟ କୋହଲି। ଗୋଟିଏ ଫ୍ରାଞ୍ଚାଇଜ୍ ପାଇଁ ୯,୦୦୦ ଟି-୨୦ ରନ ସ୍କୋର କରିବାରେ ସେ ପ୍ରଥମ ଖେଳାଳି ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଏହି ବ୍ୟାଟର ମଙ୍ଗଳବାର ଲକ୍ଷ୍ନୌର ଏକାନା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ୍ ୨୦୨୫ର ୭୦ ତମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ବିପକ୍ଷରେ ଏହି ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି।

୨୦୦୮ ମସିହାରେ ଆରମ୍ଭ ହୋଇଥିବା ପ୍ରଥମ ଆଇପିଏଲ୍‌ ସିଜିନ୍‌ରୁ ଆରସିବି ସହିତ ଥିବା କୋହଲିଙ୍କୁ ଆଜିର ଏହି ରେକର୍ଡ ପାଇଁ ମାତ୍ର  ୨୪ ରନ୍‌ର ଆବଶ୍ୟକତା ଥିଲା। ଲକ୍ଷ୍ନୌର ୨୨୮ ରନ୍ ଲକ୍ଷ୍ୟକୁ ପିଛା କରି ବିରାଟ ସହଜରେ ଏହି ଲକ୍ଷ୍ୟ ହାସଲ କରି ନେଇଥିଲେ। ୯,୦୦୦ ରନ୍ ମଧ୍ୟରେ ଆଇପିଏଲରେ ୮,୫୭୯ ଏବଂ ବର୍ତ୍ତମାନ ବନ୍ଦ ହୋଇଯାଇଥିବା ଚାମ୍ପିଅନ୍ସ ଲିଗ୍ ଟି-୨୦ (CLT20)ରେ ୪୨୪ ରନ୍ ସାମିଲ ରହିଛି। ଯାହା ବିରାଟ RCB ପାଇଁ କରିଛନ୍ତି। 

ଆଇପିଏଲ୍‌ର ସମେତ କୋହଲି ସିଏଲ୍‌ଟିରେ ମଧ୍ୟ ତାଙ୍କ ଛାପ ଛାଡ଼ିଥିଲେ। ଆରିସିବି ପକ୍ଷରୁ ପାଇଁ ୧୫ ଟି ମ୍ୟାଚ୍ ଖେଳି ସେ ୩୮.୫୪ ହାରରେ ୧୫୦.୩୫ ଷ୍ଟ୍ରାଇକ୍ ରେଟ୍ ସହିତ ୪୨୪ ରନ୍ କରିଥିଲେ। ଯେଉଁଥିରେ ଦୁଇଟି ଅର୍ଦ୍ଧଶତକ ଥିଲା। ଟୁର୍ଣ୍ଣାମେଣ୍ଟରେ ତାଙ୍କର ସର୍ବାଧିକ ସ୍କୋର ଅପରାଜିତ ୮୪ ରନ୍ ଥିଲା, ଏବଂ ସେ ସେହି ପ୍ରତିଯୋଗିତାରେ ମଧ୍ୟ RCBର ସର୍ବାଧିକ ସ୍କୋର କରିଥିବା ବ୍ୟାଟର ରହିଛନ୍ତି।

କୋହଲି ୧୭ ସିଜନ ଧରି ଗୋଟିଏ ପ୍ରାଞ୍ଚାଇଜ୍ ଆର୍‌ସିବି ପାଇ ଖେଳିବା ମଧ୍ୟ ଏକ ବିରଳ ସଫଳତା। ସେ ଦଳ ପାଇଁ ସବୁବେଳେ ବ୍ୟାଟିଂ  ଭାର ସମ୍ଭାଳି ଆସିଛନ୍ତି। ଗୋଟିଏ ଦଳ ପାଇଁ ୯ ହଜାର ଟି-୨୦ ରନ କରିଥିବା ବିରାଟ ପ୍ରଥମ ଖେଳାଳି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.