ନୂଆଦିଲ୍ଲୀ ୦୬/୦୮: ଭାରତୀୟ କ୍ରିକେଟରେ ସେ ସଂକଟମୋଚକ । ସାର୍ ରବିନ୍ଦ୍ର ଜାଡେଜା । ଏକ ନାମ କାଫି ହେ । କ୍ରିକେଟର ପ୍ରତିଟି ଯୁଗରେ ପ୍ରମାଣିତ କରିଛନ୍ତି ନିଜକୁ । ସେ ଟେଷ୍ଟ, ଦିନିକିଆ ହେଉ ବା ଟି-ଟ୍ୱେଣ୍ଟି । ଏମିତିକି ଆଇପିଏଲ୍ରେ ବି ସେ ସୁପରହିରୋ । କେବଳ ବ୍ୟାଟିଂ ନୁହେଁ ବୋଲିଂ ଓ ଫିଲ୍ଡିଂରେ ସେ ଜବରଦସ୍ତ । ଦୁଇ ଦିନ ପୂର୍ବରୁ ଶେଷ ହୋଇଥିବା ଇଂଲଣ୍ଡ ଗସ୍ତରେ ଦେଖିବା ଜାଡେଜା ସୋ । ଯେଉଁଠାରେ କମାଲ କରିଥିଲେ 'ସାର୍' ଜାଡେଜା ।
𝗕𝗲𝗹𝗶𝗲𝗳. 𝗔𝗻𝘁𝗶𝗰𝗶𝗽𝗮𝘁𝗶𝗼𝗻. 𝗝𝘂𝗯𝗶𝗹𝗮𝘁𝗶𝗼𝗻!
— BCCI (@BCCI) August 4, 2025
Raw Emotions straight after #TeamIndia's special win at the Kennington Oval 🔝#ENGvIND pic.twitter.com/vhrfv8ditL
ଏହି ଗସ୍ତରେ ବ୍ୟାଟିଂ ସମୟରେ ଯେତେବେଳେ ଭାରତୀୟ ଦଳ ଉପରେ ପ୍ରେସର ପଡ଼ିଥିଲା । ରବିନ୍ଦ୍ର ଜାଡେଜା କାନ୍ଧ ଉପରକୁ ନେଇଥିଲେ ଦାୟିତ୍ୱ । ସଂକଟମୋଚକ ସାଜି ଦଲକୁ ବାହାର କରିଥିଲେ ସମସ୍ୟାରୁ । ଯେତେବେଳେ ଦ୍ରୁତ ବୋଲରମାନେ ଟିକେ କ୍ଳାନ୍ତ ହୋଇଯାଇଥିଲେ । ଅଧିନାୟକ ସେମାନଙ୍କୁ ବିଶ୍ରାମ ଦେଇଥିଲେ । ରବିନ୍ଦ୍ର ଜାଡେଜା ମଧ୍ୟ ବୋଲିଂରେ ଦାୟିତ୍ୱ ନେଇଥିଲେ । ରବିନ୍ଦ୍ର ଜାଡେଜା ଇଂଲଣ୍ଡ ଗସ୍ତରେ ସମସ୍ତ ପାଞ୍ଚଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ ।
ଯେଉଁଥିରେ ସେ ୮୬ ହାରରେ ୫୧୬ରନ କରିଥିଲେ। ଏହି ସମୟରେ, ଜାଡେଜାଙ୍କ ବ୍ୟାଟରୁ ଗୋଟିଏ ଶତକ ଏବଂ ୫ ଅର୍ଦ୍ଧଶତକ ଆସିଥିଲା । ଏହା ପ୍ରଥମ ଥର ଯେତେବେଳେ କୌଣସି ବ୍ୟାଟସମ୍ୟାନ୍ ୬ ନମ୍ବର କିମ୍ବା ତା'ଠାରୁ କମ୍ ନମ୍ବରରେ ବ୍ୟାଟିଂ କରି ଭାରତୀୟ ଦଳ ପାଇଁ ୫୦୦ କିମ୍ବା ତା'ଠାରୁ ଅଧିକ ରନ ଯୋଗଦାନ ଦେଇଥିଲେ।
ବାମହାତୀ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ଉଭୟ ବୋଲିଂ ଓ ବ୍ୟାଟିଂରେ ସେ ପୁରା ହିଟ୍ । ୨୦୧୨ରେ ଟେଷ୍ଟ ଡେବ୍ୟୁ କରିଥିଲେ ଜାଡେଜା । ଧୋନୀଙ୍କ ଅଧିନାୟକତ୍ୱରେ ଇଂଲଣ୍ଡ ବିପକ୍ଷରେ ନାଗପୁରରେ ଡେବ୍ୟୁ କରିଥିଲେ । ସେବେ ଭାରତୀୟ ଦଳରେ ସଚିନ ତେନ୍ଦୁଲକର ବି ଥିଲେ । ବିରାଟ କୋହଲି ମଧ୍ୟ ସାମିଲ ଥିଲେ । ରୋହିତ- ଧୋନୀଙ୍କ ସହିତ ଅନେକ ଟ୍ରଫି ଜିତିଛନ୍ତି ଜଦ୍ଦୁ । ଏବେ ବି ଭାରତୀୟ ଟିମ୍ର ଜଣେ ମଜବୁତ ପ୍ଲେୟାର ହୋଇଛନ୍ତି । ଶୁବମନ ସେନାରେ ସିନିୟର ଖେଳାଳି ହୋଇଛନ୍ତି ।
ଜାଡ଼େଜାଙ୍କ ଇଣ୍ଟରନ୍ୟାସନାଲ ରେକର୍ଡ- ୩୬ ବର୍ଷୀୟ ରବୀନ୍ଦ୍ର ଜାଡ଼େଜା ଦୀର୍ଘ ସମୟରୁ ଆଇସିସି ଟେଷ୍ଟ ଅଲରାଉଣ୍ଡର ରାଙ୍କିଂ ନମ୍ବର ୱାନ୍ରେ ରହିଛନ୍ତି । ୮୫ ଟେଷ୍ଟ ମ୍ୟାଚ, ୨୦୪ ଦିନିକିଆ ଏବଂ ୭୪ଟି ଟି-ଟ୍ୱେଣ୍ଟି ଖେଳିଛନ୍ତି । ଟେଷ୍ଟ ମ୍ୟାଚରେ ୩୮୮୬ ରନ୍ କରି ୩୩୦ ୱିକେଟ୍ ନେଇଛନ୍ତି । ଦିନିକିଆ ତାଙ୍କ ଖାତାରେ ୨୮୦୬ ରନ୍ ସହିତ ୨୩୧ ୱିକେଟ ନେଇଛନ୍ତି । ଟି-୨୦ରେ ୫୪ ୱିକେଟ ସହିତ ୫୧୫ ରନ୍ କରିଛନ୍ତି । ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୧୩ରେ ଜାଡେଜା ଟିମ୍ ଇଣ୍ଡିଆରେ ଥିଲେ ।
ଏମ୍ଏସ ଧୋନୀଙ୍କ ନେତୃତ୍ୱରେ ବିଜୟ ହାସଲ କରିଥିଲା । ଆଇସିସି ଟି-୨୦ ବିଶ୍ୱକପ୍ ୨୦୨୪ ଏବଂ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ବିଜୀୟ ଟିମ୍ ସଦସ୍ୟ ଥିଲେ ସାର୍ ଜାଡ଼େଜା । ଟି-୨୦ ବିଶ୍ୱକପ ପରେ ଟି-୨୦ ଅନ୍ତର୍ଜାତୀୟରୁ ଅବସର ନେଇଥିଲେ ଜାଡେଜା । ଏବେ ସେ କେବଳ ଦିନିକିଆ ଏବଂ ଟେଷ୍ଟ ଖେଳୁଛନ୍ତି ।