T 20 World Cup: ପାକିସ୍ତାନକୁ ୨ ଓ୍ଵିକେଟରେ ମାତ୍ ଦେଲା ଇଂଲଣ୍ଡ, ପ୍ରଥମ ଦଳ ଭାବେ ସେମିରେ ପ୍ରବେଶ

NEWS7
ranbir-apologizes-for-allahabadi-apoorna-makhija

ପାଲ୍ଲେକେଲେ: ଟି-୨୦ ବିଶ୍ଵକପ ୨୦୨୬ର ସୁପର-୮ରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଇଂଲଣ୍ଡ ପାକିସ୍ତାନକୁ ୨ଟି ଓ୍ଵିକେଟରେ ହରାଇଛି। ଏହି ବିଜୟ ସହ ଇଂଲଣ୍ଡ ପ୍ରଥମ ଦଳ ଭାବେ ଚଳିତ ବିଶ୍ଵକପର ସେମି ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ ବିଜୟରେ ହିରୋ ସାଜିଛନ୍ତି ଅଧିନାୟକ ହ୍ୟାରି ବ୍ରୁକ। ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ସାହିବଜାଦା ଫରହାନଙ୍କ ୬୩ ରନ ବଳରେ ୧୬୪ ରନ କରିଥିଲା। ଜବାବରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକଙ୍କ ବିସ୍ଫୋରକ ଶତକୀୟ ଇନିଂସ ବଳରେ ମ୍ୟାଚକୁ ୨ ଓ୍ଵିକେଟରେ ଜିତି ନେଇଛି। ଅନ୍ୟପଟେ ପରାଜୟ ସହ ପାକିସ୍ତାନର ସେମି ଫାଇନାଲ୍ ମାର୍ଗ ମୁସ୍କିଲ ହୋଇ ଯାଇଛି।

Updating...