ମୁମ୍ଵାଇ ୧୩।୦୩; ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ । ସେ ତାଙ୍କର ହାଇ-ଫ୍ୟାଶନ୍ ସହ ପୁଣି କମ୍ବ୍ୟାକ୍ କରିଛନ୍ତି । ଦୀପିକା ବର୍ତ୍ତମାନ ପ୍ୟାରିସ ଗସ୍ତରେ ରହିଛନ୍ତି । ଦୀପିକା ପାଦୁକୋନ ପ୍ୟାରିସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି । ସେ ପ୍ରଥମ ଭାରତୀୟ ଯିଏକି ଏକ ଫରାସୀ ଲଗଜରୀ ବ୍ରାଣ୍ଡ ଦ୍ୱାରା ହାଉସ୍ ଆମ୍ବାସାଡର ଭାବରେ ସ୍ୱାକ୍ଷରିତ ହୋଇଛନ୍ତି । ଦୀପିକା ପାଦୁକୋନ ପ୍ୟାରିସରେ ତାଙ୍କର ଲାଟେଷ୍ଟ ଫଟୋସୁଟର ନୂତନ ଫଟୋ ପୋଷ୍ଟ କରିଛନ୍ତି । ରଣବୀର ସିଂ ତାଙ୍କ ଫଟୋ ଉପରେ ଏକ ମଜାଦାର ପ୍ରତିକ୍ରିୟା ଦେଇଛନ୍ତି ।
ଝିଅ ଦୁଆଙ୍କ ଜନ୍ମ ପରେ ଦୀପିକା ଏବେ କାମକୁ ଫେରିଛନ୍ତି । ସୋମବାର, ମାର୍ଚ୍ଚ ୧୦ ତାରିଖରେ ବିଳମ୍ବିତ ରାତିରେ, ଦୀପିକା ତାଙ୍କର ଲାଟେଷ୍ଟ ଫଟୋସୁଟର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଏହି ସମୟରେ, ରଣବୀର ସିଂ ତାଙ୍କ ପତ୍ନୀଙ୍କ ଫଟୋ ଦେଖି ଫିଦା ହୋଇଛନ୍ତି । ଫଟୋଗୁଡ଼ିକରେ, ଦୀପିକା ପାଦୁକୋନ ଆଇଫେଲ୍ ଟାୱାର ସାମ୍ନାରେ ପୋଜ୍ ଦେଉଥିବାର ନଜର ଆସିଛନ୍ତି । ସେ ଏକ ହ୍ୱାଇଟ କୋଟ୍, ବଡିକନ୍ ପ୍ୟାଣ୍ଟ, ହାଇ ହିଲ୍ସ ଏବଂ ଏକ ଟୋପି ପିନ୍ଧିଥିବାର ଦେଖିବାକୁ ମିଳିଛି । ତାଙ୍କ ଫଟୋକୁ ଲାଇକ କରି ରଣଭୀର ସିଂ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, "ଭଗବାନ ମୋ ଉପରେ ଦୟା କରନ୍ତୁ" ।
କହିବାକୁ ଗଲେ ଦୀପିକା ଆବୁଧାବିରେ ଅନୁଷ୍ଠିତ ଫୋବର୍ସ ୩୦/୫୦ ଗ୍ଲୋବାଲ୍ ସମ୍ମିଳନୀରେ ଯୋଗ ଦେଇଥିଲେ, ଯେଉଁଠାରେ ସେ ତାଙ୍କର ଐତିହ୍ୟ ଏବଂ ତାଙ୍କର ବୃତ୍ତିଗତ ଜୀବନ ବିଷୟରେ ଆଲୋଚନା କରିଥିଲେ । ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ, ଦୀପିକା ପାଦୁକୋନ ଶେଷ ଥର ପାଇଁ ରୋହିତ ଶେଟ୍ଟୀଙ୍କ କପ୍ ୟୁନିଭର୍ସ ଫିଲ୍ମ 'ସିଂଘମ ଏଗେନ୍'ରେ ଡିସିପି ଶକ୍ତି ଶେଟ୍ଟୀ ଭୂମିକାରେ ନଜର ଆସିଥିଲେ । ମାଆ ହେବା ପରେ ଅଭିନେତ୍ରୀ ଏପର୍ଯ୍ୟନ୍ତ ତାଙ୍କର ଆଗାମୀ ଫିଲ୍ମ ଘୋଷଣା କରିନାହାଁନ୍ତି ।