LIVE TV

ଆଇସିସି ଓଡିଆଇ ରାଙ୍କିଂ: ଖସିଲେ ରୋହିତ, ହରାଇଲେ ଏକ ନମ୍ବର ସ୍ଥାନ

NEWS7
rbi-will-issue-this-currency-for-the-second-time

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଓଡିଆଇ ରାଙ୍କିଂ ତାଲିକା ପ୍ରକାଶ କରିଛି । ଏହି ତାଲିକା ଭାରତୀୟ କ୍ରିକେଟ ପ୍ରଶଂସକଙ୍କୁ ନିରାଶ କରିଛି । ପ୍ରଥମ ସ୍ଥାନରେ ଥିବା ରୋହିତ ଶର୍ମା ତଳକୁ ଖସିଯାଇଛନ୍ତି ।ତାଲିକାର ଶୀର୍ଷରେ ଥିବା ବ୍ୟାଟର ରୋହିତଙ୍କ ଠାରୁ ମାତ୍ର ଗୋଟିଏ ପଏଣ୍ଟ ଅଧିକ ପାଇଛନ୍ତି । ଦୁଇ ବର୍ଷ ପୂର୍ବରୁ ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ଦିନିକିଆ ବିଶ୍ବକପ୍ର ଫାଇନାଲ୍ ମ୍ୟାଚ୍ ହାରି ଯାଇଥିଲା । ଆଉ ଏବେ ଲୋକପ୍ରିୟ ବ୍ୟାଟର ରୋହିତ ଶର୍ମାଙ୍କ ରାଙ୍କ ମଧ୍ୟ ଖସି ଯାଇଛି । ଏହାକୁ ନେଇ କ୍ରିକେଟ ପ୍ରେମୀ ନିରାଶ ହୋଇଛନ୍ତି ।

ତାଲିକାର ଶୀର୍ଷରେ ରହିଛନ୍ତି ନ୍ୟୁଜିଲାଣ୍ଡର ଡାରିଲ ମିଚେଲ୍ । ତାଙ୍କ ପାଖରେ ୭୮୨ ରେଟିଂ ପଏଣ୍ଟ ରହିଛି । ରୋହିତ ଶର୍ମାଙ୍କ ପାଖରେ ୭୮୧ ରେଟିଂ ପଏଣ୍ଟ ରହିଛି ଏବଂ ସେ ଦ୍ବିତୀୟ ସ୍ଥାନକୁ ଖସି ଆସିଛନ୍ତି । ସବୁଠାରୁ ବଡ଼ କଥା ହେଉଛି, ଡାରିଲ ମିଚେଲ୍ ମାତ୍ର ଗୋଟିଏ ପଏଣ୍ଟ ଅଧିକ ପାଇଥିବା ବେଳେ ତାଲିକାରେ ଶୀର୍ଷରେ ପହଞ୍ଚିଛନ୍ତି । ସେ ପୂର୍ବରୁ ତୃତୀୟ ସ୍ଥାନରେ ଥିଲେ ।

ଡାରିଲ ମିଚେଲ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆରେ ଶତକ ହାସଲ କରିଥିଲେ । ସେ ୧୧୮ ବଲ୍ରେ ୨ଟି ଛକା ଏବଂ ୧୨ଟି ଚୌକା ସହାୟତାରେ ୧୧୯ ରନ୍ କରିଥିଲେ। ଏହି ଇନିଂସ ତାଙ୍କୁ ରୋହିତଙ୍କୁ ପଛରେ ପକାଇ ରାଙ୍କିଂରେ ଏକ ନମ୍ବର ବ୍ୟାଟର ହେବାରେ ସାହାଯ୍ୟ କରିଛି ।

ରୋହିତ ଶର୍ମାଙ୍କ କଥା କହିବାକୁ ଗଲେ, ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଭଲ ପ୍ରଦର୍ଶନ କରି ରେହିତ ନିଜ ସ୍ଥାନ ଫେରିପାଇବାକୁ ଚେଷ୍ଟା କରିବେ । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ନଭେମ୍ବର ୩୦ରୁ ଆରମ୍ଭ ହେଉଛି। ଟି-20 ଏବଂ ଟେଷ୍ଟରୁ ଅବସର ନେବା ପରେ, ରୋହିତ ଏବେ କେବଳ ଦିନିକିଆ ଖେଳୁଛନ୍ତି।

ଓଡିଆଇ ରାଙ୍କିଂ (ଶ୍ରେଷ୍ଠ ୫ ବ୍ୟାଟର)

୧. ଡାରିଲ୍ ମିଚେଲ୍ (ନ୍ୟୁଜିଲାଣ୍ଡ) – ୭୮୨

୨.ରୋହିତ ଶର୍ମା (ଭାରତ) – ୭୮୧

୩. ଇବ୍ରାହିମ୍ ଜାଦ୍ରାନ୍ (ଆଫଗାନିସ୍ତାନ) - ୭୬୪

୪.ଶୁଭମନ ଗିଲ (ଭାରତ) – ୭୪୫

୫.ବିରାଟ କୋହଲି (ଭାରତ) – ୭୨୫