ମହାନଦୀରେ ବୁଡି ନାବାଳକର ମୃତ୍ୟୁ, ନୂଆଁ କରି ଶିଖୁଥିଲେ ପହଁରା

NEWS7
ratna-bhandar-repair-work-to-halt-till-jan-15

ବୌଦ୍ଧ: ବୌଦ୍ଧ ସହରରେ ଅଭାବନୀୟ ଘଟଣା। ମହାନଦୀରେ ବୁଡି ନାବାଳକର ମୃତ୍ୟୁ। କୁଲିପଡ଼ା ଘାଟରେ ଆଜି ମଧ୍ୟାହ୍ନରେ ଘଟିଛି ଏହି ଦୁଃଖଦ ଘଟଣା। ମୃତକ ହେଉଛନ୍ତି ୧୭ ବର୍ଷୀୟ ଆଦିତ୍ୟ ଭଞ୍ଜ।

ସୂଚନା ଅନୁଯାୟୀ ବୌଦ୍ଧ ସହର ସୁଦସାହି ଅଞ୍ଚଳର ସୁବୋଧ ଭଞ୍ଜଙ୍କ ୧୭ ବର୍ଷୀୟ ପୁଅ ଆଦିତ୍ୟ ଭଞ୍ଜ ଆଜି ମଧ୍ୟାହ୍ନ ସମୟରେ ସାଙ୍ଗ ସହିତ କୁଲିପଡ଼ା ମହାନଦୀ ଘାଟକୁ ଗାଧୋଇବାକୁ ଯାଇଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଆଦିତ୍ୟ ନୂଆ କରି ପହଁରିବା ଶିଖିଥିଲେ। ଉତ୍ସାହରେ ସେ ନଦୀର ଗଭୀର ପାଣିକୁ ପ୍ରବେଶ କରିଥିଲେ। କିନ୍ତୁ ହଠାତ୍ ପାଣିର ସ୍ରୋତ ତାଙ୍କୁ ଭସାଇ ନେଇଥିଲା ଏବଂ ସେ ବୁଡି ଯାଇଥିଲେ।

Also read: RajyaSabha Election: ବିଜେଡି - କଂଗ୍ରେସ ମିଶିକି ଲଢ଼ିଲେ ବିଜେପିକୁ ଫାଇଦା ହେବ: ମନମୋହନ

ସାଙ୍ଗମାନେ ଘଟଣାକୁ ଦେଖି ଭୟଭୀତ ହୋଇ ସହଯୋଗ ପାଇଁ ଦୌଡ଼ି ଯାଇଥିଲେ। ସ୍ଥାନୀୟ ଲୋକ ତୁରନ୍ତ ଘାଟକୁ ପହଞ୍ଚିଥିଲେ ଓ ଖୋଜାଖୋଜି ଆରମ୍ଭ କରିଥିଲେ। ପରେ ODRAF ଟିମ୍କୁ ଖବର ଦିଆଯାଇଥିଲା। ODRAF ଟିମ୍ ନଦୀରୁ ଆଦିତ୍ୟଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳେ ପର୍ଯ୍ୟନ୍ତ ସେ ମୃତ୍ୟୁବରଣ କରିଥିଲେ।