ଗୁରୁବାର ଆର୍ଥିକ ସ୍ଥିତିରେ ସୁଧାର ଆସିବ, ଋଣରୁ ମୁକ୍ତି ପାଇବେ

NEWS7
rayagada-jk-paper-mills-labours-on-strike

ମେଷ- ଆସନ୍ତାକାଲି ଆପଣଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆସିବ ଏବଂ ଆୟ ବୃଦ୍ଧି ହେବ। ସୁସ୍ୱାଦୁ ଭୋଜନ ଓ ପରିବାର ସହ ସମୟ ଅତିବାହିତ କରି ଖୁସି ହେବେ। କୌଣସି ପୁରୁଣା ଋଣ ପରିଶୋଧ କରିବାରେ ଆଜି ସଫଳ ହୋଇପାରନ୍ତି।

ବୃଷ- ଶ୍ରୀ ଚନ୍ଦ୍ର ହେତୁ ମନ ଅତ୍ୟନ୍ତ ପ୍ରଫୁଲ୍ଲ ରହିବ ଓ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ଆପଣଙ୍କର ବ୍ୟକ୍ତିତ୍ୱ ପାଇଁ ସମାଜରେ ଆଜି ଆପଣ ବିଶେଷ ସମ୍ମାନିତ ହେବେ। ନୂତନ ବସ୍ତ୍ର କିମ୍ବା ଆଭୂଷଣ କ୍ରୟ କରିବା ପାଇଁ ଶୁଭ ଯୋଗ ରହିଛି।

ମିଥୁନ- ସନ୍ଧ୍ୟା ପର୍ଯ୍ୟନ୍ତ ଅନାବଶ୍ୟକ ବ୍ୟୟ ବୃଦ୍ଧି ଯୋଗୁଁ ଆପଣ ସାମାନ୍ୟ ଚିନ୍ତିତ ରହିପାରନ୍ତି। ଦୂର ଯାତ୍ରା କଲାବେଳେ ନିଜର ମୂଲ୍ୟବାନ ଜିନିଷ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ। ଧୈର୍ଯ୍ୟ ରଖିଲେ ସନ୍ଧ୍ୟା ପରେ ସମସ୍ତ ସମସ୍ୟାର ସମାଧାନ ହୋଇଯିବ।

କର୍କଟ- ବ୍ୟବସାୟରେ ଆଶାଜନକ ଲାଭ ମିଳିବା ସହ ଦ୍ରବ୍ୟ ପ୍ରାପ୍ତିର ଶୁଭ ଯୋଗ ରହିଛି। ବନ୍ଧୁମାନଙ୍କ ସହଯୋଗ ପାଇ କୌଣସି ବଡ଼ କାମକୁ ସହଜରେ ସମ୍ପନ୍ନ କରିବେ। ଆର୍ଥିକ ଦିଗଟି ଆଜି ଅତି ମଜବୁତ୍ ରହିବ ଓ ମନ ଖୁସି ରହିବ।

ସିଂହ- କର୍ମକ୍ଷେତ୍ରରେ ପଦୋନ୍ନତି ସହ କର୍ମେ ଉନ୍ନତି କରିବାର ସୁବର୍ଣ୍ଣ ସୁଯୋଗ ମିଳିବ। ଉପରିସ୍ଥ ଅଧିକାରୀଙ୍କ ଠାରୁ ପ୍ରଶଂସା ପାଇବା ସହ ନୂତନ ଦାୟିତ୍ୱ ଗ୍ରହଣ କରିପାରନ୍ତି। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବା ସହ ନୂତନ କର୍ମ ନିଯୁକ୍ତି ମିଳିପାରେ।

କନ୍ୟା- ଆସନ୍ତାକାଲି ଭାଗ୍ୟର ସହଯୋଗ ପାଇବେ ଏବଂ ପୂଜା ପାଠ ରେ ଅଧିକ ସମୟ ଅତିବାହିତ କରିବେ। ଦୂର ସ୍ଥାନକୁ ତୀର୍ଥ ଯାତ୍ରା କରିବା ପାଇଁ ମନରେ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ସମସ୍ତ ଅଟକି ରହିଥିବା ସରକାରୀ କାର୍ଯ୍ୟ ଆଜି ସଫଳତାର ସହ ଶେଷ ହେବ।

ତୁଳା- ଗୁରୁବାର ଅଷ୍ଟମ ଚନ୍ଦ୍ର ହେତୁ ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ ଏବଂ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଯାନବାହନ ଚଳାଚଳ ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ। କାହା ସହ ଅନାବଶ୍ୟକ ଯୁକ୍ତିତର୍କ କରନ୍ତୁ ନାହିଁ, ନଚେତ୍ ଅପମାନିତ ହୋଇପାରନ୍ତି।

ବିଛା- ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବା ସହ ପାରିବାରିକ ପ୍ରୀତି ବୃଦ୍ଧି ପାଇବ। ବ୍ୟବସାୟିକ ଭାଗିଦାରୀରେ ଲାଭବାନ ହେବେ ଏବଂ ନୂତନ ଚୁକ୍ତି ସ୍ୱାକ୍ଷରିତ ହୋଇପାରେ। ମନ ଖୁସି ରହିବା ସହ ଜୀବନସାଥୀଙ୍କ ସହ ଦୂରକୁ ଯାତ୍ରା କରିପାରନ୍ତି।

ଧନୁ- ଆପଣଙ୍କର ସାହସିକତା ବୃଦ୍ଧି ପାଇବା ସହ କଠିନ ପରିଶ୍ରମ ଦ୍ୱାରା ଶତ୍ରୁ ଜୟ କରିବେ। ଶାରୀରିକ ସୁସ୍ଥତା ଫେରି ପାଇବେ ଏବଂ ମାନସିକ ସ୍ତରରେ ଦୃଢ଼ ଅନୁଭବ କରିବେ। ରୋଗ ଓ ଋଣରୁ ମୁକ୍ତି ପାଇବା ପାଇଁ ଆଜି ଦିନଟି ଶ୍ରେଷ୍ଠ ଅଟେ।

ମକର- ବିଦ୍ୟାର୍ଥୀମାନେ ପାଠପଢ଼ାରେ ସଫଳତା ପାଇବେ ଏବଂ ପ୍ରତିଯୋଗିତାରେ ବିଜୟୀ ହେବେ। ସନ୍ତାନମାନଙ୍କର ଉନ୍ନତି ଦେଖି ମନ ପ୍ରଫୁଲ୍ଲ ରହିବ ଓ ଘରେ ଆନନ୍ଦର ପରିବେଶ ରହିବ। ସୃଜନଶୀଳ କାର୍ଯ୍ୟରେ ଆଜି ନୂତନ କୃତିତ୍ୱ ହାସଲ କରିବେ।

କୁମ୍ଭ- ଆପଣ ମାନସିକ ଶାନ୍ତି ଅନୁଭବ କରିବେ ଏବଂ ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ନୂତନ ଗୃହ କିମ୍ବା ଯାନବାହନ କ୍ରୟ କରିବା ପାଇଁ ଆଜି ମନ ବଳାଇ ପାରନ୍ତି। ମାତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ ଓ ଘରୋଇ ସମସ୍ୟାର ସମାଧାନ ହେବ।

ମୀନ- ଭାଇଭଉଣୀଙ୍କ ସହଯୋଗରେ ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କୌଣସି ଛୋଟ ଯାତ୍ରାରୁ ଶୁଭ ଖବର ପାଇବା ସହ ନୂତନ ବନ୍ଧୁତା ସ୍ଥାପନ ହେବ। ଆପଣଙ୍କର ପରାକ୍ରମ ବୃଦ୍ଧି ପାଇବ ଓ ଅସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ ହେବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682