ଗୋଟିଏ ମ୍ୟାଚ୍‌ରେ ୧ ରନ୍ ଦେଇ ୫ ୱିକେଟ୍, ପୂରା ଟିମ୍ ୫୫ ରନ୍ ଆଉଟ୍; କ୍ରିକେଟର ସବୁଠୁ ବଡ଼ ଚମତ୍କାର କରିଥିଲେ ଏହି ବୋଲର

NEWS7
ranji-trophy-2025-who-is-himanshu-sangwan-clean-bowled-virat-kohli

ନୂଆଦିଲ୍ଲୀ: କ୍ରିକେଟକୁ ମହାନ ଅନିଶ୍ଚିତତାର ଖେଳ କୁହାଯାଏ । ଯେପର୍ଯ୍ୟନ୍ତ ମ୍ୟାଚ୍‌ର ପରିଣାମ ନଆସିଛି, ସେପର୍ଯ୍ୟନ୍ତ ବିଜୟ-ପରାଜୟକୁ ନେଇ କିଛି ବି କହିବା ଅସମ୍ଭବ ହୋଇଥାଏ । କ୍ରିକେଟ୍ ମୈଦାନରେ ଅନେକ ଖେଳାଳିଙ୍କ ଦ୍ୱାରା ଅଦ୍ଭୂତ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥାଏ । କ୍ରିକେଟ୍ ଇତିହାସରେ ଏପରି ହିଁ ଏକ ଚମତ୍କାର ୱେଷ୍ଟଇଣ୍ଡିଜର ବୋଲର କର୍ଟନେ ୱାଲଶ କରିଥିଲେ । ସେ ଗୋଟିଏ ଦିନିକିଆ ପାଳରେ କେବଳ ଏକ ରନ୍ ଦେଇ ବିରୋଧୀ ଟିମ୍‌ର ୫ ୱିକେଟ୍ ନେଇଥିଲେ । କେବଳ ଏତିକି ନୁହେଁ ପୂରା ଟିମ୍‌କୁ ୫୫ ରନ୍ ସ୍କୋରରେ ଆଉଟ୍ କରି ୱେଷ୍ଟଇଣ୍ଡିଜକୁ ଏକ ବିଜୟ ଦେଇଥିଲେ ।

ଏ ହେଉଛି ୧୯୮୬, ଡିସେମ୍ୱର ୩ର କଥା । ସାରଜାହ ମୈଦାନରେ ୱେଷ୍ଟଇଣ୍ଡିଜର ମୁକାବିଲା ଶ୍ରୀଲଙ୍କା ସହ ଥିଲା । ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ ପାଇଁ ଓହ୍ଲାଇଥିବା ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୨୪୮ ରନ୍ କରିଥିଲା । ଶ୍ରୀଲଙ୍କାକୁ ୨୪୯ ରନର ବିଜୟ ଲକ୍ଷ୍ୟ ମିଳିଥିଲା । ଏହି ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ଶ୍ରୀଲଙ୍କା ଟିମ୍ ସାମନାରେ କର୍ଟନେ ୱାଲଶ ଦୁଃସ୍ୱପ୍ନ ହୋଇ ଆସିଥିଲେ । ସେ ପୂରା ମ୍ୟାଚ୍‌ରେ ଘାତକ ବୋଲିଂ କରି ମାତ୍ର ଏକ ରନ୍ ଦେଇ ୫ ୱିକେଟ୍ ହାସଲ କରିଥିଲେ । କର୍ଟନେ ୱାଲଶଙ୍କ ଏହି ଘାତକ ବୋଲିଂରେ ଶ୍ରୀଲଙ୍କା ଟିମ୍ ମାତ୍ର ୫୫ ରନରେ ଅଲଆଉଟ୍ ହୋଇଥିଲା ।

କର୍ଟନେ ୱାଲଶ ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା କ୍ୟାପ୍ଟେନ ଦିଲୀପ ମେଣ୍ଡିସ (୨), ଅଶାନ୍ତ ଡି ମେଲ (୦), ରବି ରତ୍ନାୟକେ (୦), ରୁମେଶ ରତ୍ନାୟକେ (୦) ଓ ଗ୍ରୀମ ଲେବ୍ରାୟ (୧)ଙ୍କୁ ପାଭେଲିୟନ ପଠାଇଥିଲେ । କର୍ଟନେଙ୍କ ବୋଲିଂ ଫିଗର୍ ୪.୩-୩-୧-୫ ଥିଲା । ତାଙ୍କର ଏହି ବୋଲିଂ ରେକର୍ଡ ବିଶ୍ୱ କ୍ରିକେଟରେ ସବୁଠୁ ଭଲ ବୋଲିଂ ଫିଗର ମଧ୍ୟରେ ଗଣତି ହୁଏ । କର୍ଟନେ ୱାଲଶ ସେହି ସମୟରେ ଦୁନିଆର ସବୁଠୁ ଅଘାତ ବୋଲର ଥିଲେ । ବ୍ୟାଟରଙ୍କ ମଧ୍ୟରେ ତାଙ୍କ ବୋଲିଂକୁ ନେଇ ଭୟର ମାହୋଲ ଥିଲା ।

ଉଲ୍ଲେଖଯୋଗ୍ୟ ଯେ କର୍ଟନେ ୱାଲଶ ୱେଷ୍ଟଇଣ୍ଡିଜର ମହାନ ବୋଲରଙ୍କ ମଧ୍ୟରୁ ଜଣେ ଥିଲେ । ସେ ଇଣ୍ଟରନ୍ୟାସନାଲ୍ କ୍ରିକେଟରେ ୭୪୬ ୱିକେଟ୍ ନେଇଥିଲେ । ୧୩୨ ଟେଷ୍ଟରୁ ୫୧୯ ୱିକେଟ୍ ନେବା ସହ ୯୩୬ ରନ୍ ମଧ୍ୟ କରିଥିଲେ । ସେ ଏକଦିବସୀୟ କ୍ରିକେଟରେ ୨୦୫ ମ୍ୟାଚ୍ ଖେଳି ୨୨୭ ୱିକେଟ୍ ନେଇଥିଲେ ।