ହଜାର ହଜାର ପେଟିର ବିଦେଶୀ ମଦ ଏବଂ ବିଅର, ରୋଲର ଚଢାଇ ଗୁଣ୍ଡ କରିଦେଲା ପ୍ରଶାସନ : ଜାଣନ୍ତୁ କାହିଁକି ?

NEWS7
rakhi-sawants-husband-adil-khan-durrani-arrested

ଲକ୍ଷ୍ନୌ,|୧: ତଳେ ପଡିଛି ବସ୍ତା ବସ୍ତା ବିଅର ଏବଂ ହ୍ୱିସ୍କି ବୋତଲ । ଆଉ ପାଖରେ ଥୁଆ ହୋଇଛି ରୋଲର । ମାତ୍ର କିଛି ସେକେଣ୍ଡରେ ଚାଲିଲା ରୋଲର । ଆଖି ଆଗରେ ଗୁଣ୍ଡ ହୋଇଗଲା ଶହ ଶହ ବୋଲର ବିଅର ଏବଂ ହ୍ୱିସ୍କି । ତାହା ପୁଣି ପ୍ରଶାସନର ସାମ୍ନାରେ ଏବଂ ଅନୁମତିରେ । ଏପରି କିଛି ଘଟଣା ମଦ୍ୟପଙ୍କୁ ବ୍ୟଥିତ କରିଥାଇପାରେ । କିନ୍ତୁ ଏକ୍ସପାଏରୀ ବିଅର ଏବଂ ହ୍ୱିସ୍କିକୁ ନଷ୍ଟ କରିଛି ପ୍ରଶାସନ ।

ରିପୋର୍ଚ ଅନୁସାରେ, ଉତ୍ତର ପ୍ରଦେଶର ଅବକାରୀ ବିଭାଗ ପ୍ରାୟ ଅଢେଇ କୋଟି ଟଙ୍କାର ଏକ୍ସପାଏରୀ ହୋଇଥିବା ବିଅର ଏବଂ ହ୍ୱିସ୍କିକୁ ନଷ୍ଟ କରିଦେଇଛି । ପିଲଖୁଆ ସ୍ଥିତ ଓମ୍ କିରଣ ଲଜିଷ୍ଟିକ୍ ପାର୍କରେ ଏପରି ପଦକ୍ଷେପ ନେଇଛି ବିଭାଗ । ଏଠାରେ ପ୍ରଚୁର ମାତ୍ରାରେ ବିଅର ଏବଂ ହ୍ୱିସ୍କି ଏବଂ ମଦ ମହଜୁଦ ଥିଲା । କିନ୍ତୁ ଏହାର ଅବଦ୍ଧି ପୂରଣ ହୋଇସାରିଥିଲା । ତେଣୁ ଏସବୁକୁ ନଷ୍ଟ କରିବା ପାଇଁ ପ୍ରଶାସନ ପଦକ୍ଷେପ ନେଇଛି ।

ରିପୋର୍ଟ ଅନୁସାରେ, ଓମ୍ କିରଣ ଲଜିଷ୍ଟିକ ପାର୍କରୁ ରାଜ୍ୟର ଅନେକ ଜାଗାକୁ ମଦ-ହ୍ୱିସ୍କି ଏବଂ ବିଅର ବିତରଣ ହୁଏ । ଏଠାରେ ଦୀର୍ଘ ଦିନ ଧରି ବିଅର ଏବଂ ବିଦେଶୀ ମଦର ଷ୍ଟକ୍ ରହିଥିଲା । ଯାହା ଏକ୍ସପାଏରୀ ହୋଇଯାଇଥିଲା । ତେଣୁ ଅବକାରୀ ବିଭାଗ ଏସବୁକୁ ନଷ୍ଟ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲା ।

ଅବକାରୀ ବିଭାଗର ଟିମ୍ ୬୧୮୮ପେଟି ଏକ୍ସପାଏରୀ ବିଅର,୯୨ଟି କ୍ୟାନ୍,୩୧ଟି ପେଟି ବିଦେଶି ମଦ ଏବଂ୨୩ପେଟିର ହ୍ୱିସ୍କିକୁ ନଷ୍ଟ କରିଛି । ଏହି ସମସ୍ତ ପ୍ରକ୍ରିୟା ପ୍ରଶାସନିକ ଅଧିକାରୀଙ୍କ ସମ୍ମୁଖରେ ଘଟିଥିଲା ।

ଜିଲ୍ଲା ଅବକାରୀ ଅଧିକାରୀ ପ୍ରକାଶ ସିଂ କହିଛନ୍ତି ଯେ, ନଷ୍ଟ ହୋଇଥିବା ବିଅର ଏବଂ ହ୍ୱିସ୍କିର ଦାମ୍ ଅଢେଇ କୋଟିରୁ ଅଧିକ ହେବ । ବିଭାଗ ଏକ୍ସପାଏରୀ ମଦକୁ ନେଇ ସତର୍କ ରହିଛି । ନିୟମ ଅନୁସାରେ ସମସ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ସେ କହିଛନ୍ତି ।