LIVE TV

Mumbai: ଅଭିଯୁକ୍ତର ୧.୪୫ ମିନିଟ୍‌ର ଭିଡିଓ, ପିଲାଙ୍କୁ ବନ୍ଦୀ କରିବା ପଛର କାରଣ କହିଲା

NEWS7
rajyare-band-rahiba-bus-chalaachala

ମୁମ୍ୱାଇ: ମୁମ୍ୱାଇ ପୱାଇ ଅଞ୍ଚଳରେ ସ୍ଥିତ ଆରଏ ଷ୍ଟୁଡିଓରେ ଗୁରୁବାର ୧୫ରୁ ୨୦ ଜଣ ପିଲାଙ୍କୁ ବନ୍ଦୀ କରାଯାଇଥିଲା । ଖବର ମିଳିବା ପରେ ପୋଲିସ ଓ ପ୍ରଶାସନ ତତ୍କାଳ ଘଟଣା ସ୍ଥଳରେ ପହଞ୍ଚି ପିଲାମାନଙ୍କୁ ସୁରକ୍ଷିତ ମୁକ୍ତ କରିଛନ୍ତି । ପ୍ରଥମେ ଅଭିଯୁକ୍ତକୁ ଗିରଫ କରାଯାଇଥିବା କୁହାଯାଇଥିଲା, କିନ୍ତୁ ଏବେ ପୋଲିସ ଗୁଳିରେ ତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଏହା ପୂର୍ବରୁ ଅଭିଯୁକ୍ତର ଏକ ଭିଡିଓ କରିଥିଲା, ଯାହା ଏବେ ସାମନାକୁ ଆସିଛି ।

ଭିଡିଓରେ ଅଭିଯୁକ୍ତ ରୋହିତ୍ ଶର୍ମା କହୁଛି ଯେ ସେ ପୂରା ପ୍ଲାନିଂ ସହ ଏହି ଘଟଣା ଘଟାଇଛି । ଭିଡିଓ ଆରମ୍ଭରେ ନିଜ ପରିଚୟ ଦେଇ ଅଭିଯୁକ୍ତ କହୁଛି,  "ଆତ୍ମହତ୍ୟା କରିବା ପରିବର୍ତ୍ତେ ମୁଁ ଏକ ପ୍ଲାନ କରିଛି ଓ କିଛି ପିଲାଙ୍କୁ ପଣବନ୍ଦୀ କରିଛି । ମୋର କିଛି ଡିମାଣ୍ଡ ନାହିଁ । ଅତି ସରଳ, ମୋରାଲ୍ ଓ ଏଥିକାଲ୍ ଡିମାଣ୍ଡ୍ସ ଏବଂ ଅନେକ ପ୍ରଶ୍ନ । କିଛି ଲୋକଙ୍କ ସହ ମୁଁ କଥା ହେବାକୁ ଚାହୁଁଛି, ସେମାନଙ୍କୁ ପ୍ରଶ୍ନ କରିବାକୁ ଚାହୁଁଛି ଓ ଯଦି ସେମାନଙ୍କ ଜବାବ ଉପରେ କିଛି କାଉଣ୍ଟର ପ୍ରଶ୍ନ ଆସେ, ତେବେ ମୁଁ ତାହା ମଧ୍ୟ ପଚାରିବାକୁ ଚାହିଁବି । କିନ୍ତୁ ମୋତେ ଉତ୍ତର ଦରକାର ।"

ଅଭିଯୁକ୍ତ କହିଛି, "ନା ମୁଁ ଆତଙ୍କବାଦୀ, ନା ମୁଁ ଟଙ୍କା ମାଗୁଛି । ମୋର କିଛି ପ୍ରଶ୍ନ ଅଛି, ଏହି କାରଣରୁ ମୁଁ କିଛି ଜଣଙ୍କୁ ବନ୍ଦୀ କରିଛି । ମୁଁ ଏହି ପିଲାମାନଙ୍କୁ ଏକ ପ୍ଲାନ କରି ପଣବନ୍ଦୀ କରିଛି । ପୂରା ଭାବି-ବିଚାରି ପିଲାଙ୍କୁ ବନ୍ଦୀ କରିଛି । ଯଦି ମୁଁ ଜୀବିତ ରୁହେ ତେବେ ନିଶ୍ଚିୟ କରିବ ଓ ଯଦି ମୁଁ ମରିଯାଏ ତେବେ ଆଉ କେହି କରିବ, କିନ୍ତୁ ନିଶ୍ଚୟ ହେବ । ଯଦି ଆପଣମାନଙ୍କ ଦ୍ୱାରା କୌଣସି ଭୁଲ ପଦକ୍ଷେପ ନିଆଯାଏ, ତେବେ ପୂରା ଷ୍ଟୁଡିଓକୁ ନିଆଁ ଲଗାଇ ଦେବି ଓ ପରେ ମୁଁ ମରିଯିବ । ମୁଁ ମରେ କି ନ ମରେ ପିଲାମାନେ ଅକାରଣରେ ଆଘତ ପାଇବେ ଓ ଟ୍ରୋମାଟାଇଜ୍ଡ ହେବେ । ଏଥିପାଇଁ ମୁଁ ଦାୟୀ ହେବି ନାହିଁ । ଦାୟୀ ସେହି ଲୋକମାନେ ହେବେ, ଯେଉଁମାନେ ବିନା କାରଣରେ ମୋତେ ଉତ୍ତେଜିତ କରୁଛନ୍ତି । ମୁଁ କେବଳ କଥା ହେବା ପାଇଁ ଚାହୁଁଛି ।"

ଭିଡିଓରେ ଅଭିଯୁକ୍ତ କହୁଛି, "ମୋ କଥା ଶେଷ ହେବା ପରେ ମୁଁ ନିଜେ ବାହାରକୁ ଆସିବି । ମୁଁ ଏକା ନାହିଁ, ମୋ ସହ ଅନ୍ୟ ଲୋକେ ବି ଅଛନ୍ତି । ଅନେକ ଲୋକଙ୍କୁ ଏହି ଅସୁବିଧା ଅଛି ଓ ମୁଁ କେବଳ ଆଲୋଚନା କରି ଏହାର ସମାଧାନ ଦେବାକୁ ଚାହୁଁଛି । ପ୍ଲିଜ୍ ମୋତେ ଉତ୍ତେଜିତ କର ନାହିଁ, ମୁଁ କାହାକୁ ଆଘାତ ପହଞ୍ଚାଇବି ନାହିଁ ।"

ଉଲ୍ଲେଖଯୋଗ୍ୟ ଯେ ମୁମ୍ୱାଇର ପଭଇ ଆରଏ ଷ୍ଟୁଡିଓରେ ଆକ୍ଟିଂ କ୍ଲାସ୍ ଚାଲେ । ସେଠାରେ ପ୍ରଥମ ମହଲାରେ ଅନେକ ପିଲାଙ୍କୁ ବନ୍ଦୀ କରି ରଖାଯାଇଥିଲା । ପୋଲିସ ସମସ୍ତ ପିଲାଙ୍କୁ ଉଦ୍ଧାର କରିଥିବା ନାଲାଭାଡେ ଜୋନ୍ ୧୦ ଡିସିପି ସୂଚନା ଦେଇଛନ୍ତି ।