ଶନିବାର ଆସୁଛନ୍ତି ମେସି : କୋଲକାତାରୁ ଆରମ୍ଭ ହେବ କାର୍ଯ୍ୟକ୍ରମ, ମୋଦୀଙ୍କ ସହ ଦିଲ୍ଲୀରେ ଆଲୋଚନା

NEWS7
ratna-bhandar-repair-work-to-halt-till-jan-15

ନୂଆଦିଲ୍ଲୀ, ୧୧/୧୨:ଭାରତ ଆସୁଛନ୍ତି ମେସି । ଆର୍ଜେଣ୍ଟିନାର ଫୁଟବଲ ଷ୍ଟାର୍ ଲିଓନେଲ୍ ମେସି ଦ୍ୱିତୀୟ ଥର ପାଇଁ ଭାରତ ଗସ୍ତରେ ଆସୁଛନ୍ତି । ଦେଶବାସୀ ମଧ୍ୟ ବିଶ୍ୱବିଜେତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହେଲାଣି । ପ୍ରଥମେ କୋଲକାତାରେ ପହଁଚିବା ପରେ ସେ ଶେଷରେ ଦିଲ୍ଲୀ ଗସ୍ତ କରିବେ । ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ ବୋଲି ଜଣାପଡିଛି । 

୨୦୧୧ରେପ୍ରଥମ ଥର ପାଇଁଭାରତ ଗସ୍ତରେ ଆସିଥିଲେ ଆର୍ଜେଣ୍ଟିନା ଷ୍ଟାର୍ । ସେତେବେଳେ ସେ କୋଲକାତାର ସଲ୍ଟ୍ ଲେକ୍ ଷ୍ଟାଡିୟମରେ ଖେଳିଥିଲେ । ତାଙ୍କ ଦଳ ଭେନେଜୁଏଲାକୁ -ରେ ପରାସ୍ତ କରିଥିଲା । ଏଥର କିନ୍ତୁ ସେଟି ସହର ଗସ୍ତ କରିବେ । ପ୍ରାୟ ତିନି ଦିନ ସେ ଭାରତରେ ରହିବେ । ଡିସେମ୍ବର ୧୩ରେ ସେ କୋଲକାତାରେ ପହଁଚିବା ସହ ଡିସେମ୍ବର ୧୫ରେ ଦିଲ୍ଲୀ ଗସ୍ତ କରି ଆର୍ଜେଣ୍ଟିନା ଫେରିଯିବେ ।

କ'ଣ ରହିଛି କାର୍ଯ୍ୟକ୍ରମ

ରିପୋର୍ଟ ଅନୁସାରେ, ଡିସେମ୍ବର ୧୩ ତାରିଖ ରାତି ଟା୩୦ରେ ସେ କୋଲକାତାରେ ପହଁଚିବେ । ଏହାପରେ ସକାଳ ଟା୩୦ରୁ ୧୦ଟା୩୦ ଯାଏଁ ସେ ଅନେକ ବ୍ୟକ୍ତିଙ୍କୁ ଭେଟିବେ ।୧୦ଟା୩୦ରେ ଭର୍ଚ୍ୟୁଆଲି ସେ ତାଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ । ସେହିପରି ୧୧ଟା୧୫ରେ ସେ ୟୁଭା ଭାରତୀ କାର୍ଯ୍ୟକ୍ରମରେ ପହଁଚି ଶାହରୁଖ ଖାନ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବେ ।୧୨ଟାରୁ ୧୨ଟା୩୦ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣମ୍ୟାଚରେ ସେ ଯୋଗ ଦେଇ ଦିନ ଟାକୁ ହାଇଦ୍ରାବାଦ ଗସ୍ତ କରିବେ ।

ସମାନ ଦିନ ସନ୍ଧ୍ୟା ଟାରେ ରାଜୀବ ଗାନ୍ଧୀ ଷ୍ଟାଡିୟମରେ ତାଙ୍କୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି ସ୍ୱାଗତ କରିବେ । ଏଠାରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ରହିଛି । ଏହା ବ୍ୟତୀତ ଡିସେମ୍ବର୧୪ତାରିଖ ଅପରାହ୍ନ ଟା୩୦ରେ ମୁମ୍ବାଇର ପ୍ୟାଡେଲ୍ କପରେ ସେ ଯୋଗଦେବେ । ସେହିଦିନ ସନ୍ଧ୍ୟା ଟାରେ ସେଲିବ୍ରିଟି ଫୁଟବଲ ମ୍ୟାଚ ଖେଳିବେ ମେସି । ସନ୍ଧ୍ୟା ଟାରେ ଓ୍ୱାଙ୍ଖଡେ ଷ୍ଟାଡିୟମରେ ଏକ କାର୍ଯ୍ୟକ୍ରମରେ ସେ ସାମିଲ ହେବେ ବୋଲି ଜଣାପଡିଛି ।

ଶେଷ ଦିନ ଅର୍ଥାତ ଡିସେମ୍ବର ୧୫ରେ ନୂଆଦିଲ୍ଲୀ ଗସ୍ତ କରିବେ ମେସି । ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଏହାପରେ ଦିନ ଟା୩୦ରେ ଅରୁଣ ଜେଟଲି ଷ୍ଟାଡିୟମରେ ସେ କିଛି ଖେଳାଳିଙ୍କୁ ସମ୍ବର୍ଧନ କରିବେ ବୋଲି ସୂଚନା ମିଳିଛି ।