ପଶ୍ଚିମବଙ୍ଗରେ ରାମନବମୀ ଶୋଭାଯାତ୍ରା ବେଳେ ହିଂସା; ମୁର୍ଶିଦାବାଦରେ ୧୪୪ ଧାରା ଜାରି

Published By : Prameya-News7 Bureau | April 18, 2024 IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ରାମନବମୀ ଉତ୍ସବରେ ହିଂସାତ୍ମକ ଘଟଣା । ଶୋଭାଯାତ୍ରା ବେଳେ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଝଗଡ଼ାରେ ୭ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ମୁର୍ଶିଦାବାଦ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ସ୍ଥିତି ଉପରେ ପଶ୍ଚିମବଙ୍ଗ ସରକାର ନଜର ରଖିଛନ୍ତି । ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ପ୍ରଭାବିତ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି । ଅତିରିକ୍ତ ସୁରକ୍ଷା ବାହିନୀ ମଧ୍ୟରେ ମୁତୟନ ହୋଇଛନ୍ତି । 

ପଶ୍ଚମବଙ୍ଗ ପୋଲିସର କହିବା ଅନୁଯାୟୀ, ହିଂସାତ୍ମକ ଘଟଣା ମୁର୍ଶିଦାବାଦ ଶକ୍ତିପୁର ଅଞ୍ଚଳରେ ହୋଇଛି । ସଂଘର୍ଷ ପରେ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି । ବର୍ତ୍ତମାନ ସମୟରେ ସ୍ଥିତି ନିୟମନ୍ତ୍ରଣରେ ରହିଛି   । କେବଳ ମୁର୍ଶିଦାବାଦରେ ନୁହେଁ ପୂର୍ବ ମେଦିନାପୁରରେ ମଧ୍ୟ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି । ଝଗଡ଼ାରେ ୪ଜଣ ଆହତ ହୋଇଛନ୍ତି । ଶୋଭାଯାତ୍ରାରେ ପଥରମାଡ଼ କରାଯାଇଥିବା ବିଜେପି ଅଭିଯୋଗ କରିଛି । ଭିଡ଼ ନିୟନ୍ତ୍ରଣ କରିବାକୁ ମୃଦୁ ଲାଠି ଚାଳନା କରିବା ସହିତ ଲୁହବୁହା ଗ୍ୟାସ ବ୍ୟବହାର କରିଥିଲା ।  

ରାମନବମୀ ଶୋଭାଯାତ୍ରା ବେଳେ ପଥରମାଡ଼ ସହିତ ଦୋକାନ ଭଙ୍ଗାରୁଜା ହୋଇଥିବା ଅଭିଯୋହ ହୋଇଛି । ପଶ୍ଚିମବଙ୍ଗ ବିପକ୍ଷ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ପ୍ରଶାସନର ମଞ୍ଜୁରୀ ମିଳିବା ପରେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ରାମନବମୀ ଶୋଭାଯାତ୍ରା ବାହାରି ଥିଲା । ଏହି ସମୟରେ କିଛି ଅପରାଧିକ ତତ୍ତ୍ବ ମୁର୍ଶିଦାବାଦ ରାଲି ଉପରକୁ ପଥରମାଡ଼ କରିଥିଲେ । ତେବେ ଶୋଭାଯାତ୍ରାକୁ ରୋକିବା ପାଇଁ ପୋଲିସ ସେମାନଙ୍କ ମିଶିଯାଇଥିଲା ବୋଲି ଶୁଭେନ୍ଦୁ ଅଧିକାରୀ ଅଭିଯୋଗ କରିଛନ୍ତି ।        

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.