ନୂଆଦିଲ୍ଲୀ ୦୬/୦୮: ଆଶା ଯାହା ଥିଲା କିଛି ମାତ୍ରାରେ ମିଳିଛି ଆଶ୍ୱସ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ବୈଠକରେ ଦେଖିବାକୁ ମିଳିଛି ସେମିତି କିଛି । ଲଗାତାର ତିନିଥର ସୁଧ ହାର ହ୍ରାସ କରିବା ପରେ, RBI MPC ଏଥର ହାର ହ୍ରାସକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ରିଜର୍ଭ ବ୍ୟାଙ୍କର MPC ବୈଠକର ଫଳାଫଳ (RBI MPC Results) ଆସିଛି । ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ସେ ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଏଥର ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ।
#WATCH | RBI Governor Sanjay Malhotra says, "The real GDP growth for 2025-26 is projected at 6.5%".
— ANI (@ANI) August 6, 2025
(Video source: RBI/YouTube) pic.twitter.com/3P7SLEufYT
ଅର୍ଥାତ୍ ସୁଧ ହାରକୁ ଅପରିବର୍ତ୍ତିତ ରଖାଯାଇଛି। ଗତ ତିନୋଟି ଲଗାତାର ବୈଠକରେ କେନ୍ଦ୍ରୀୟ ବ୍ୟାଙ୍କ ରେପୋ ରେଟରେ ହ୍ରାସ ଘୋଷଣା କରିଥିଲା ଏବଂ ବର୍ତ୍ତମାନ ଏହା ୫.୫୦ % କୁ ହ୍ରାସ ପାଇଛି। ଏଥିରୁ ସ୍ପଷ୍ଟ ଯେ ଆପଣଙ୍କ ଋଣର EMI ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଏହା କମିବ ନାହିଁ କିମ୍ବା ଆପଣଙ୍କ ବୋଝ ବଢ଼ିବ ନାହିଁ।
କହିବାକୁ ଗଲେ ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ଯେପରି ଶୁଳ୍କ ଲଗାଯାଇଛି । ଶୁଳ୍କ ବୃଦ୍ଧି କରିବାକୁ ଧମକ ଦିଆଯାଉଛି । ଏହାର ସ୍ପଷ୍ଟ ପ୍ରଭାବ ନୀତିଗତ ନିଷ୍ପତ୍ତିରେ ଦେଖାଯାଇଥିଲା। ପ୍ରସଂଗରେ, ଚଳିତ କ୍ୟାଲେଣ୍ଡର ବର୍ଷରେ, RBI MPC ପୂର୍ବରୁ ନୀତିଗତ ହାରରେ ଏକ ପ୍ରତିଶତ ହ୍ରାସ କରିସାରିଛି। ଚଳିତ ବର୍ଷ, RBI ରେପୋ ହାର ୧ ପ୍ରତିଶତ ହ୍ରାସ କରିଛି । ପୂର୍ବରୁ, RBI ଗଭର୍ଣ୍ଣର ଫେବୃଆରୀ ମାସରେ ରେପୋ ହାର ୦.୨୫ ପ୍ରତିଶତ ହ୍ରାସ କରିଥିଲେ।