ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ ସହକାରୀ ଯନ୍ତ୍ରୀ, ଏକକାଳୀନ ୧୦ଟି ସ୍ଥାନରେ ଚାଲିଛି ଚଢ଼ାଉ

Published By : Prameya-News7 Bureau | July 29, 2025 IST

ଭୁବନେଶ୍ବର ୨୯।୭: ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି R&B ଡିଭିଜନ୍ ସହକାରୀ ଯନ୍ତ୍ରୀ । ଭୁବନେଶ୍ବର R&B ଡିଭିଜନ୍ ୩ର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଚାଲିଛି ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ସଂପୃକ୍ତ ଯନ୍ତ୍ରୀଙ୍କ ଘର ସମେତ ଏକକାଳୀନ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ ଜାରି ରଖିଥିବା ଜଣାପଡିଛି । ଭୁବନେଶ୍ବରରେ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଛାନଭିନ୍ ଜାରି ରହିଛି । ସେହିଭଳି ନୟାଗଡ଼ର ୨ଟି ସ୍ଥାନ, ପୈତୃକ ଗାଁ ଓ ଶ୍ବଶୁର ଘରେ ରେଡ୍ ଚାଲିଛି । ଚଢାଉ ବେଳେ ତାଙ୍କ ଘରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପାଇଛି ଭିଜିଲାନ୍ସ । 

ସହକାରୀ ଯନ୍ତ୍ରୀଙ୍କ ସମ୍ପତ୍ତି ତାଲିକାରେ ରହିଛି ଗୋଟିଏ ବହୁତଳ କୋଠା, ୨ଟି ଫ୍ଲାଟ୍, ଭୁବନେଶ୍ବରରେ ୨ଟି କମର୍ସିଆଲ୍‌ ଆଉଟଲେଟ୍, ୧୩ଟି ମୂଲ୍ୟବାନ ପ୍ଲଟ୍ । ଭୁବନେଶ୍ବର ନୀଳାଦ୍ରି ବିହାରରେ ଗୋଟିଏ ୩ ମହଲା ଘର, ଭୁବନେଶ୍ବର କସମୋପଲିସରେ ୨ଟି ଫ୍ଲାଟ୍, ଭୁବନେଶ୍ବର ଉତ୍କଳ ଗ୍ୟାଲେରିଆ ମଲ୍‌ରେ ଗୋଟିଏ ସୋ'ରୁମ୍, ଭୁବନେଶ୍ବର ସିିମ୍ଫୋନି ମଲ୍‌ରେ ଗୋଟିଏ ଆଉଟ୍‌ଲେଟ୍ ଠାବ କରିଛି ଭିଜିଲାନ୍ସ । ୧୩ଟି ମୂଲ୍ୟବାନ ପ୍ଲଟ୍ ମଧ୍ୟରେ ଭୁବନେଶ୍ବରରେ ୯ଟି, ଖୋର୍ଦ୍ଧାରେ ଗୋଟିଏ, ନୟାଗଡରେ ୩ଟି ରହିଛି ।


ତେବେ ଏହି ଚଢାଉରେ ଭିଜିଲାନ୍ସ ବିଭାଗର ୭ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର, ୧୧ ଜଣ ଏଏସଆଇଙ୍କ ସହ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଥିବା ଜଣାପଡିଛି । ଏ ନେଇ ଭିଜିଲାନ୍ସ ପକ୍ଷରୁ ଅଧିକ ଖୋଳତାଡ଼ ଜାରି ରହିଛି ।

You Can Read:

ଭିଆଇପି ଦର୍ଶନ ଆଳରେ ଲୁଟୁଛି ହରି ଓମ୍ ଆପ ! ମହାପ୍ରସାଦ କହି ଧରାଇଦେଉଛି ଭାତ, ଡାଲି

  • Vigilance
  • odisha
  • vigilance raid
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.